ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଗୋପାଳଜୀ ମଠରେ ରହସ୍ୟଜନକ ସୁଡଙ୍ଗ ଠାବ, ଘନ ଅନ୍ଧକାରରେ ବୁଡ଼ିଛି ଗୋପନ ରାସ୍ତା

ସମ୍ବଲପୁର,୦୮/୦୨: ସମ୍ବଲପୁର ସହରର  ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଗୋପାଳଜୀ ମଠରେ ରହସ୍ୟଜନକ ସୁଡଙ୍ଗ ଠାବ ହୋଇଛି । ଏହି ସୁଡଙ୍ଗର ରାସ୍ତା କୁଆଡେ ଯାଇଛି ତାହା ଜଣାପଡି ନଥିବା ବେଳେ ସମଗ୍ର ଅଞ୍ଚଳ ଘନ ଅନ୍ଧକାରରେ ବୁଡି ରହିଛି । ଆଉ  ବାଦୁଡି ସମଗ୍ର ସୁଡଙ୍ଗକୁ ଘେରି ରହିଥିବା ଦେଖିବାକୁ  ମିଳିଛି । ତେବେ, ସହରର ମଧ୍ୟ ଭାଗରେ ଥାଇ ଏହି  ମଠ ଭିତରର ସୁଡଙ୍ଗ ଆଜି ସୁଦ୍ଧା ଲୋକଲୋଚନକୁ  ନ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ  ସହରରେ ଅନେକ ଐତିହାସିକ ଗୁମ୍ଫା ଓ ସୁଡଙ୍ଗର  ପ୍ରମାଣ ମିଳୁଥିବାରୁ ଏହା ମଧ୍ୟ ଅନ୍ୟ ସୁଡଙ୍ଗକୁ  ସଂଯୋଗ କରିଥାଇ ପାରେ ବୋଲି ଅନୁମାନ  କରାଯାଉଛି । ଏହା ବର୍ତ୍ତମାନ ଐତିହାସିକ ଗବେଷଣାର  ଖୋରାକ ଯୋଗାଇଥିବା କୁହାଯାଉଛି । 

ସମ୍ବଲପୁର ସହରର କମଳିବଜାର ଏବଂ  ସମଲେଶ୍ୱରୀ ମନ୍ଦିର ମଧ୍ୟ ଭାଗରେ ଥିବା ଗୋପାଳଜୀ  ମଠ ପଶ୍ଚିମ ଓଡ଼ିଶାର ଅନ୍ୟତମ ସର୍ବପୂରାତନ ମଠ ଭାବେ  ପରିଚିତ । ଚୌହାନ ବଂଶର ରାଜତ୍ୱ ସମୟରେ ସପ୍ତଦଶ  ଶତାବ୍ଦୀରେ ଏହି ମଠର ନିର୍ମାଣ ହୋଇଥିଲା । ମଠ  ପରିସରରେ ରାଧାକୃଷ୍ଣଙ୍କ ମନ୍ଦିର ସହିତ ଜଗନ୍ନାଥ ମନ୍ଦିର  ବି ରହିଛି । ତେବେ ସମ୍ବଲପୁର ଇତିହାସରେ ଏହି ମଠ  ବିଶେଷ ଗୁରୁତ୍ୱ ବହନ କରି ଆସିଛି । ଧାର୍ମିକ ସଂସ୍କାର ପାଇଁ  ତଥା କୁସଂସ୍କାର ବିରୋଧରେ ଜାଗରଣ ସୃଷ୍ଟି କ୍ଷେତ୍ରରେ  ଏହି ମଠ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଥିଲା । 

