ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏଚ୍‌ଏଲ୍‌ସିଏ ବୈଠକରେ ୯ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ: ଆସିବ ଲକ୍ଷେ କୋଟିର ନିବେଶ, ୨୮,୫୬୫ ଲୋକଙ୍କୁ ମିଳିବ ରୋଜଗାର

ଭୁବନେଶ୍ୱର,୧୨/୦୯: ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରି ପ୍ରଗତି ପଥରେ ବଢୁଛି ଓଡ଼ିଶା । ଏହି ଦିଗରେ ଆଉ ଦୁଇ ପାଦ ଆଗକୁ ବଢ଼ି ରାଜ୍ୟ ସରକାର ସୋମବାର ୩୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ(ଏଚ୍‌ଏଲ୍‌ସିଏ) ବୈଠକରେ ୯ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏହା ମାଧ୍ୟମରେ ରାଜ୍ୟକୁ ମୋଟ ୧,୦୧,୮୦୪.୪୩ କୋଟି ଟଙ୍କାର ନିବେଶ ଆସିବ ଏବଂ ୨୮,୫୬୫ ଲୋକଙ୍କୁ ମିଳିବ ରୋଜଗାର ।

ଏହି ପ୍ରକଳ୍ପଗୁଡ଼ିକ ଜଗତ୍‌ସିଂହପୁର, ଯାଜପୁର, ଝାର୍‌ସୁଗୁଡା, ଖୋର୍ଦ୍ଧା, ପାରାଦୀପ, ଭଦ୍ରକ, ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ହେବ ।  ଇସ୍ପାତ ଶିଳ୍ପ କ୍ଷେତ୍ରରେ ଏଚ୍‌ଏଲ୍‌ସିଏ  ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍‌ର ଏକ ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କମ୍ପାନି ଜଗତ୍‌ସିଂହପୁର ଜିଲ୍ଲାର ଜଟାଧରଠାରେ ଏହାର ସମନ୍ୱିତ ଇସ୍ପାତ ପ୍ଲାଣ୍ଟର କ୍ଷମତାକୁ ୧୨ ଏମ୍‌ଟିପିଏରୁ ୨୪ ଏମ୍‌ଟିପିଏକୁ ବଢ଼ାଇବ । ଏଥିପାଇଁ ଏହା ୭୫,୦୦୦ କୋଟି ଟଙ୍କା ପୁଞ୍ଜି ଲଗାଇବ । ପ୍ରକଳ୍ପ ମାଧ୍ୟମରେ ୧୨,୦୦୦ ଲୋକଙ୍କୁ ରୋଜଗାର ମିଳିବ । 

ସେହିଭଳି ଜିନ୍ଦଲ ଫେରସ୍‌ ଲିମିଟେଡ୍‌ର ଏକ ପ୍ରକଳ୍ପକୁ ସବୁଜ ପତାକା ଦେଖାଇଛି ଏଚ୍‌ଏଲ୍‌ସିଏ । କମ୍ପାନି ଯାଜପୁରର କଳିଙ୍ଗନଗରରେ ଏକ ୨.୩୫ ଏମ୍‌ଟିପିଏ କାର୍ବନ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ । ଏଥିପାଇଁ କମ୍ପାନି ୩,୪୪୯ କୋଟି ଟଙ୍କା ଖର୍ଚ୍ଚ କରିବ । ଏହା ମାଧ୍ୟମରେ ୧,୩୯୬ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ଏମ୍‌ଏସ୍‌ପି ମେଟାଲିକ୍ସ ଲିମିଟେଡ୍‌ର ଏକ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।  କମ୍ପାନି ଝାର୍‌ସୁଗୁଡାର ମରାକୁଟାଠାରେ ଏହାର ୟୁନିଟ୍‌କୁ ସମ୍ପ୍ରସାରଣ କରିବ । କମ୍ପାନି ଏଠାରେ ୧.୩୯ ଏମ୍‌ଟିପିଏ ଷ୍ଟିଲ ପ୍ଲାଣ୍ଟ, ୨୫୧ ଏମ୍‌ଡବ୍ଲ୍ୟୁ ସିପିପି  ଏବଂ ରେଲ୍‌ୱେ ସାଇଡିଂ ସ୍ଥାପନ କରିବ । ଏଥିପାଇଁ ୧୫୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ୪୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ । 

