ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଆଦିବାସୀ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ଦେୟ ମୁକ୍ତ

ମାଲକାନଗିରି : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ମାଲକାନଗିରି ମହାବିଦ୍ୟାଳୟ ଶିକ୍ଷlକେନ୍ଦ୍ର ତରଫରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ , ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସଭାଗୃହରେ ଏକ ପ୍ରୋତ୍ସାହନ ସଭା ଆୟୋଜନ ହୋଇଯାଇଛି। ଏହି ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଡି.ଏସ.ପି ଯଦୁନାଥ ଜେନା ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ। 

ମାଲକାନଗିରି ମହାବିଦ୍ୟାଳୟର ଇଗ୍ନୋ ଶିକ୍ଷା କେନ୍ଦ୍ରର କାର୍ଯ୍ୟକ୍ରମର ସଂଯୋଜକ ଅଶୋକ କୁମାର ଷଡ଼ଙ୍ଗୀ, ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ , ଇଗ୍ନୋର ପୂର୍ବତନ ସଂଯୋଜକ ଉମେଶ ଚନ୍ଦ୍ର ରାଉତ ଓ ଇଗ୍ନୋ ଶିକ୍ଷା କେନ୍ଦ୍ରର ସହକାରୀ ସୁଜିତ କୁମାର ପାଣିଗ୍ରାହୀ ସଭାରେ ଉପସ୍ଥିତ ରହି ଇଗ୍ନୋର ବିଭିନ୍ନ ବିଷୟବସ୍ତୁ , ନାମଲେଖା ପ୍ରଣାଳୀ, ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀଙ୍କ ପାଇଁ ଦେୟ ଛାଡ଼ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମର ସଂରକ୍ଷିତ ପୋଲିସ ନିରୀକ୍ଷକ କୁମୁଦ ପ୍ରଧାନ ସହଯୋଗ କରିଥିଲେ। ଶତାଧିକ ପୋଲିସ କର୍ମଚାରୀ, ଗ୍ରାମରକ୍ଷୀ, ଥାନା କର୍ମଚାରୀ ଏହି ସଭାରେ ଉପସ୍ଥିତ ରହିଥିଲେ ଓ ଇଗ୍ନୋରେ ନାମ ଲେଖାଇବା ପାଇଁ ଇଛା ପ୍ରକଟ କରିଥିଲେ। 

ଇଗ୍ନୋର କୋରାପୁଟ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଲତିକା ମିଶ୍ରଙ୍କ ପରାମର୍ଶ ଓ ମାର୍ଗ ଦର୍ଶନ ଅନୁସାରେ, ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିଶେଷରେ ଉମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.