ପୁରୀ,୨୨/୦୨: ପୁରୀ ବୁଲିବାକୁ ଆସିଥିଲେ, ହେଲେ ସରିଗଲା ପଇସା। ଶେଷ ବେଳାଭୂମିରେ ଆରମ୍ଭ କଲେ ଚା ବ୍ୟବସାୟ। ଦେଶୀ ବିଦେଶୀଙ୍କୁ ଡାକି ଡାକି ବିକୁଛନ୍ତି ମସଲା ଚା। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ପୁରୀ ପେଣ୍ଠକଟା ବେଳଭୂମିରେ ଲାଗିଛି ଭିଡ଼।
ପୁରୀରେ ଚା’ ପସରା ଖୋଲିଛନ୍ତି ଆମେରିକୀୟ ନାଗରିକ । ଆମେରିକାରୁ ପୁରୀ ଭ୍ରମଣରେ ଆସିଥିବା ଜନ୍ ପୁରୀ ପେଣ୍ଠକଟା ବେଳାଭୂମି ନିକଟରେ ଚା’ ବ୍ୟବସାୟ କରୁଛନ୍ତି । ତାଙ୍କ ପାଖରେ ଥିବା ଟଙ୍କା ସରିଯିବାରୁ ବନ୍ଧୁଙ୍କ ପରାମର୍ଶକ୍ରମେ ସେ ଚା’ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଦେଶୀଙ୍କ ହାତରୁ ଚା’ ପିଇବାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛୁ । ଚା’ କପ୍ ପିଚ୍ଛା ୫ ଟଙ୍କା ଓ ୧୦ ଟଙ୍କା ମୂଲ୍ୟ ରହିଛି ।