ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଚୋରା ଗୋଚାଲାଣ ବେଳେ କଣ୍ଟେନରରୁ ୬୦ରୁ ଉର୍ଦ୍ଧ୍ଵ ଗୋରୁ ଜବତ, ଡ୍ରାଇଭର ସହ ମାଫିଆ ଫେରାର

ବେଲବାହାଳି, ୧୩/୧୧ : ବେଆଇନ ଭାବେ ଗୋ' ଚାଲାଣ ବେଳେ କଣ୍ଟେନରରୁ ୬୦ରୁ ଉର୍ଦ୍ଧ୍ଵ ଗୋରୁ ଜବତ। ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ସୋମବାର ସକାଳୁ ଏକ ଗୋରୁ ବୋଝେଇ କଣ୍ଟେନର ଗାଡିକୁ କାଞ୍ଜିପାଣି ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଟକ ରଖିଛି। କଣ୍ଟେନରରେ ୬୦ରୁ ଉର୍ଦ୍ଧ୍ଵ ଗୋରୁ ଅମାନୁଷିକ ଭାବେ ଦୁଇଥାକ ହୋଇ ରହିଥିବାବେଳେ ଚାଲାଣ ସମୟରେ ୩ଟି ଗୋରୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଗୋରୁ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ଘସିପୁରା ପଶୁ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ଆରମ୍ଭ ହୋଇଛି। 

ସୂଚନାନୁଯାୟୀ, ସୋମବାର ସକାଳୁ କାଞ୍ଜିପାଣି ପୋଲିସ ବେଆଇନ ଗୋଚାଲାଣ ହେଉଥିବା ଖବର ପାଇ ଘାଟୀ ରାସ୍ତାରେ ଜଗି ରହିଥିଲେ। ୩ଟି ଗୋରୁ ଗାଡିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ୨ଟି ଅଟକି ଥିବାବେଳେ ଗୋଟିଏ ଟ୍ରକ୍ ଖସିଯାଇ ଆନନ୍ଦପୁର ଅଭିମୁଖେ ପଳାଇ ଆସିଥିଲା। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ରାମଚନ୍ଦ୍ରପୁର ଥାନା ହସନପୁର ଟୋଲ ପ୍ଲାଜା ନିକଟରେ ମଧ୍ୟରାତିରେ ପୋଲିସ କାବୁ କରିବାରେ ସଫଳ ହୋଇଛି । ସକାଳୁ ଖବର ପାଇ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝି ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି କାଞ୍ଜିପାଣି ପୋଲିସ ସହ ମିଶି ତଦନ୍ତରେ ସହଯୋଗ କରିଛନ୍ତି । ଏହିଭଳି ବାରମ୍ବାର ଅନେକ ସମୟରେ ଗୋରୁମାନଙ୍କୁ ଅମାନୁଷିକ ଭାବେ ଗୋମାଫିଆମାନେ ଚୋରିକରି ବାହାର ଦେଶକୁ ଚାଲାଣ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ବଜରଙ୍ଗ ଦଳ ସଦସ୍ୟମାନେ ଉପସ୍ଥିତ ରହି ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.