ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ, ଆଭ୍ୟନ୍ତରୀଣ ଓଡ଼ିଶାରେ ନିର୍ଧୁମ ଛେଚିବ, ଫ୍ଳାସଫ୍ଳଡ ନେଇ ସତର୍କତା

ଭୁବନେଶ୍ଵର, ୧୪/୦୯ : ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ।  ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ନିର୍ଧୁମ ଛେଚିବ । ଫ୍ଳାସଫ୍ଳଡ ନେଇ ସତର୍କତା ଜାରି । ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ। ଏଥିସହ କମିବ ଦୃଶ୍ୟମାନ କ୍ଷମତା । ବର୍ତ୍ତମାନ ଏହି ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ଦୁଇଦିନ ମଧ୍ୟରେ ଓଡ଼ିଶା ଛତିଶଗଡ଼ ଦେଇ ଗତି କରିବ । 

ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡି ଏମ.ରାମପୁରରେ ୧୯୩ ମି.ମି, ଥୁଆମୁଳ ରାମପୁରରେ ୧୫୮ମି.ମି, କଣ୍ଟାମାଳ ବୌଦ୍ଧରେ ୧୫୮ ମି.ମି, କେନ୍ଦ୍ରାପଡାରେ ୧୩୨.୪ ମି.ମି, ଝାରସୁଗୁଡାରେ ୭୬.୮ ମି.ମି, ଭୁବନେଶ୍ୱରରେ ୫୫ ମି.ମି ବର୍ଷା ରେକର୍ଡ ହୋଇଛି। 

ଆଜି ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ମାଟିଘର କାନ୍ଥ ଭୁଶୁଡ଼ିବା ସମ୍ଭାବନା ରହିଛି। କଚ୍ଚା ରାସ୍ତା ପ୍ରଭାବିତ ହେବ। ଧାନ ବିଲରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଏଥିସହ ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା କମିବ । ୧୬ ତାରିଖରୁ ସାରା ଓଡ଼ିଶାରେ ବର୍ଷାର ପରିମାଣ କମିବ । ୧୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ ବୋଲି ପାଣିପାଗ ବୈଜ୍ଞାନିକ କହିଛନ୍ତି । 


PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.