ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚର୍ଚ୍ଚାରେ ଅମ୍ବାନି ପରିବାରର ସାନ ବୋହୂ, ମାର୍ଚ୍ଚ ୧ରୁ ଆରମ୍ଭ ହେବ ବିବାହ ଉତ୍ସବ

ମୁମ୍ବାଇ ୨୫/୦୨ : ରିଲାଏନ୍ସ ଗ୍ରୁପ୍‌ର ମାଲିକ ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜ ପିଲାଦିନର ସାଙ୍ଗ ରାଧିକା ମର୍ଚାଣ୍ଟଙ୍କୁ ସେ ବିବାହ କରିବେ । ବିବାହ ପୂର୍ବର ଉତ୍ସବ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ବିବାହରେ ବିଶ୍ୱର ଅନେକ ନାମୀ ବ୍ୟକ୍ତିତ୍ୱ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏ ନେଇ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଛି । 

ମୁକେଶ ଅମ୍ବାନିଙ୍କ ସାନ ବୋହୂ ହେବାକୁ ଯାଉଥିବା ରାଧିକାଙ୍କ ସମ୍ପତ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଧିକା ଜଣେ ଉଦ୍ୟୋଗୀ । ସେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ଏନକୋର ହେଲ୍‌ଥକେୟାର୍‌ର ସିଇଓ ବିରେନ ମର୍ଚାଣ୍ଟଙ୍କ ଝିଅ । ସେ ନିଜ ପରିବାର ବ୍ୟବସାୟ ସମ୍ଭାଳୁଛନ୍ତି । ବିଳାସବହୁଳ ଜୀବନ ନିର୍ବାହ କରିବାକୁ ସେ ଖୁବ୍‌ ପସନ୍ଦ କରନ୍ତି । ସେ ରହୁଥିବା ଘରେ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁଖ ସୁବିଧା ରହିଛି । ଏନ୍‌କୋର ହେଲ୍‌ଥକେୟାର୍‌ର ବୋର୍ଡରେ ସେ ନିର୍ଦ୍ଦେଶିକା ଅଛନ୍ତି । ୧୯୯୪, ଡିସେମ୍ବର ୧୮ ତାରିଖରେ ମୁମ୍ବାଇରେ ଜନ୍ମିତ ରାଧିକା ମା’ବାପାଙ୍କର ଏକମାତ୍ର ଝିଅ । ତାଙ୍କ ମା’ଙ୍କ ନାଁ ଶୈଲା ମର୍ଚାଣ୍ଟ । 

ଦ କ୍ୟାଥେଡ୍ରଲ ଆଣ୍ଡ୍‌ ଜନ୍‌ କ୍ୟାନନ୍‌ ସ୍କୁଲ ଓ ଇକୋଲେ ମୋଣ୍ଡିୟଲ ୱର୍ଲଡ୍‌ ସ୍କୁଲରେ ସେ ଅଧ୍ୟୟନ କରିଥିଲେ । ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ଏକ ରିଅଲ ଇଷ୍ଟେଟ୍‌ କମ୍ପାନିରେ ଜୁନିୟର ସେଲ୍‌ସ ମ୍ୟାନେଜର ଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ । ସେ ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ । ଶ୍ରୀ ନିଭଆ ଆର୍ଟସ୍‌ର ଗୁରୁ ଭାବନା ଠକରଙ୍କଠାରୁ ସେ ଭରତନାଟ୍ୟମ୍‌ ଶିଖିଛନ୍ତି । ରିପୋର୍ଟ ଅନୁସାରେ, ରାଧିକାଙ୍କ ବାପାଙ୍କ ସମ୍ପତ୍ତି ପ୍ରାୟ ୭୫୫ କୋଟି ଟଙ୍କା । ରାଧିକା ୮-୧୦ କୋଟି ଟଙ୍କାର ମାଲିକାଣି । ରାଧିକା-ଅନନ୍ତ କଲେଜ ସମୟରୁ ପରସ୍ପରକୁ ଡେଟ୍‌ କରୁଥିଲେ । ଅମ୍ବାନି ପରିବାରର ସମସ୍ତ ପାର୍ଟିରେ ରାଧିକାଙ୍କୁ ଦେଖିବାକୁ ମିଳିଛି । ଗତ ବର୍ଷ ଜାନୁଆରୀରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.