ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିଓ ପ୍ଲାଟଫର୍ମସ୍‌ର ନୂଆ ମେସିନ୍ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ 'ଜିଓ-ବ୍ରେନ୍', ୬ ଜି ଜ୍ଞାନକୌଶଳର ବିକାଶରେ ହେବ ଉପଯୋଗୀ…

ଭୁବନେଶ୍ୱର୩୦/୦୧ : ଜିଓ ପ୍ଲାଟଫର୍ମସ୍‌ ଏକ ନୂତନ ୫ଜି ସମନ୍ୱିତ ମେସିନ୍‌ ଲର୍ଣ୍ଣିଙ୍ଗ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟଫର୍ମ ‘ଜିଓ-ବ୍ରେନ୍‌ ଶୁଭାରମ୍ଭ କରିଛି । ଜିଓ-ବ୍ରେନ୍‌ ସମସ୍ତ ପ୍ରକାର ଶିଳ୍ପ ଏବଂ ବ୍ୟବସାୟ ପାଇଁ ଏକ ସମନ୍ୱିତ ମେସିନ୍‌ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ପ୍ରଦାନ କରିଥାଏ  । ଜିଓ-ବ୍ରେନ୍‌ ପ୍ଲାଟଫର୍ମ କମ୍ପାନୀର ବର୍ତ୍ତମାନର ନେଟୱାର୍କ ସହିତ ସହଜରେ ଏକାଠି କାର୍ଯ୍ୟ କରିବାର କରିବାର କ୍ଷମତା ରଖିଛି  । ଏହାକୁ ବ୍ୟବହାର କରିବାକୁ, କମ୍ପାନୀଗୁଡିକ ସେମାନଙ୍କର ବର୍ତ୍ତମାନର ନେଟୱାର୍କକୁ ପରିବର୍ତ୍ତନ କରିବା ଆବଶ୍ୟକ ପଡିବ ନାହିଁ  । ଟେଲିକମ୍‌ ନେଟୱର୍କ ହେଉ ବା ଏଣ୍ଟରପ୍ରାଇଜ୍‌ ନେଟୱାର୍କ କିମ୍ବା ଯେକୌଣସି ପ୍ରକାରର ଆଇଟି ନେଟୱାର୍କ, ଜିଓ-ବ୍ରେନ୍‌ ସମସ୍ତ ପ୍ରକାର ନେଟୱାର୍କ ସହିତ ସଂଯୁକ୍ତ ଭାବରେ କାର୍ଯ୍ୟ କରିପାରିବ  ।

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସହ ସଜ୍ଜିତ ଏହି ଅଭିନବ ପ୍ଲାଟଫର୍ମ ଶହ ଶହ ଇଞ୍ଜିନିୟରଙ୍କ ଉଦ୍ୟମ ଏବଂ ଦୁଇ ବର୍ଷର ଗବେଷଣା ପରେ ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ମେସିନ୍‌ ଲର୍ଣ୍ଣିଙ୍ଗକୁ ସହଜ କରିବାକୁ ଜିଓ-ବ୍ରେନ୍‌ ପ୍ଲାଟଫର୍ମ ୫୦୦ ରୁ ଅଧିକ ପ୍ରୟୋଗ ବା ଆପ୍ଲିକେସନ ସହିତ ସହିତ ସଜ୍ଜିତ ରହିଛି   । ଚିତ୍ର, ଭିଡିଓ, ଲେଖା, ଡକ୍ୟୁମେଣ୍ଟ ପାଇଁ ଉନ୍ନତ ଏଆଇ ଫିଚର ଉପଲବ୍ଧ ରହିଛି  । ସେହିପରି ଅନ୍ତର୍ନିହିତ (ଇନ୍‌-ବିଲ୍ଟ) ଏଆଇ ଆଲଗୋରିଦମ ସୁବିଧା ଜିଓ-ବ୍ରେନ୍‌ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି  ।

ଜିଓ ପ୍ଲାଟଫର୍ମସ୍‌ ଏହାକୁ ୫ଜି ଏବଂ ଭବିଷ୍ୟତର ଟେକ୍ନୋଲୋଜି ୬ଜି ପାଇଁ ଉତ୍ପାଦ ଶୃଙ୍ଖଳ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ଭାବରେ ବିଚାର କରୁଛି  । ଜିଓ-ବ୍ରେନ୍‌ ଉଦ୍ୟୋଗଗୁଡ଼ିକୁ ପରିବର୍ତ୍ତନ ଏବଂ ନେଟୱାର୍କ ଅପ୍ଟିମାଇଜେସନ୍‌ କରିବା ଦିଗରେ ସହାୟତା କରିବା ସହିତ ୬ଜି ବିକାଶ ପାଇଁ ମଧ୍ୟ ମଞ୍ଚ ପ୍ରସ୍ତୁତ କରିବ, ଯେଉଁଥିରେ ମେସିନ୍‌ ଲର୍ଣ୍ଣିଙ୍ଗକୁ ଏକ ପ୍ରମୁଖ ସାମର୍ଥ୍ୟ ଭାବରେ ବିବେଚନା କରାଯାଉଛି । ଜିଓ-ବ୍ରେନ୍‌ ଇନୋଭେସନ୍‌ ଇକୋସିଷ୍ଟମ ପରିସର ବିସ୍ତାର କରିବାକୁ ସମାନ ଚିନ୍ତାଧାରା ସମ୍ପନ୍ନ ଏଆଇ ଏବଂ ମେସିନ୍‌ ଲର୍ଣ୍ଣିଙ୍ଗ ଗବେଷକମାନଙ୍କ ସହିତ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା ପ୍ରକାଶ କରାଯାଇଛି  ।

 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.