ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ

ଭୁବନେଶ୍ୱର,୦୩/୧୨: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ସାବାଡ୍‌ ହେବେ । ସେମାନଙ୍କ ପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରାଖୁଣ୍ଟି ଠାରେ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ ସେଣ୍ଟର ବା ହାତୀଙ୍କ ‘ପାଠଶାଳା’ ପ୍ରସ୍ତୁତ ହୋଇରହିଛି । ଉତ୍ପାତିଆ ଦନ୍ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଟ୍ରକ୍‌ରେ ଲଦି ଏଠାକୁ ଅଣାଯିବ । ଏଠାରେ ଏନ୍‌କ୍ଲୋଜରରେ ଛଡ଼ାଯିବ । ପ୍ରଥମେ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ପରେ ସେମାନଙ୍କୁ ସାବାଡ୍‌ କରିବେ ମାହୁନ୍ତ । ଏହାପରେ ସେମାନଙ୍କୁ କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ । ଖାଲି ଉତ୍ପାତିଆ ଦନ୍ତା ନୁହନ୍ତି, ବିଭିନ୍ନ ଜଙ୍ଗଲରେ ଗୋଠ ବା ଦଳଛଡ଼ା ଛୁଆ ହାତୀ ଅବା ଅସୁସ୍ଥ ହାତୀଙ୍କୁ ମଧ୍ୟ ଏଠାକୁ ଅଣାଯିବ । ଛୁଆ ହାତୀଙ୍କୁ ମାହୁନ୍ତମାନଙ୍କ ଦ୍ୱାରା କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ । ଅସୁସ୍ଥ ହାତୀଙ୍କର ମଧ୍ୟ ଏଠାରେ ଥିବା ଡାକ୍ତରମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଇପାରିବ । 

ତାଲିମପ୍ରାପ୍ତ ଦନ୍ତାଙ୍କୁ ଜଙ୍ଗଲ ଜଗିବାରେ ନିୟୋଜିତ କରାଯିବ । ସେମାନେ ଜଙ୍ଗଲରୁ ଶିକାରୀ ଓ କାଠଚୋରଙ୍କୁ ତଡ଼ିବେ । ଏଥିସହ ପର୍ଯ୍ୟଟକଙ୍କୁ ପିଠିରେ ବସାଇ ଜଙ୍ଗଲ ବୁଲାଇବା କାମରେ ସେମାନଙ୍କୁ ନିୟୋଜିତ କରାଯିବ । ସେହିପରି ଶିମିଳିପାଳ ଜେନାବିଲି ଠାରେ ମଧ୍ୟ ହାତୀଙ୍କୁ କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ । ସେଠାରେ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି ।  ଖୁବ୍‌ ଶୀଘ୍ର ରାଜ୍ୟର ଏହି ଦୁଇଟି ଜଙ୍ଗଲରେ କୁମ୍‌କୀ ପ୍ରଶିକ୍ଷଣ ଆରମ୍ଭ ହୋଇଯିବ । ଏଥିପାଇଁ ପିସିସିଏଫ୍‌ (ୱାଇଲ୍ଡ ଲାଇଫ୍‌) ଚନ୍ଦକା, ଢେଙ୍କାନାଳ, ନନ୍ଦନକାନନର ଉପ ନିର୍ଦ୍ଦେଶକ ଓ ଶିମିଳିପାଳ ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହୋଇ ରହିଥିବା ହାତୀଙ୍କ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ଜଙ୍ଗଲ ବିଭାଗ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ବାରଙ୍ଗ ଚୁଡ଼ଙ୍ଗଗଡ଼ ଠାରେ ୨୦୧୬ରେ ହାତୀଙ୍କ ପାଇଁ ପାଠଶାଳା ନିର୍ମାଣ ଆରମ୍ଭ କରିଥିଲା । କିନ୍ତୁ ଆଖପାଖରେ ଗାଁ ଗଣ୍ଡା ରହୁଥିବାରୁ ପରବର୍ତ୍ତୀ ସମୟରେ ଏହି ପାଠଶାଳାକୁ କୁମାରଖୁଣ୍ଟିରେ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ପ୍ରାୟ ୫୦ ହେକ୍ଟର ଜମି ବିଶିଷ୍ଟ ଏହି ପାଠଶାଳାରେ ୫ଟି ଏନ୍‌କ୍ଲୋଜରରୁ ଗୋଟିଏ ନିର୍ମାଣ ଶେଷ ହୋଇଛି । ୧୦ ହେକ୍ଟର ବିଶିଷ୍ଟ ଏହି ଏନ୍‌କ୍ଲୋଜରର ଚାରିପଟେ ଟ୍ରେଞ୍ଚ୍‌ ନିର୍ମାଣ ସହ ସୋଲାର ତାରବାଡ଼ ଦିଆଯାଇଛି । ଉଦ୍ଧାର ହୋଇ ଆସିଥିବା ହାତୀଙ୍କ ଗୋଡ଼ରେ କଡ଼ି ନ ପକାଇ ସେମାନଙ୍କୁ ଏଠାରେ ଛଡ଼ାଯିବ । ହାତୀମାନେ ଏହି ଏନ୍‌କ୍ଲୋଜରରେ ମୁକ୍ତଭାବେ ବିଚରଣ କରିପାରିବେ । ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏନ୍‌କ୍ଲୋଜର ଭିତରେ ଖାଦ୍ୟପେୟର ବନ୍ଦୋବସ୍ତ କରାଯିବ । ପରେ ସେମାନଙ୍କ ହାବଭାବକୁ ଦେଖି ମାହୁନ୍ତମାନେ ପୋଷା ମନାଇବାକୁ ଚେଷ୍ଟା କରିବେ । ସ୍ୱଭାବରେ ପରିବର୍ତ୍ତନ ଆସିବା ପରେ ସେମାନଙ୍କୁ କୁମ୍‌କୀ ପ୍ରଶିକ୍ଷଣରେ ସାମିଲ କରାଯିବ । 