ଏହି ମଠ ପରିସରରେ ବର୍ତ୍ତମାନ ଏକ ରହସ୍ୟମୟ  ସୁଡଙ୍ଗ ଠାବ ହୋଇଛି । ମଠର ଏକ କୋଣରେ ଥିବା ଏହି  ସୁଡଙ୍ଗକୁ ଯିବା ପାଇଁ ତଳ ଯାଏ ସିମେଣ୍ଟ ପାହାଚ ବି ଅଛି ।  ହେଲେ ସଂପୂର୍ଣ୍ଣ ତଳ ଭାଗକୁ ଯିବା ସମ୍ଭବପର ହେଉନାହିଁ ।  କାରଣ ସମଗ୍ର ସୁଡଙ୍ଗଟି ଘନ ଅନ୍ଧକାରରେ ବୁଡ଼ି ରହିଥିବା  ବେଳେ ବହୁ ସଂଖ୍ୟାରେ ବାଦୁଡି ଉକ୍ତ ଅଞ୍ଚଳକୁ ଘେରି  ରହିଛନ୍ତି । ସେପଟେ ଏଠାରେ ଲୋକଙ୍କ ଚଳପ୍ରଚଳ  ନଥିବାରୁ ବିଷଧର ସର୍ପ ମଧ୍ୟ ଉକ୍ତ ସୁଡଙ୍ଗ ଭିତରେ  ଥିବାର ଆଶଙ୍କା ରହିଛି । ହେଲେ ଏହାର ରାସ୍ତା କେଉଁଠିକୁ  ଥିଲା ଏବଂ ବାସ୍ତବରେ ଏହାର ଐତିହାସିକ ପୃଷ୍ଠଭୂମି  ସଂକ୍ରାନ୍ତରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । 


ଅପରପକ୍ଷେ ଏହାକୁ ନେଇ ବର୍ତ୍ତମାନ ନାନା କଥା  ସାମ୍ନାକୁ ଆସିବାରେ ଲାଗିଛି । ବୀର ସୁରେନ୍ଦ୍ର ସାଏଙ୍କ  ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଅନେକ ସୁଡଙ୍ଗର  ପ୍ରମାଣ ବର୍ତ୍ତମାନ ବି ସମ୍ବଲପୁର ସହରରେ ରହିଛି ।  ଏପରିକି ବୁଢାରଜା ପାହାଡ଼ ଶୀର୍ଷରେ ଥିବା ସୁଡଙ୍ଗ  ସହରର ରଜାବଖରୀକୁ ସଂଯୋଗ କରୁଥିଲା ବୋଲି  କୁହାଯାଏ । ଖାଲି ସେତିକି ନୁହେଁ, ମହାନଦୀ ତଳେ ଏହି  ସୁଡଙ୍ଗ ପପଙ୍ଗା ପାହାଡ଼ରୁ ବାରପାହାଡ଼ ପର୍ଯ୍ୟନ୍ତ ସଂଯୋଗ  କରିଥିବା ନେଇ ଅନେକ ମତ ଦିଅନ୍ତି । ଆଉ ଏହି  ସୁଡଙ୍ଗକୁ ବ୍ୟବହାର କରି ସୁରେନ୍ଦ୍ର ବ୍ରିଟିସ୍‌ ବିରୋଧରେ  ଗରିଲା ଯୁଦ୍ଧ କରିଥିବା ଇତିହାସ ପ୍ରମାଣ ଦେଇ ଆସିଛି ।  

ଏହି ପରିପ୍ରେକ୍ଷୀରେ କୁଆଡ଼େ ଏହି ସୁଡଙ୍ଗ ମଧ୍ୟ  ବରଗଡ ଜିଲ୍ଲାର ପପଙ୍ଗା ପାହାଡ଼ ଯାଏ ପୂର୍ବରୁ ଲମ୍ବିଥିବା  ଆଲୋଚନା ହେଉଛି । ହେଲେ ଏନେଇ ମଠ କର୍ତ୍ତୃପକ୍ଷ  କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଏହା  ଉଚ୍ଚତର ଗବେଷଣା ପାଇଁ ବିରାଟ ସୁଯୋଗ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.