ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଉମରକୋଟ,୧/୩ :  ବିଜ୍ଞାନ ଯୁଗରେ ଲୋକ ଆଜି ମଧ୍ୟ ଅନ୍ଧ ବିଶ୍ୱାସରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି । ଏହି ଅନ୍ଧ ବିଶ୍ୱାସର ବଶ ବର୍ତ୍ତୀ ହୋଇ ଲୋକଙ୍କୁ ହତ୍ୟା କରିବାକୁ ପଛାଉ ନାହିଁ ମଣିଷ । ଏଭଳି ଜଣେ ୫୦ବର୍ଷୀୟ ମହିଳାଙ୍କୁ ଗୁଣି ଗାରେଡ଼ି ସନ୍ଦେହ କରି ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ ବାସିନି ଗାଁରେ । ମୃତ ମହିଳା ଜଣକ ହେଲେ ଚମରଣି ଭତରା (୫୦)। 

ଏ ନେଇ ତମରଣଙ୍କ ପୁଅ ପଦୁ ଭତରା (୨୮) ଉମରକୋଟ ଥାନାରେ ୭ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ହେଲେ ବଡ ବାସିନି ଗାଁର ମୋହନ ଗଣ୍ଡ (ଡାକ)(୩୦), କମଳ ଭତରା(୩୦), ପଦଲାମ ଗଣ୍ଡ (୬୦), ପରମେଶ ଗଣ୍ଡ (୪୦), ଚମରୁ ଗଣ୍ଡ (୨୫), ମଦନା ଗଣ୍ଡ (୩୦) ଓ କାମିନୀ ଗଣ୍ଡ (୨୦)।   

ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ ପଦଲାମ ଗଣ୍ଡ  ପ୍ରଥମେ ଆସି ଗଣ୍ଡଗୋଳ କରିଥିଲେ ଏବଂ ଚାଲି ଯାଇଥିଲେ । ଏହାର କିଛି ସମୟ ପରେ ପୁଣି ଠେଙ୍ଗା ବାଡ଼ି ଧରି ଆସି ପାଟିତୁଣ୍ଡ କରିଥିଲେ। ଚମରଣି ଗୁଣି ଗାରେଡ଼ି କରି ତାଂକ ପରିବାରର ଅନିଷ୍ଠ କରିଥିବା କହିଥିଲେ ‌। ଏତିକିରେ ଏମାନଙ୍କ ରାଗ ଶାନ୍ତ ହୋଇନଥିଲା। ରାତି ୧୦ଟା ଚମରଣି ଘରେ ଏକାକୀ ଥିବାରୁ ଏହାର ସୁଯୋଗ ନେଇ ଚମରଣି ପାଇଁ ଏହି ସବୁ ଘଟୁଛି କହି ନିକଟସ୍ଥ ଏକ ଖୋଲା ସ୍ଥାନକୁ ଟାଣି ନେଇ ପିଟିପିଟି ହତ୍ୟା କରିଥିଲେ‌ । ଚମରଣିଙ୍କୁ ମାଡ଼ ମାରୁଥିବା ଦେଖି ଏହାର ପ୍ରତିବାଦ କରିବାରୁ ଚମରଣିଙ୍କ ଝିଅ ଖେମା (୨୦)କୁ ମଧ୍ୟ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଖେମାକୁ ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । 

ଆହାତ ଖେମାକୁ ପରିବାର ଲୋକେ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଖେମା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ଚମରଣିଙ୍କ ପୁଅ ପଦୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ସାଇଣ୍ଟଫିକ ଟିମ ଆଣି ନମୁନା ସଂଗ୍ରହ କରି ଅଧିକା ତଦନ୍ତ ଚଳାଇଛନ୍ତି । ଘଟଣାର ତଦନ୍ତ ଭାର ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ସମ୍ଭାଳିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତମାନେ ଫେରାର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.