୨୦୧୦ରୁ କୁମ୍‌କୀ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୨୦୧୧ରେ ‘ରାଜକୁମାର’, ‘ନନ୍ଦ’, ‘ଯଶୋଦା’ ଓ ‘ଶଙ୍କର’ ହାତୀକୁ ନେଇ ଚାଲିଲା କୁମ୍‌କୀ ପ୍ରଶିକ୍ଷଣ । ଏପରିକି ବ୍ରହ୍ମପୁରରୁ ଦନ୍ତାହାତୀ “ମହେନ୍ଦ୍ର’ ଓ ମାଈ ହାତୀ “ଶୋଭା’ଙ୍କୁ ମଧ୍ୟ ମାସକ ପାଇଁ ଏଠାକୁ ଆଣି ପ୍ରଶିକ୍ଷଣ ଦିଆଯାଇ ପୁଣି ସେମାନଙ୍କୁ ଫେରାଇ ନିଆଯାଇଥିଲା । ହେଲେ ୨୦୧୨ ନଭେମ୍ବରରେ ପୋଷା ହାତୀ ଶଙ୍କର ମାହୁନ୍ତ ଦିଲ୍ଲୀପ ରାଭାଙ୍କୁ କଚାଡ଼ି ମାରିବା ପରେ କୁମ୍‌କୀ ପ୍ରଶିକ୍ଷଣ ପ୍ରାୟତଃ ବନ୍ଦ ହୋଇଯାଇଥିଲା । ପରେ ରାଜକୁମାରକୁ ଶିମିଳିପାଳ ଫେରାଇ ନିଆ ଯାଇଥିଲା । ପୁଣି ୨ ବର୍ଷ ପରେ ନନ୍ଦ ଓ ଯଶୋଦାକୁ ପ୍ରଶିକ୍ଷଣ ଦିଆ ଯାଉଥିବା ବେଳେ ଶଙ୍କରକୁ ବନ୍ଦୀ କରି ରଖା ଯାଇଥିଲା । ଏହା ଭିତରେ ୨୦୧୬ରେ ନନ୍ଦ ହାତୀର ମୃତ୍ୟୁ ଘଟିବା ପରେ କୁମ୍‌କୀ ପ୍ରଶିକ୍ଷଣ ସେବେଠାରୁ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିଲା ।

ଏବେ ରାଜ୍ୟ ସରକାର କୁମ୍‌କୀ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇ ପୁଣି ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ କପିଳାସରେ ଥିବା କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମା ଓ ଶିବାଙ୍କୁ ଚନ୍ଦକା କୁମାରଖୁଣ୍ଟି ପାଠଶାଳାକୁ ଅଣାଯିବ । ସେହିପରି ନନ୍ଦନକାନନରୁ ମାମା ଓ ଶିମିଳିପାଳ ସାଉଥ ଜେନାବିଲିରୁ ଜଗନ୍ନାଥ ଏସବୁ ୭ଟି କମ୍‌ ବୟସର ହାତୀଙ୍କୁ ଆଣି ଏଠାରେ କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ । ସେହିପରି ଚନ୍ଦକାରେ ଥିବା ଯଶୋଦା, 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.