ମୁମ୍ବାଇ, ୦୨/୦୯: ମହାରାଷ୍ଟ୍ରର ଜାଳନା ଜିଲ୍ଲାରେ ମରାଠାଙ୍କୁ ସଂରକ୍ଷଣ ଦାବି କରି ଶୁକ୍ରବାର ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି । ହିଂସାରେ ପୋଲିସ ଅଧିକାରୀଙ୍କ ସହ ଏକାଧିକ ଆହତ ହୋଇଛନ୍ତି । ଭିଡ଼ ଏଡ଼ାଇବାକୁ ପୋଲିସ ଲାଠିଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।
ପୋଲିସର ଲାଠିଚାର୍ଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନକାରୀ ପଥର ମାଡ଼ କରିଥିଲେ । ଯେଉଁଥିରେ ୪୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ପ୍ରଦର୍ଶନକାରୀ ୨୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା କରିବା ସହ ଜାଳନା ହାଇୱେରେ ବସରେ ନିଆଁ ଲଗାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ହିଂସାର ଯାଞ୍ଚ ଲାଗି କମିଟି ଗଠନ କରିଛନ୍ତି ।
ଆଜି ଇସ୍ରୋର ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ୍-୧ ପାଇଁ ଅବଗଣନା ଆରମ୍ଭ, ପୂର୍ବାହ୍ଣ ୧୧.୫୦ରେ ଶ୍ରୀହରିକୋଟାରୁ ଲଞ୍ଚ
ମରାଠାଙ୍କୁ ସଂରକ୍ଷଣ ଦାବିରେ ଅଗଷ୍ଟ ୨୯ରୁ ମରାଠା ମୋର୍ଚ୍ଚାର ସଂଯୋଜକ ମନୋଜ ଜାରାଙ୍ଗେଙ୍କ ସମତେ ୧୦ ଜଣ ଆମରଣ ଅନଶନରେ ବସିଥିଲେ । ଅଗଷ୍ଟ ୧ରେ ଅନଶନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ପୋଲିସ ସେମାନଙ୍କୁ ହେପାଜତକୁ ନେବା ଏବଂ ଅନଶନ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଯାହାର ବିରୋଧ କରିଥିଲେ ଅନଶନକାରୀ ।
ଏହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଭିଡ଼ ବଢ଼ିବାରୁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଥିଲା । ଏନେଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି, ଶାନ୍ତି ପୂର୍ଣ୍ଣ ଆନ୍ଦୋଳନରେ ଲାଠି ମାଡ଼ ନିନ୍ଦନୀୟ । ମୁଁ ଏହାର ବିରୋଧ କରୁଛି ।
ଆଗପଛ ହୋଇ ଆସୁଛି ଦୁଇ ଲଘୁଚାପ,୧୨ ଯାଏ ବର୍ଷା ଛେଚିବ: ଶନିବାର ଉପକୂଳରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ସମ୍ଭାବନା