ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଦର୍ଶ ଶିକ୍ଷକ ସ୍ଵର୍ଗତ ଦୈତାରୀ ନାୟକଙ୍କ ଜୟନ୍ତୀ ସମାରୋହ: ସମୃଦ୍ଧ ସମାଜ ଗଠନରେ ଆଦର୍ଶ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ

କେନ୍ଦ୍ରାପଡ଼ା,୨୭।୧ : ଆଦର୍ଶ ଶିକ୍ଷକ ସ୍ଵର୍ଗତ ଦୈତାରୀ ନାୟକଙ୍କ ୯୩ତମ ଜୟନ୍ତୀ ସମାରୋହ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଲୁରିଆ ଠାରେ ପାଳିତ ହୋଇଯାଇଛି l ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି, ମୁଖ୍ୟବକ୍ତାଭାବେ ସକାଳ ସମ୍ବାଦପତ୍ରର କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦ୍ର ଦାସ ଯୋଗଦେଇ ଦୈତାରୀ ନାୟକଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏକ ସମୃଦ୍ଧ ସମାଜ ଗଠନରେ ଜଣେ ଆଦର୍ଶ ଶିକ୍ଷକର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି ଆଦର୍ଶ ଶିକ୍ଷକ ସ୍ଵର୍ଗତ ଦୈତାରୀ ନାୟକଙ୍କ ୯୩ ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି l  ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି ଦୈତାରୀ ନାୟକଙ୍କୁ ଜଣେ ଆଦର୍ଶବାଦୀ ଶିକ୍ଷକ ବୋଲି କହିବା ସହିତ ଦୈତାରୀ ସାର୍ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ତାଙ୍କ ପ୍ରତି ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ବୋଲି କହିଥିଲେ l ନାନା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶିକ୍ଷା, ସଂସ୍କୃତି ଓ ପରିବେଶ ର ସୁରକ୍ଷା ପାଇଁ ଦୈତାରୀ ନାୟକଙ୍କ ଅବଦାନ ଏ ସମାଜ ମନେ ରଖିବ ବୋଲି ମୁଖ୍ୟଅତିଥି ସୁଶାନ୍ତ କୁମାର ମହାନ୍ତି କହିଥିଲେ l ଉତ୍ସବରେ ମୁଖ୍ଯବକ୍ତା ଭାବେ ଯୋଗଦେଇ ଦୈନିକ ସମ୍ବାଦପତ୍ର ସକାଳର କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ ଦୈତାରୀ ନାୟକଙ୍କୁ ଜଣେ ମହାମାନବ ବୋଲି ଅବିହିତ କରିବା ସହ ସେ ଅଜ୍ଞାନର ଅନ୍ଧକାରକୁ ଦୁରେଇ ଦେଇ ଗ୍ରାମାଞ୍ଚଳରେ ଜ୍ଞାନର ମହାଜ୍ୟୋତି ପ୍ରଜ୍ଜ୍ଵଳନ କରିଥିଲେ ବୋଲି କହିଥିଲେ l ଟ୍ରଷ୍ଟ ର ଅଧକ୍ଷ ଭଗବାନ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ କବି ନିର୍ମଳ ଚନ୍ଦ୍ର ବିଶ୍ଵାଳ, ଗାଳ୍ପିକ ପ୍ରଦୀପ କୁମାର ନାୟକ, ପ୍ରମେୟ ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୈତାରୀ ନାୟକଙ୍କ ସ୍ମୃତି ଚାରଣ କରିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.