ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁନିଆରେ କେବେ ଲାଗିଥିଲା ସବୁଠୁ ଦୀର୍ଘ ସୂର୍ଯ୍ୟ ପରାଗ ? ଏପ୍ରିଲରେ ଆମେରିକାରେ ହୋଇଯିବ ‘ଅନ୍ଧାର’

ୱାଶିଂଟନ୍, ୦୩/୦୨: ପୃଥିବୀ ଓ ସୂର୍ଯ୍ଯଙ୍କ ମଝିରେ ଚନ୍ଦ୍ର ଅବସ୍ଥାନ କଲେ ସୂର୍ଯ୍ୟ ପରାଗ ହୋଇଥାଏ । ବେଳେ ବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟଙ୍କୁ ଢାଙ୍କି ଦେଇଥାନ୍ତି । ଏହା କିଛି ସମୟ ପାଇଁ ହେଉଥିବା ବେଳେ ଗାଏବ ହୋଇ ଯାଆନ୍ତି ସୂର୍ଯ୍ୟ ।

ଚଳିତ ବର୍ଷ ଏପ୍ରିଲ୍ ୮ରେ ସେଭଳି କିଛି ଘଟିବାକୁ ଯାଉଛି । ମେକ୍ସିକୋ, ଆମେରିକା ଓ କାନାଡ଼ାର କିଛି ଅଞ୍ଚଳରେ ଦେଖାଯିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ଉତ୍ତର ଆମେରିକାରେ ଆଂଶିକ ଭାବେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଏହା ସର୍ବାଧିକ ୪ ମିନିଟ୍ ୨୮ ସେକେଣ୍ଡ୍ ପର୍ଯ୍ୟନ୍ତ ରହିବ । ଏହା ପରେ ସୂର୍ଯ୍ୟ ଧିରେ ଧିରେ ଦୃଶ୍ୟମାନ ହେବେ ।

ଏହି ସୂର୍ଯ୍ୟ ପରାଗ ଦୀର୍ଘ ସମୟ ଧରି ଲାଗି ରହିବ । କିନ୍ତୁ କ’ଣ ଏହା ସବୁଠାରୁ ଦୀର୍ଘତମ ସୂର୍ଯ୍ୟ ପରାଗ ? ବୈଜ୍ଞାନିକଙ୍କ ଅନୁସାରେ, ଏହି ସୂର୍ଯ୍ୟ ପରାଗ ରେକର୍ଡର ନିକଟତମ ନୁହଁ । ତାହେଲେ ସବୁଠୁ ଦୀର୍ଘ ସୂର୍ଯ୍ୟ ପରାଗ କେବେ ହୋଇଥିଲା ? ଆଉ ଭବିଷ୍ୟତରେ କେବେ ହେବ ଦୀର୍ଘତମ ସୂର୍ଯ୍ୟ ପରାଗ ?

ନାସାର ଗଣନା ଅନୁସାରେ, ସବୁଠାରୁ ଦୀର୍ଘ ସୂର୍ଯ୍ୟ ପରାଗ ୭୪୩ ଖ୍ରୀଷ୍ଟାଦ୍ଦ ଜୁନ୍ ୧୫ ପୂର୍ବରୁ ହୋଇଥିଲା । ଯାହାର ଅବଧି ଥିଲା ୭ ମିନିଟ୍ ୨୮ ସେକେଣ୍ଡ । ଆଫ୍ରିକାର କେନିଆ ଓ ସୋମାଲିଆ ଉପକୂଳରେ ଭାରତ ମହାସାଗରରେ ଏହା ଲାଗିଥିଲା । ଏତେ ସମୟ ଧରି ପରାଗ ଲାଗିବାର କୌଣସି ରେକର୍ଡ ନାହିଁ । ଅତି କମରେ ବିଗତ ହଜାରେ ବର୍ଷରେ ସେଭଳି ହୋଇନି । କିନ୍ତୁ ଆଗାମୀ ୧୫୦ ବର୍ଷ ପରେ ପ୍ରାୟ ସେହି ପାଖାପାଖି ଅବଧିର ସୂର୍ଯ୍ୟ ପରାଗ ଅନୁଷ୍ଠିତ ହୋଇପାରେ ।

ଗଣନା ଅନୁସାରେ, ୨୧୮୬ ମସିହା ଜୁଲାଇ ୧୬ରେ ଅନୁଷ୍ଠିତ ହେବ ସୂର୍ଯ୍ୟ ପରାଗ । ଯାହାକି ଫ୍ରେଞ୍ଚ୍ ଗୁଏନା ଉପକୂଳରେ ଆଣ୍ଟଲାଟିକ୍ ମହାସାଗରକୁ ପାର୍ କରିବା ନେଇ ପୂର୍ବାନୁମାନ କରାଯାଇଛି । ଉକ୍ତ ପରାଗ ୭ ମିନିଟ୍ ୨୯ ସେକେଣ୍ଡ ଧରି ଲାଗିବ ବୋଲି ଆକଳନ କରିଛନ୍ତି ପରାଗ ବିଶେଷଜ୍ଞ ଡ୍ୟାନ୍ ମ୍ୟାକଗ୍ଲାନ୍ ।

ତେବେ ଏପ୍ରିଲ୍ ୮ରେ ଲାଗିବାକୁ ଥିବା ସୂର୍ଯ୍ୟ ପରାଗ ବହୁତ ଖାସ୍ ବୋଲି କୁହାଯାଉଛି । ବୈଜ୍ଞାନିକଙ୍କ ଅନୁସାରେ, ଏପ୍ରିଲର ସୂର୍ଯ୍ୟ ପରାଗରେ କୋରୋନା ବେଶ୍ ଭିନ୍ନ ହେବ । ୨୦୧୭ ପରେ ଆମେରିକାରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯିବ ବୋଲି କହିଛି ନାସା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.