ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଶୀତଲ ମହାଜନଙ୍କ ବିଶ୍ୱ ରେକର୍ଡ : ୨୧,୫୦୦ ଫୁଟ ଉଚ୍ଚରୁ ଲମ୍ଫ ଦେଇଥିବା ପ୍ରଥମ ଭାରତୀୟ ମହିଳା

ନୂଆଦିଲ୍ଲୀ ୧୬/୧୧: ଏଭରେଷ୍ଟ ଶୃଙ୍ଗ ସାମ୍ନାରେ ୨୧,୫୦୦ ଫୁଟ ଉଚ୍ଚତାରୁ ହେଲିକପ୍ଟରରୁ ଲମ୍ଫ ଦେଇଥିବା ବିଶ୍ୱର ପ୍ରଥମ ମହିଳା ଟାଇଟଲ୍‌ ହାସଲ କରିଛନ୍ତି ଭାରତର ଜଣାଶୁଣା ସ୍କାଇଡାଇଭର୍‌ ଶୀତଲ ମହାଜନ । ୪୧ ବର୍ଷୀୟା ମହାଜନ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମେତ ଅନେକ ସ୍କାଇଡାଇଭିଂ ରେକର୍ଡର ଅଧିକାରିଣୀ । ଚଳିତ ମାସ ୧୩ ତାରିଖରେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ସାମ୍ନାରେ ସେ ସ୍କାଇଡାଇଭିଂ କରିଛନ୍ତି । 

ମହାଜନ ସୋସିଆଲ ମିଡିଆରେ କହିଛନ୍ତି ‘ଏଭରେଷ୍ଟ ସାମ୍ନାରେ ମୋ ଜୀବନର ସର୍ବଶ୍ରେଷ୍ଠ ଲମ୍ଫ ଦେଇଛି ଏବଂ ୧୭,୪୪୪ ଫୁଟ ଉଚ୍ଚରେ ଥିବା କାଲାପଥରରେ ଅବତରଣ କରିଛି । ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଏହା ବିଶ୍ୱର ସର୍ବୋଚ୍ଚ ସ୍କାଇଡାଇଭିଂ । ଗତ ୧୧ ତାରିଖରେ ମହାଜନ ୧୭,୫୦୦ ଫୁଟ ଉଚ୍ଚତାରେ ପ୍ରଥମ ୫ ହଜାର ଫୁଟ ଲମ୍ଫ ଦେଇ ସଫଳତାପୂର୍ବକ ୧୨,୫୦୦ ଫୁଟ ଉଚ୍ଚ ସ୍ୟାଙ୍ଗବୋଚ ବିମାନବନ୍ଦରରେ ଅବତରଣ କରିଥିଲେ । ପ୍ରଶିକ୍ଷକ ଭାବେ ତାଙ୍କ ସହ ଥିଲେ ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ସ୍କାଇଡାଇଭର ୱେଣ୍ଡି ସ୍ମିଥ୍‌ । ୧୨ ତାରିଖରେ ମହାଜନ ସ୍ୟାଙ୍ଗବୋଚ ବିମାନବନ୍ଦରରେ ଜାତୀୟ ପତାକା ସହିତ ୮ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.