ପ୍ରମୂଖ ଖବର

ମୁମ୍ବାଇରେ ମେକ୍ସିକୀୟ ଡିଜେଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ ୦୩/୧୨: ମୁମ୍ବାଇରେ ଜଣେ ୩୧  ବର୍ଷୀୟ ମେକ୍ସିକୀୟ ଡିଜେ(ଡିସ୍କ ଜକି)ଙ୍କୁ ୪ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିଜେ ମଧ୍ୟ ଡିଜେ  ଭାବେ କାମ କରୁଥିବାବେଳେ ପୀଡିତାଙ୍କର ମ୍ୟାନେଜର  ଥିଲେ । ଗତ ସପ୍ତାହରେ ତାଙ୍କ ବିରୋଧରେ ପୀଡିତା ଏତଲା ରୁଜୁ କରିଥିଲେ । 

ସେଥିରେ ସେ ଦର୍ଶାଇଥିଲେ  ଯେ, ୨୦୧୭ରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଅଭିଯୁକ୍ତଙ୍କ ସହ ପରିଚୟ ହୋଇଥିଲା ।ଏହା ପରେ ସେ ମୁମ୍ବାଇ ଆସିଥିଲେ । ୨୦୧୯ରେ ଅଭିଯୁକ୍ତ ବାନ୍ଦ୍ରାସ୍ଥିତ ନିଜ ଘରେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଚାକିରି ନେଇଯିବା ଧମକ ଦେଇ ବାରମ୍ବାର ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ତାଙ୍କର କିଛି ଫଟୋ ଏବଂ ଭିଡିଓକୁ ଲିକ୍‌ କରିବାକୁ ମଧ୍ୟ ସେ ଧମକ ଦେଉଥିଲେ । ୨୦୨୦ରେ ସେ ଅନ୍ୟ ଜଣେ ମହିଳାଙ୍କୁ  ବିବାହ କରିଥିଲେ । କିନ୍ତୁ ତା’ପରେ ବି ତାଙ୍କୁ ଅଶ୍ଳୀଳ ଫଟୋ ପଠାଇ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏହି ଘଟଣାରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.