ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲକ୍ଷ୍ମୀପୁରରେ ଝିନ୍ନ-କୁଲେସିକା ମେଣ୍ଟ, ଏକାଠି କରୁଛନ୍ତି ପ୍ରଚାର

କୋରାପୁଟ, ୨୪/୦୨ : ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ଏବେ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା ଏବଂ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା। ଗୋଟିଏ ଦଳରେ ଥିଲେ ବି ଉଭୟଙ୍କୁ ପରସ୍ପର ରାଜନୈତିକ ବିରୋଧୀ ଭାବେ ବିବେଚନା କରାଯାଏ । ଅଥଚ ଝିନ୍ନଙ୍କ ସ୍ତ୍ରୀ କୌଶଲ୍ୟା ହିକ୍କକା ଏବଂ ଶ୍ରୀ କୁଲେସିକା କିଛିଦିନ ହେବ ଏକସଙ୍ଗେ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କରୁଛନ୍ତି । ସେମାନଙ୍କ ସାଙ୍ଗରେ ଥିବା ସମର୍ଥକ ଏବଂ ବିଜେଡି କର୍ମୀମାନେ ଦୁଇ ଜଣଙ୍କ ନାଁ ନେଇ ଜିନ୍ଦାବାଦ ନାରା ଦେଉଛନ୍ତି । ଏଭଳି ମିଳିତ ପ୍ରଚାରକୁ ନେଇ ଦଳୀୟ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଟିକଟ ପାଇବା ପ୍ରସଙ୍ଗରେ ଝିନ୍ନ ଏବଂ କୈଳାସଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଅଞ୍ଚଳରେ ଆଲୋଚନା ହେଉଛି । ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ରହିଛନ୍ତି ପ୍ରଭୁ ଜାନୀ । 

ଆସନ୍ତା ନିର୍ବାଚନ ପାଇଁ ପ୍ରଭୁଙ୍କ ସମେତ ଜିଲ୍ଲା ସଭାପତି ଝିନ୍ନଙ୍କ ସ୍ତ୍ରୀ କୌଶଲ୍ୟା, ପୂର୍ବତନ ବିଧାୟକ କୈଳାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଏବଂ ଯୁବନେତା କୁମୁଦ ସାଉନ୍ତା ପ୍ରମୁଖ ଆଶାୟୀ ରହିଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୌଶଲ୍ୟାଙ୍କୁ ଦଳ ସାଂସଦ ଟିକଟ ଦେବାକୁ ସ୍ଥିର କରିଛି । ତେଣୁ ଲକ୍ଷ୍ମୀପୁର ବିଧାନସଭା ଆସନ ଉପରେ ଏବେ ତାଙ୍କର ସେତେଟା ନଜର ନାହିଁ । କୌଶଲ୍ୟା ଲୋକସଭା ନିର୍ବାଚନକୁ ଯାଉଥିବା ବେଳେ ତାଙ୍କୁ ବିଧାନସଭା ଆସନରେ ସମର୍ଥନ ଦେବାକୁ ପୂର୍ବତନ ବିଧାୟକ ଶ୍ରୀ କୁଲେଶିକା ଜିଲ୍ଲା ସଭାପତି ଝିନ୍ନଙ୍କ ସହିତ ଭିତିରି ବୁଝାମଣା କରିଥିବା ଚର୍ଚ୍ଚା ହେଉଛି । ଝିନ୍ନ ମଧ୍ୟ ତାଙ୍କୁ ନିସର୍ତ୍ତ ସମର୍ଥନ କରିଛନ୍ତି । ଏହି କାରଣରୁ କୌଶଲ୍ୟା ଏବଂ ଶ୍ରୀ କୁଲେସିକା କିଛିଦିନ ହେବ ଏକାଠି ହୋଇ ନିଜ ନିଜ ପାଇଁ ପ୍ରଚାର ଚଳାଇଛନ୍ତି । ଆଜି ଏହି ନିର୍ବାଚନମଣ୍ଡଳୀ ଅଧୀନ ଗୌଡ଼ଗୁଡ଼ା, ଲଚମଣି ଗାଁରେ ଦୁହେଁ ଏକାଠି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ସେମାନେ ସ୍ଥାନୀୟ ବିଧାୟକ କିମ୍ବା ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ ସାଙ୍ଗରେ ନେଇନାହାନ୍ତି । 

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରି ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବାଣ୍ଟିଛନ୍ତି । ଏ ସଂପର୍କରେ ଆମେ ଶ୍ରୀ କୁଲେସିକାଙ୍କ ସହିତ ଆଲାଚନା କରିବାରୁ କହିଛନ୍ତି, ଝିନ୍ନଙ୍କ ସହିତ ତାଙ୍କର ଏଭଳି କୌଣସି ବୁଝାମଣା ହୋଇନି । ଏପର୍ଯ୍ୟନ୍ତ କାହାରି ଟିକଟ ଚୂଡାନ୍ତ ହୋଇନି । ନିର୍ବାଚନମଣ୍ଡଳୀର ସମସ୍ତ ନେତୃବୃନ୍ଦଙ୍କୁ ଏକାକୀ ହୋଇ କାମ କରିବାକୁ ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ରହିଛି । ଏଣୁ ସେ କୌଶଲ୍ୟାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ପ୍ରଚାର କରୁଛନ୍ତି । ଏମିତିକି ବିଧାୟକ ପ୍ରଭୁ ଜାନୀଙ୍କ ସହିତ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଉଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଦଳ ଯାହାକୁ ଟିକଟ ଦେବ, ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ ସମ୍ପୃକ୍ତ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟ କରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.