ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆନ୍ତଃବିଶ୍ବବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗୀତା : କେସିଙ୍ଗା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ୫ ଛାତ୍ର

କେସିଙ୍ଗା,୧୦|୨: କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରୀୟ ଖେଳ ପ୍ରତିଯୋଗୀତା ଚାଲିଛି। ଏଥିରେ କଳାହାଣ୍ଡି ଜିଲ୍ଲାର ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଭଲିବଲ ଖେଳ ପ୍ରତିଯୋଗୀତାରେ ଭାଗନେଇ ଖେଳୁଥିବା ଜଣାପଡିଛି । ଭଲିବଲ ଖେଳ ପ୍ରତିଯୋଗୀତାରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ତରଫରୁ କେସିଙ୍ଗା ମହାବିଦ୍ୟାଳୟର ୫ ଜଣ ଛାତ୍ର ମନୋନୀତ ହୋଇ ଆନ୍ତଃ ବିଶ୍ବବିଦ୍ୟାଳୟ ଭଲିବଲ ପ୍ରତିଯୋଗୀତାରେ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରୁଥିବା ନେଇ କେସିଙ୍ଗା କଲେଜ କର୍ତୃପକ୍ଷ ଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରକାଶ। 

     ସୂଚନାଯୋଗ୍ୟ ଯେ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରୀୟ ଭଲିବଲ ଖେଳ ପ୍ରତିଯୋଗୀତା ପାଇଁ କଳାହାଣ୍ଡି ଜିଲ୍ଲା ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରୁ ମନୋନୀତ ହୋଇଛନ୍ତି ୧୦ ଜଣ ଛାତ୍ର। ସେମାନଙ୍କ ମଧ୍ୟରୁ କେବଳ କେସିଙ୍ଗା କଲେଜରେ ଅଧ୍ୟୟନ କରୁଥିବା ୫ ଜଣ ଛାତ୍ର ମନୋନୀତ ହୋଇଥିବାରୁ ଅଞ୍ଚଳ ପାଇଁ ଗୌରବର ବିଷୟ । ସେମାନେ ହେଉଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ପ୍ରିୟାଶୁ୍° କରୁଆ,ଶିବା ନାଏକ,ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା ବିଭାଗର ଛାତ୍ର ସୌମ୍ୟରଞ୍ଜନ ପାଣିଗ୍ରାହୀ,ଖଗେଶ୍ବର ମାଝୀ ଓ ଶେଷ ବର୍ଷ ବିଜ୍ଞାନ ବିଭାଗ ଛାତ୍ର ରାଜ କୁମାର । ଆନ୍ତଃ ବିଶ୍ବବିଦ୍ୟାଳୟ ଭଲିବଲ ପ୍ରତିଯୋଗୀତାରେ କେସିଙ୍ଗା କଲେଜର  ୫ ଜଣ ଛାତ୍ର ଙ୍କ ପ୍ରଶଂସନୀୟ ଭଲିବଲ ଖେଳକୁ ନେଇ କେସିଙ୍ଗା କଲେଜ ଗୌରବାନ୍ନିତ ବୋଲି କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ  କହିଛନ୍ତି। 

ଆହୁରି ପଢନ୍ତୁ : ଗଛରେ ପିଟି ହେଲା ବାଇକ, ଯୁବକ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.