ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ମୋଦି-ସାଉଦି କ୍ରାଉନ ପ୍ରିନ୍ସ ଦ୍ୱିପାକ୍ଷିକ ବୈଠକ: ଭାରତ-ସାଉଦି ମଧ୍ୟରେ ୫୦ରୁ ଅଧିକ ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ,୧୨/୦୯: ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ରବିବାର ଶେଷ ହେବା ପରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ଅଲ୍‌ ସୌଦ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ହାଇଦ୍ରାବାଦ ହାଉସ୍‌ରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା, ସାମାଜିକ ଓ ସାଂସ୍କୃତିକ ସହଯୋଗ, ଆଇଟି ଓ କନେକ୍ଟିଭିଟି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେହିଭଳି ଆଜି ଭାରତ ଓ ସାଉଦି ଆରବ ମଧ୍ୟରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଦ୍ୱିପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଭାରତ ଓ ସାଉଦି ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବାକୁ ଯାଉଛି । ସାଉଦି ଆମର ପ୍ରମୁଖ ସାମରିକ ସହଯୋଗୀ । ଦ୍ୱିପାକ୍ଷିକ ଆଲୋଚନା ପରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ଦୁଇଟି ବଡ଼ ଅର୍ଥ ବ୍ୟବସ୍ଥା ହୋଇଥିବା ଦୃଷ୍ଟିରୁ ଆମର ଆପୋସ ମାନବୀୟ ଓ ଆଞ୍ଚଳିକ ସ୍ଥିରତା ନିହାତି ଅପରିହାର୍ଯ୍ୟ । ଆଲୋଚନା ବେଳେ ଆମେ ନିଜ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ ପାଇଁ ଅନେକ ଦିଗ ଚିହ୍ନଟ କରିଛୁ । ସୋମବାରର ଆଲୋଚନା ଆମ ସମ୍ପର୍କରେ ନୂଆ ଶକ୍ତି ଭରିବା ସହ ନୂଆ ଦିଗ ଦେବ । ମାନବତାର କଲ୍ୟାଣ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଏହା ପ୍ରେରଣା ଯୋଗାଇବ ।

ଭାରତ, ପଶ୍ଚିମ ଏସିଆ ଓ ୟୁରୋପ ମଧ୍ୟରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କନେକ୍ଟିଭିଟି କରିଡର୍‌କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତକାଲି ଆମେ ଐତିହାସିକ ଅର୍ଥନୈତିକ କରିଡର୍‌ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଛୁ । ଏହି କରିଡର୍‌ କେବଳ ଦୁଇଦେଶକୁ ଯୋଡ଼ିବ ନାହିଁ, ବରଂ ଏସିଆ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଆର୍ଥିକ ବିକାଶ ଓ ଡିଜିଟାଲ କନେକ୍ଟିଭିଟି ପ୍ରଦାନରେ ସହାୟତା କରିବ । ଆପଣଙ୍କ (ସାଉଦି କ୍ରାଉନ ପ୍ରିନ୍ସ) ନେତୃତ୍ୱ ଓ ଭିଜନ ୨୦୩୦ ଯୋଗୁ ସାଉଦିରେ ଅଦ୍ଭୁତ ଆର୍ଥିକ ବିକାଶ ଦେଖିବାକୁ ମିଳିଛି । ପଶ୍ଚିମ ଏସିଆରେ ଭାରତର ଅନ୍ୟତମ ରଣନୀତିକ ସହଯୋଗୀ ପାଲଟିଛି ସାଉଦି ।

ସାଉଦି କ୍ରାଉନ ପ୍ରିନ୍ସ କହିଛନ୍ତି ଯେ ଭାରତ ସହ ଆମର ସବୁବେଳେ ସୁସମ୍ପର୍କ ରହିଆସିଛି । କଦାପି ବିବାଦ ଉପୁଜି ନାହିଁ । ସାଉଦି ଆରବର ଆର୍ଥିକ ବିକାଶରେ ଭାରତର ଲୋକଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଦୁଇଦେଶ ମଧ୍ୟରେ ୨୦୨୨-୨୩ରେ ୫,୨୭୫ କୋଟି ଡଲାର ବାଣିଜ୍ୟ କାରବାର ହୋଇଥିଲା । ସେହିଭଳି ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ମହମ୍ମଦ ବିନ୍‌ ସଲ୍‌ମାନ ୧୦୦ ବ୍ୟବସାୟୀ ଓ ୭ ମନ୍ତ୍ରୀଙ୍କ ସହ ପୂର୍ଣ୍ଣ ପ୍ରସ୍ତୁତିରେ ଭାରତ ଗସ୍ତ କରିଥିଲେ । ଆଜି ରାଷ୍ଟ୍ରପତି ଭବନରେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା । ଏହାପରେ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀଙ୍କ ସହ ସେ ଦ୍ୱିପାକ୍ଷିକ ବୈଠକ କରିଥିଲେ ।

ଏହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ହାଉସ୍‌ରେ ଅନୁଷ୍ଠିତ ଭାରତ-ସାଉଦି ନିବେଶ ଫୋରମ୍‌ରେ ଦୁଇଦେଶ ମଧ୍ୟରେ ୫୦ରୁ ଅଧିକ ଏମ୍‌ଓୟୁ ଓ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ଐତିହାସିକ ରାଜିନାମା ଆଇସିଟି, ଉଦ୍ୟୋଗ, ରସାୟନ, ଶକ୍ତି ଓ ବିକଶିତ ମାନୁଫାକ୍‌ଚରିଂ କ୍ଷେତ୍ର ଆଦି ପାଇଁ ହୋଇଥିଲା । ଅଣ୍ଡରସି ଗ୍ରିଡ୍‌ ଲିଙ୍କ୍‌, ସୋଲାର, ୱିଣ୍ଡ, ହାଇବ୍ରିଡ୍‌ ଓ ବ୍ୟାଟେରି ଶକ୍ତି ଷ୍ଟୋରେଜ ସମାଧାନ ପ୍ରକଳ୍ପ ପାଇଁ ଭାରତର ଅଭାଡା ଏନର୍ଜି ପ୍ରା ଲି ଏବଂ ସାଉଦିର ଅଲ୍‌ ଜୋମୈୟା ଏନର୍ଜି ମଧ୍ୟରେ ଏମ୍‌ଓୟୁ ହୋଇଥିଲା । ଡେଜର୍ଟ ଟେକ୍ନୋଲୋଜିଜ୍‌ ଓ ଗୋଲ୍‌ଡି ସୋଲାର ମଧ୍ୟରେ ଏମ୍‌ଓୟୁ ହୋଇଥିଲା । ସାଉଦି କ୍ରାଉନ ପ୍ରିନ୍ସ ଏହି ଅବସରରେ ଭାରତର ଜି-୨୦ ଆୟୋଜନ ବାବଦରେ ପଚାରି ବୁଝିବା ସହ ଏହା ସଫଳ ହୋଇଥିବାରୁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.