ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କୁଲ୍‌ ବନ୍ଦ , ଟ୍ରେନ୍‌ କ୍ୟାନସେଲ , ଉପକୂଳ ଖାଲି ...୨ ଦିନ ପରେ ଆସୁଛି ମିଚୌଙ୍ଗ ବାତ୍ୟା

ନୂଆଦିଲ୍ଲୀ : ଆଉ ଦୁଇ ଦିନ ପରେ ଆସୁଛି ଭୟଙ୍କର ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଶନିବାର ସତର୍କ ସୂଚନା ଜାରି କରିଛି। ବିଭାଗ କହିଛି , ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଡିପ୍ରେସନର ସ୍ଥାନ ୩ ଡିସେମ୍ୱରରେ ଏକ ବାତ୍ୟାର ରୂପ ନେବ, ଯାହାର ପରିଣାମସ୍ୱରୂପ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଭାଗରେ ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ପବନ ଲାଗି ରହିବ।

ଆଇଏମଡି ବୁଲେଟିନରେ ଏହା କହିଛି – 

ଆଇଏମଡି ନିଜର ନୂଆ ବୁଲେଟିନ ଜାରି କରି କହିଛି ,ଝଡ଼ ୪ ଡିସେମ୍ୱରରେ ସକାଳ ଯାଏ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ନିକଟବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ଗୁଡ଼ିକ ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାପରେ ଏହା ପାଖାପାଖି ଉତ୍ତର ଆଡ଼କୁ , ସମାନାନ୍ତର ଭାବେ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ବଢିବ ଏବଂ ୫ ଡିସେମ୍ୱରର ଦ୍ୱିପ୍ରହର ବେଳେ ନେଲ୍ଲୋର ଓ ମଛଲିପଟ୍ଟନମ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳକୁ ଅତିକ୍ରମ କରିବ। 

୧୦୦କି.ମି ପ୍ରତି ଘଣ୍ଟା ବେଗରେ ପବନ ବହିବ –

ବାତ୍ୟାର ଗତି କାରଣରୁ ୮୦-୯୦ କି.ମି ପ୍ରତି ଘଣ୍ଟାରୁ ନେଇ ୧୦୦ କି.ମି ପ୍ରତି ଘଣ୍ଟାର ଗତିରେ ପବନ ବହିବ। ଏଠାରେ କ୍ଷେତ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଉପ ମହାନିର୍ଦ୍ଦେଶକ ଏସ ବାଲଚନ୍ଦ୍ରନଙ୍କ ଅନୁସାରେ , ପୁଦୁକ୍କୋଟ୍ଟଇ , ତଞ୍ଜାବୁର , ତିରୁବରୁର , ନାଗପଟ୍ଟିନମ , ତିରୁବଲ୍ଲୁର , ଚେନ୍ନାଇ , କାଞ୍ଚିପୁରମ , ରାଣିପେଟ , ଚେଙ୍ଗେଲପଟ୍ଟୁ , ବିଲ୍ଲୁପୁରମ ଓ କୁଡ୍ଡାଲୋର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨ଡିସେମ୍ୱର ରାତିରୁ ୪ ଡିସେମ୍ୱର ଯାଏ ଦକ୍ଷିଣ-ପଶ୍ଚିମ ବଙ୍ଗୋପାଗର ଉପରେ ପ୍ରବାହିତ ଦ୍ରୁତ ବାୟୁ ପ୍ରବାହ ୬୦-୭୦ କି.ମି ପ୍ରତି ଘଣ୍ଟାରୁ ନେଇ ୮୦ କି.ମି ପ୍ରତି ଘଣ୍ଟା ଯାଏ ପହଞ୍ଚିବାର ସମ୍ଭାବନା ରହିଛି। ଏହାପରେ ଏହା ଧିରେ ଧିରେ ହ୍ରାସ ଘଟିବ। 

ବାଲାଚନ୍ଦ୍ରନ କହିଛନ୍ତି , ୧ ଅକ୍ଟୋବରରୁ ଏବେସୁଦ୍ଧା , ଉତ୍ତର ପୂର୍ବ ମୌସୁମୀ ବାୟୁ ଅବଧି ବେଳେ ଏହି କ୍ଷେତ୍ରରେ ସାମାନ୍ୟ ୩୬ ସେମି ତୁଳନାରେ ୩୪ ସେମି ବର୍ଷା ରେକର୍ଡ କରାଯାଇଛି। ଏହି ଅବଧି ବେଳେ କେବଳ ଚେନ୍ନାଇରେ ୬୭ ସେମିର ସାଧାରଣ ମାତ୍ରାରେ ବର୍ଷାର ତୁଳନାର୍ ୬୨ ସେମି ରୁଜୁ କରାଯାଇଛି । 

ସ୍କୁଲ ବନ୍ଦ, ମାଛ ଧରାଳୀକୁ ମନା –

ଦକ୍ଷିଣର ଦୁଇ ରାଜ୍ୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର କିଛି ଭାଗରେ ସାଇକ୍ଲୋନର ବିପଦ ରହିଛି। ପ୍ରବଳ ବର୍ଷା ଓ ବନ୍ୟା ଆତଙ୍କରେ ଥିବା ତାମିଲନାଡୁ ଉପରେ ସାଇକ୍ଲୋନ ମିଚୌଙ୍ଗର ବିପଦ ଆଚ୍ଛାଦିତ କରି ରହିଛି। ଚେନ୍ନାଇ , ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ ଓ ତିରୁୱଲ୍ଲୁର ସହିତ ଅନେକ ସହରରେ ବର୍ଷା ରେ ସ୍ଥିତି ବହୁତ ଖରାପ ରହିଛି। ସ୍କୁଲ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଚେନ୍ନାଇର ଅରକ୍କୋଣମ ସହରରେ ଏନଡିଆରଏଫ୍‌କୁ ଷ୍ଟାଣ୍ଡବାୟରେ ରଖାଯାଇଛି। ମୌସୁମୀ ବିଭାଗ ମୁତାବିକ, ଦକ୍ଷିଣ-ପୂର୍ବ ବଙ୍ଗୋପସଗାର ଓ ଦକ୍ଷିଣ ଆଣ୍ଡାମାନ ସାଗରର ଉପରେ ଲୋ-ପ୍ରେସର କ୍ଷେତ୍ର ସୃଷ୍ଟି ହେଉଛି, ଯେଉଁଥି ପାଇଁ ସାଇକ୍ଲୋନ ଆସିବାର ଆଶଙ୍କା ରହିଛି। ଏହାକୁ ଦେଖି ମାଛ ଧରାଳୀଙ୍କୁ ବର୍ତ୍ତମାନ ସମୁଦ୍ରକୁ ଯିବାକୁ ମନା କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.