ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ EV ଗାଡି ପାଇଁ MOU, ସୃଷ୍ଟି ହେବ ୧୧ ହଜାର ନିଯୁକ୍ତି

ଭୁବନେଶ୍ଵର, ୧୦/୦୨ : ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡି ପାଇଁ MOU ସ୍ଵାକ୍ଷର। ରାଜ୍ୟ ସରକାର ଓ JSW ଗ୍ରୁପ୍ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସ୍ଵାକ୍ଷରିତ ହୋଇଛି। ନରାଜରେ ୯ ଶହ ଓ ପାରାଦୀପରେ ୪ ଶହ ଏକର ଜମିପାଇଁ ଚୁକ୍ତି ହୋଇଛି। ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ JSW ଗ୍ରୁପ୍। ବସ୍, ଟ୍ରକ୍, କାର୍ ପରି କମର୍ସିଆଲ ଗାଡି ଓ EV ବ୍ୟାଟେରୀ ଉତ୍ପାଦିତ ହେବ। 

ଓଡ଼ିଶାରେ ହେବ ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ । JSW ଗ୍ରୁପ୍  ସ୍ଥାପନ କରିବ ଏକ ମେଗା ସମନ୍ୱିତ ଇଲେକ୍ଟ୍ରିକ ଭେଇକିଲ ଓ EV ବ୍ୟାଟେରୀ ମାନୁଫାକଚରିଂ ପ୍ଲାଣ୍ଟ । ଏଥିପାଇଁ ରାଜ୍ୟ ସରକାର ୧୩ ଶହ ଏକର ଜମି ଯୋଗାଇ ଦେବେ । ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୧ ହଜାର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ । ଅକ୍ଟୋବରରେ ପ୍ରକଳ୍ପର ଶିଳାନ୍ୟାସ ହେବ । ୩ ବର୍ଷ ଭିତରେ ଆରମ୍ଭ ହେବ ଉତ୍ପାଦନ । ଉଭୟ ଯାତ୍ରୀବାହୀ ଏବଂ ବାଣିଜ୍ୟକ ଯାନ (ବସ, ଟ୍ରକ ଓ କାର) ଉତ୍ପାଦନ ହେବ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.