ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁରରେ ପୁଣି ୨ ଗୋଷ୍ଠୀ ମଧ୍ୟରେ ହିଂସା, ଜଣେ ମୃତ, ୪ ଆହତ

ଇମ୍ଫାଲ୍, ୨୮/୦୧: ଉତ୍ତରପୂର୍ବ ପାହାଡ଼ୀ ରାଜ୍ୟ ମଣିପୁରରେ ପୁଣି ହିଂସା ଦେଖିବାକୁ ମିଳିଛି । ଶନିବାର ୨ ସଶସ୍ତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪ ଜଣ । ମଣିପୁରର ରାଜଧାନୀ ଇମ୍ଫାଲର ପୂର୍ବ ସୀମା ଓ କାଙ୍ଗପୋକପି ଜିଲ୍ଲା ମଧ୍ୟରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା କହିଛି ପୋଲିସ ।

ସଂଘର୍ଷରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ଲାଗି ମଣିପୁରର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ ଗୋଷ୍ଠୀ ହାତାହାତି ପରେ ସୁରକ୍ଷାକର୍ମୀ ପହଞ୍ଚିବା ପରେ ଉଭୟ ପକ୍ଷ ଛତ୍ରଭଙ୍ଗ ଦେଇଥିଲେ । ଆହତଙ୍କ ଚିକିତ୍ସା ଚାଲୁଥିବା ବେଳେ ଅବସ୍ଥା ସ୍ଥିର ରହିଛି ।

ସୂଚନାଯୋଗ୍ୟ, ୨୦୨୩ ମେରେ ଭୂମି, ପ୍ରାକୃତିକ ସମ୍ପଦ, ରାଜନୈତିକ ପ୍ରତିନିଧିତ୍ୱକୁ ନେଇ ଅସହମତି ପରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଉକ୍ତ ହିଂସାରୁ ଏ ପର୍ଯ୍ୟନ୍ତ ମୁକୁଳି ପାରିନି ମଣିପୁର । ହିଂସା ପାଇଁ ବିରୋଧୀ ମଣିପୁର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ମଣିପୁରରେ ୬୦ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀ ମୁତୟନ ସତ୍ତ୍ୱେ ୮ ମାସ ପରେ ବି ସଂକଟ ଟଳୁନି ।

ଉତ୍ତେଜନା ଭିତରେ ମଣିପୁରର ଇଣ୍ଡିଜିନସ୍ ଟ୍ରାଇବଲ୍ ଲିଡର୍ସ ଫୋରମ୍ ବୟାନ ଜାରି କରି କହିଛି, ଚୁରାଚାନ୍ଦପୁରରେ ଏକ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ଆନ୍ଦୋଳନକୁ ଆଗକୁ ବଢ଼ାଇବା ଲାଗି ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.