କୋକସରା, ୦୬/୧୧ : କୋକସରା ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ରାଜ୍ୟ ସରକାର ମହିଳା ଙ୍କୁ ପ୍ରତିଟି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ତାହା ମା’ ମାନଙ୍କୁ ଆଜି ସମାଜ ରେ ବଞ୍ଚିବାର ବାଟ ଦେଖାଇଛି ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ବିଡ଼ିଓ ସ୍ନେହାପ୍ରଭା ମାଝୀ,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ଉପସ୍ଥିତ ରହି କାଫେ କୁ ଉଦଘାଟନ କରିଥିଲେ।
ଏହି କାଫେ ଉଦଘାଟନ ହେବାପରେ ବିଭିନ୍ନ କାର୍ଯ୍ୟ ନେଇ ବ୍ଲକ ଓ ଅନ୍ୟ କାର୍ଯ୍ୟାଳୟ କୁ ଆସୁଥିବା ଜନସାଧାରଣ ମାନେ ଅତି କମ ମୂଲ୍ୟ ରେ ସ୍ୱାଦିଷ୍ଟ ଜଳଖିଆ ଓ ଭୋଜନ କରି ପାରିବେ ବୋଳି ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ କହିଛନ୍ତି। ଉଦଘାଟନ ଅବସର ରେ ମିଶନ ଶକ୍ତି ର ବ୍ଲକ ସଂଯୋଜକ ସୁରେଶ ରାଉତ, ଶିଶୁ ବିକାଶ ପ୍ରକଳ୍ପ କର୍ମଚାରୀ ସଞ୍ଜୀବ ମହାନ୍ତି ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ପକ୍ଷରୁ ସର୍ବଶକ୍ତି ବ୍ଲକ ଲେବଲ ଫେଡରେସନ ଗ୍ରୁପ କୋକସରା ବ୍ଲକ ର ସଭାପତି ଗୀତାରାଣୀ ସୁନାନୀ, ସମ୍ପାଦିକା ମିଥିଲା ଭୋଇ, ସରସ୍ୱତୀ ଶବର, କଳ୍ପନା ପୁଝାରି, ସଂଯୁକ୍ତା ସିଂ ରାଜପୁତ, କନକ ଶବର,ପଦ୍ମିନୀ ଦାସ, ସୁମତି ନାଏକ,ସୁମିତ୍ରା ମାଝୀ କାନ୍ତି ପଟେଲ, ପ୍ରେମଶିଳା ମାଝୀ କାଫେର ପରିଚାଳନା ଦାୟିତ୍ୱ ରେ ରହିଛନ୍ତି।
ଆହୁରି ପଢନ୍ତୁ : ପୋଲିସ ବାବୁଙ୍କ କାର ଦେଲା ଧକ୍କା : ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର