ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମ ଜାହାଜ ଉପରେ କାହିଁକି ଚଢି ଥିଲ, ଚୀନର ସାହାଯ୍ୟରେ ଭାରତକୁ ନାଲି ଆଖି ଦେଖାଇଲା ମାଳଦ୍ୱୀପ ...ଭାରତକୁ ମାଗିଲା ତଥ୍ୟ

ମାଲେ – ମାଳଦ୍ୱୀପ ଓ ଭାରତ ମଧ୍ୟରେ ଜାରି ଉତ୍ତେଜନା ଆହୁରି ବଢିବାର ଆଶଙ୍କା ରହିଛି। ମାଳଦ୍ୱୀପ ଅଭିଯୋଗ କରିଛି କି, ଭାରତୀୟ ତଟ ରକ୍ଷକ ବାହିନୀ ଗତ ଦିନରେ ମାଳଦ୍ୱୀପର ୩ଟି ମାଛ ଧରା ଜାହାଜ ଉପରେ ଚଢି ଯାଇଥିଲେ। ଏବେ ମାଳଦ୍ୱୀପ ସରକାର ଭାରତ ସରକାରଙ୍କୁ ଏ ବିଷୟରେ ଆହୁରି ବିସ୍ତୃତ ତଥ୍ୟ ମାଗିଛି , କାହିଁକି ଭାରତୀୟ କୋଷ୍ଟଗାର୍ଡସ ମାଳଦ୍ୱୀପର ଜାହାଜ ଉପରେ ଚଢିଥିଲେ। 

ଉଲ୍ଲେଖନୀୟ ଯେ, ଗତ ବର୍ଷ ହୋଇଥିବା ମାଳଦ୍ୱୀପ ନିର୍ବାଚନ ପର ଠାରୁ ଭାରତ ଓ ମାଳଦ୍ୱୀପର ସଂପର୍ତରେ ତିକ୍ତତା ଆସିଛି। ମାଳଦ୍ୱୀପ ଭାରତୀୟ ସେନାକୁ ସେଠାରୁ ଫେରି ଯିବାକୁ ଅଲଟିମେଟମ ମଧ୍ୟ ଦେଇ ସାରିଛି। ଭାରତ ସହ ସଂପର୍କ ବିଗିଡ଼ିବା ମଧ୍ୟରେ ମାଳଦ୍ୱୀପ ଚୀନର ନିକଟର ହେଉଛି ଏବଂ ଏମିତି କି ଗତ ଦିନରେ ମାଳଦ୍ୱୀପର ରାଷ୍ଟ୍ରପତି ମୋଇଜ୍ଜୁ ଚୀନ ଗସ୍ତ କରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ସାକ୍ଷାତ୍‌ ମଧ୍ୟ କରିଥିଲେ। ଏହାପର ଠାରୁ ମାଳଦ୍ୱୀପର ହାବଭାବରେ ପରିବର୍ତ୍ତନ ଆସିଛି ଏବଂ ଭାରତକୁ ଆଖି ଦେଖାଇବାକୁ ବି ପଛାଉ ନାହିଁ।

ହେଲେ, ମାଳଦ୍ୱୀପର ଏହି ଅଭିଯୋଗ ଉପରେ ଭାରତ ସରକାର ପକ୍ଷରୁ ଏବେ କୌଣସି ପ୍ରତିକ୍ରିୟା ସାମନାକୁ ଆସି ନାହିଁ। ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଏକ ବୟାନରେ ଦାବି କରିଛି କି, ୩୧ ଜାନୁଆରୀରେ ଭାରତୀୟ ତଟରକ୍ଷକ ବାହିନୀ ମାଳଦ୍ୱୀପର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଭିତରେ ମାଛ ଧରିବାର କାର୍ଯ୍ୟକଳାପରେ ଲାଗିଥିଲା ମାଳଦ୍ୱୀପର ମାଛ ଧରାଳୀ ଜାହାଜକୁ ରୋକି ଥିଲେ। 

ଅଭିଯୋଗ ଲଗାଯାଇଛି କି , ସମ୍ୱନ୍ଧିତ ଅଧିକାରୀଙ୍କ ଠାରୁ ପୂର୍ବ ପରାମର୍ଶ ବିନା ମାଳଦ୍ୱୀପର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରଭିତରେ ମାଛ ଧରୁଥିବା ୩ଟି ଜାହାଜ ଉପରକୁ ଚଢି ଥିଲେ, ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ଆଇନ୍‌ ଓ ନିୟମର ଉଲ୍ଲଙ୍ଘନ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.