କୋଣାର୍କ, ୧୬।୯ : ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରଣ ପିଲାଇ ଶନିବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ। ରାଜ୍ୟପାଳ ଶ୍ରୀପିଲାଇ ଏଠାରେ ପହଞ୍ଚିବା ପରେ ପ୍ରଥମେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ବୁଲିଥିଲେ। ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସ୍ବୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ।
ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକ ଦେଖି ଭାବ ବିହ୍ୱଳ ହୋଇପଡିଥିଲେ ରାଜ୍ୟପାଳ। ମନ୍ଦିରରେ କିଛି ସମୟ ଅତିବାହିତ କରିସାରିବା ପରେ ଭୁବନେଶ୍ୱର ଫେରିଯାଇଥିଲେ। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଏସପି ବିଷ୍ଣୁ ପତି, ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଥାନା ଆଇଆଇସି ପଞ୍ଚାନନ ପରିଡା, ରାମଚଣ୍ଡୀ ଆଇଆଇସି ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।