ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଆସନ୍ତା ଦୁଇ ବର୍ଷରେ ବଦଳିବ ଝାରସୁଗୁଡ଼ାର ଚେହେରା, ୨ ନୂଆ ଏଫ୍‌ଓବି ସହ ପ୍ଲାଟଫର୍ମ ସଂଖ୍ୟା ୧୨କୁ ବୃଦ୍ଧି ପାଇବ

ଝାରସୁଗୁଡ଼ା,୧୧/୦୯: ଝାରସୁଗୁଡ଼ାରେ ରେଳ  ଭିତ୍ତିଭୂମିର ବିକାଶ ଘଟିବ । ବିଶ୍ୱସ୍ତରୀୟ ଷ୍ଟେସନରେ  ଏହି ପୁରାତନ ଷ୍ଟେସନ ରୂପାନ୍ତର ହେବ । ଦୁଇ ନୂଆ  ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ସହ ପ୍ଲାଟଫର୍ମ ସଂପ୍ରସାରଣ  ପୂର୍ବକ ଏହାର ସଂଖ୍ୟା ୧୨କୁ ବୃଦ୍ଧି ପାଇବ ।  ଅତ୍ୟାଧୁନିକ ରେଳ ଷ୍ଟେସନର ସୌନ୍ଦର୍ଯ୍ୟତା ଭିତରେ  ରେଳ ସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ  ରଖି ରେଳ ବିଭାଗ ଯେଭଳି ଆଗେଇବାରେ ଲାଗିଛି ସେଥିରେ ଆଗାମୀ ଦୁଇ ବର୍ଷରେ ଝାରସୁଗୁଡ଼ାର  ଚେହେରା ବଦଳିବ । ପ୍ରାୟ ତିନି ଶହ କୋଟି ଟଙ୍କା  ବ୍ୟୟରେ ଆରମ୍ଭ ହୋଇଥିବା ନୂତନ ଷ୍ଟେସନ୍‌  ବିଲଡିଂ ଏବଂ ଅନ୍ୟ ଭିତ୍ତିଭୂମି ବିକାଶ ଆଗକୁ ରେଳ  ମାନଚିତ୍ରରେ ଝାରସୁଗୁଡ଼ା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର  କରିବା ସମ୍ଭାବନାକୁ ଉଜ୍ଜୀବିତ କରିଛି । 

ଗତି ଶକ୍ତି ଯୋଜନାନୁଯାୟୀ ରେଳ ବିଭାଗ  ପକ୍ଷରୁ ଝାରସୁଗୁଡ଼ା ରେଳ ଷ୍ଟେସନର ବିକାଶ କାର୍ଯ୍ୟ  ହାତକୁ ନିଆଯାଇଛି । ଯେଉଁଥିରେ ଦୁଇଟି ନୂତନ  ଫୁଟ ଓଭରବ୍ରିଜ ନିର୍ମାଣ ସହ ଷ୍ଟେସନ ବିଲଡିଂର  କାୟାକଳ୍ପରେ ବିରାଟ ପରିବର୍ତ୍ତନ ଅଣାଯାଉଛି ।  ଏଥିସହ ନୂତନ ପ୍ଲାଟଫର୍ମ ସେଡ୍‌ ନିର୍ମାଣ କରାଯିବ ।  ଏବେ ଥିବା ଷ୍ଟେସନର ହେରିଟେଜ ବିଲଡିଂକୁ କୌଣସି  କ୍ଷତି ନ ପହଞ୍ଚାଇ ସେଭଳି ସୁରକ୍ଷିତ ଏବଂ ସଂରକ୍ଷିତ ଅବସ୍ଥାରେ ରଖାଯିବା ଯୋଜନା କରାଯାଇଛି । ରେଳ  ଷ୍ଟେସନର ବର୍ତ୍ତମାନର ମୁଖ୍ୟ ଦ୍ୱାର ତଥା ପ୍ରବେଶ  ପଥ ସମ୍ମୁଖରେ ଦୁଇଟି ରେଳ ଲାଇନ ବିଛା ଯିବ ।  ଠିକ ସେହିପରି ଷ୍ଟେସନର ଅପର ପାଶ୍ୱର୍ରେ ଅର୍ଥାତ  ରେଳବାଇ କଲୋନି ପଟେ ମଧ୍ୟ ଦୁଇଟି ରେଳ  ଲାଇନ ତିଆରି ହେବ । ଏବେ ପ୍ଲାଟଫର୍ମରେ ୮ଟି  ଲାଇନଟି ଥିବା ବେଳେ ଏହା ୧୨ ଲାଇନ ବିଶିଷ୍ଟ  ହେବ । ଠିକ ଅନୁରୂପ ଭାବେ ପ୍ଲାଟଫର୍ମ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏବେ ୫ଟି ପ୍ଲାଟଫର୍ମ ଥିବା ବେଳେ  ଏହା ୧୨ଟିରେ ରୂପାନ୍ତର ହେବ । ଯେଉଁ ନୂତନ ଫୁଟ  ଓଭରବ୍ରିଜ ନିର୍ମାଣ କରାଯାଉଛି ସେଥିରେ ଉପରେ  ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରିବା ଲାଗି ବସିବା  ବନ୍ଦୋବସ୍ତ ରହିବ । 