ଗ୍ରୀନ୍‌ ଏନର୍ଜି ଇକ୍ୱିପ୍‌ମେଣ୍ଟ ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ଅଭାଡା ଇଲେକ୍ଟ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କମ୍ପାନି ଖୋର୍ଦ୍ଧାର ହଳଦିଆପଡ଼ାଠାରେ ଇନ୍‌ଗଟ୍‌ସ, ୱାଫର, ସୋଲାର ସେଲ୍‌ ଏବଂ ମଡ୍ୟୁଲ୍‌ ପାଇଁ ଏକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ । ଏ ପ୍ରକଳ୍ପରେ କମ୍ପାନି ୧୧,୩୦୦ କୋଟି ଟଙ୍କା ଖର୍ଚ୍ଚ କରିବ । ପ୍ରକଳ୍ପ ମାଧ୍ୟମରେ ୪,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । 

ଗ୍ରୀନ୍‌ ହାଇଡ୍ରୋଜେନ୍‌ ଏବଂ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ ଏଲ୍‌ ଆଣ୍ଡ୍‌ ଟି ଏନର୍ଜି ଗ୍ରୀନ  ଟେକ୍‌ ଲିମିଟେଡ୍‌ର ଏକ ପ୍ରସ୍ତାବକୁ ମିଳିଛି ଅନୁମୋଦନ । କମ୍ପାନି ଜଗତ୍‌ସିଂହପୁରର ପାରାଦୀପଠାରେ ବାର୍ଷିକ ୩୨୦,୦୦୦ ଏମ୍‌ଟି କ୍ଷମତାଯୁକ୍ତ ଏକ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ । ଏଥିରେ ୧,୦୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ମାଧ୍ୟମରେ ୧,୩୧୦ ଲୋକଙ୍କୁ ରୋଜଗାର ମିଳିବ । 

କେମିକାଲ ଶିଳ୍ପରେ ବର୍ଜର ପେଣ୍ଟ୍‌ସ ଇଣ୍ଡିଆର ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କମ୍ପାନି ଖୋର୍ଦ୍ଧାରେ ଇଣ୍ଟର୍‌ମିଡିଏଟ୍‌ସ, ପେଣ୍ଟ୍‌ସ ଏବଂ ଆନୁଷଙ୍ଗିକ ଉତ୍ପାଦଗୁଡ଼ିକ ପାଇଁ ବାର୍ଷିକ ୪,୧୦,୦୦୦ କେଏଲ୍‌/ଏମ୍‌ଟି କ୍ଷମତାଯୁକ୍ତ ଏକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ । ଏଥିରେ ୧,୪୫୮.୨୫ କୋଟି ଟଙ୍କା ନିବେଶ ହେବ ଏବଂ ୩୫୦ ଲୋକଙ୍କୁ ନିଯୁକ୍ତି ମିଳିବ । 

ସେହିଭଳି ଭାରତୀୟ ତୈଳ ନିଗମ(ଆଇଓସି) ଭଦ୍ରକର ଭଣ୍ଡାରୀପୋଖରୀସ୍ଥିତ ଟେକ୍‌ଷ୍ଟାଇଲ୍‌ ପାର୍କରେ ଏକ ପଲିଷ୍ଟର ଉତ୍ପାଦ ବିନିର୍ମାଣ ୟୁନିଟ୍‌ ସ୍ଥାପନ କରିବ । ଏଥିରେ କମ୍ପାନି ୪,୩୭୭.୪୬ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୪,୩୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ତୈଳ ଏବଂ ଗ୍ୟାସ ଶିଳ୍ପ କ୍ଷେତ୍ରରେ ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜିର ଏକ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । କମ୍ପାନିର ଗଞ୍ଜାମ ଗୋପାଳପୁରସ୍ଥିତ ୪୦,୦୦,୦୦୦ ଏମ୍‌ଟି କ୍ଷମତାଯୁକ୍ତ ଏଲ୍‌ଏନ୍‌ଜି ଟର୍ମିନାଲକୁ ଅନୁମୋଦନ ମିଳିଛି । କମ୍ପାନି ଏଥିପାଇଁ ୨,୩୦୬ କୋଟି ଟଙ୍କା ଖର୍ଚ୍ଚ କରିବ । ଏହା ମାଧ୍ୟମରେ ୬୬୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିଭଳି ତୋଷାଳି ସିମେଣ୍ଟର ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କମ୍ପାନି କୋରାପୁଟସ୍ଥିତ ଏହାର ୟୁନିଟ୍‌ର କ୍ଲିଙ୍କର କ୍ଷମତାକୁ ୧.୭୫ ଏମ୍‌ଟିପିଏକୁ ଏବଂ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତାକୁ ୧.୪୦ ଏମ୍‌ଟିପିଏକୁ ବଢ଼ାଇବ । ଏଥିରେ କମ୍ପାନି ୧,୩୮୩.୭୨ କୋଟି ଟଙ୍କା ଖର୍ଚ୍ଚ କରିବ। ଏହା ମାଧ୍ୟମରେ ୫୪୯ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Copyright © 2022 - Summa Real Media Private Limited. All Rights Reserved.