ଏବେ ଥିବା ରେଳ ଷ୍ଟେସନ  ବିଲଡିଂ ତଥା ହେରିଟେଜ୍‌ ବିଲଡିଂର ପୂର୍ବ ପାଶ୍ୱର୍ରେ  ପୁରୁଣା ବସଷ୍ଟାଣ୍ଡ ତଥା ଶୁକ୍ରବଜାର ପଟେ ପ୍ରାୟ ୮  ଶହ ମିଟର ପର୍ଯ୍ୟନ୍ତ ଷ୍ଟେସନର ପ୍ଲାଟଫର୍ମ ସଂପ୍ରସାରଣ  ହେବ । ରେଳ ଷ୍ଟେସନର ଶୁକ୍ରବଜାର ପଟ ପ୍ରବେଶ  ପଥ ସମ୍ମୁଖରେ ପାର୍କିଂ ଜୋନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା  ରହିବ । ଅପରପାଶ୍ୱର୍ରେ ରେଲୱେ କଲୋନି ପଟେ  ଏଡିଇଏନ୍‌ଙ୍କ ଅଫିସ ପାଶ୍ୱର୍ରେ ଷ୍ଟେସନର ମୁଖ୍ୟ  ପ୍ରବେଶ ପଥ ରହିବ । ଜାତୀୟ ରାଜପଥ-୪୯ର  ସହରର ବମ୍ବେ ଛକ ଠାରୁ ପ୍ରଶସ୍ତ ରାସ୍ତା ଷ୍ଟେସନର  ମୁଖ୍ୟ ପ୍ରବେଶ ପଥକୁ ସଂଯୋଗ କରିବ । ଷ୍ଟେସନ୍‌କୁ  ଉଭୟ ପାଶ୍ୱର୍ରୁ ଯାତ୍ରୀ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ  ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି । 

ଏବେ ଷ୍ଟେସନର  ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଆଗକୁ  ପ୍ରାୟ ଦୁଇ ବର୍ଷ ମଧ୍ୟରେ ରେଳ ଭିତ୍ତିଭୂମିର ବିକାଶ  ସହ ଝାରସୁଗୁଡ଼ାର ଚେହେରା ବଦଳିଯିବ ବୋଲି  ଯୋଜନା ପ୍ରସ୍ତୁତ ହୋଇଛି । ଏବେ ରେଳବାଇ ଜମିରେ  ଥିବା ଶୁକ୍ରବଜାରକୁ ସ୍ଥାନାନ୍ତର କରିବା ଲାଗି ପ୍ରକ୍ରିୟା  ଆରମ୍ଭ ହୋଇ ସାରିଛି । ଏଥିସହ ପୁରୁଣା ବସଷ୍ଟାଣ୍ଡ  ଠାରେ ରେଳ ଲାଇନ ପାଶ୍ୱର୍ରେ ଥିବା ଦୋକାନ  ଗୁଡ଼ିକୁ ଭାଙ୍ଗିବା ଲାଗି ନୋଟିସ ଜାରି ହୋଇ ସାରିଛି ।  ଆର୍‌ପିଏଫ୍‌ ବ୍ୟାରାକ୍‌ ପାଖ ବସ୍ତି ଉଚ୍ଛେଦ କରାଯିବାକୁ  ପଦକ୍ଷେପ ନିଆଯାଉଛି । ଯେଉଁଠି ପ୍ରାୟ ୨୦ ପରିବାର  ରହୁଛନ୍ତି । 

ସେହିପରି ପୁରୁଣା ବସଷ୍ଟାଣ୍ଡ ପାଖରେ  ଥିବା ରେଳ ଓଭରବ୍ରିଜର ବିକଳ୍ପ ଭାବେ ଆଉ ଏକ  ଓଭରବ୍ରିଜ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏହି ପୁରାତନ ଓଭର ବ୍ରିଜ ଜରାଜୀର୍ଣ୍ଣ ହୋଇ  ସାରିଥିବାରୁ ଭବିଷ୍ୟତର ଟ୍ରାଫିକ ଭିଡ଼ ଏବଂ ଏବେ  ହେଉଥିବା ରେଳ ଲାଇନ ସଂପ୍ରସାରଣକୁ ଦୃଷ୍ଟିରେ  ରଖି ଏହି ନୂତନ ଓଭରବ୍ରିଜର ନିର୍ମାଣ ପାଇଁ ରେଳ  ବିଭାଗ ପଦକ୍ଷେପ ନେଉଥିବା ଜଣାପଡ଼ିଛି । ରେଳ  ଭିତ୍ତିଭୂମିକୁ ନେଇ ଯେଭଳି ବିରାଟ ପରିବର୍ତ୍ତନ ଏବଂ  ନିର୍ମାଣର ସୂଚନା ରହିଛି ତାହା ଝାରସୁଗୁଡ଼ାର ଚିତ୍ର  ବଦଳାଇ ଦେବ ନିଶ୍ଚିତ ।

Copyright © 2022 - Summa Real Media Private Limited. All Rights Reserved.