ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଧୁରା ରହିଗଲା ପ୍ରେମ, ପାଖରେ ଥାଇ ବି ହୋଇପାରିଲାନି ମିଳନ: ବୟସର ଅପରାହ୍ଣରେ ଏବେ ଦୁହେଁ ରୋଗଗ୍ରସ୍ତ

ବାରଙ୍ଗ,୦୨/୦୩:  ବୟସ ଗଡ଼ିଗଲା । ଏବେ ଦୁଇ ପ୍ରେମୀ ରୋଗଗ୍ରସ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହୁଏତ ସେମାନେ ଆଉ ମାତ୍ର କେଇଦିନର ଅତିଥି । ହେଲେ ଯେଉଁ ପ୍ରେମ ପାଇଁ ସେମାନେ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ, ସେ ପ୍ରେମ ଅଧୁରା ରହିଗଲା। ଦୀର୍ଘଦିନ ବହୁ ନିକଟରେ ରହି ମଧ୍ୟ ସେମାନଙ୍କ ମିଳନ ହୋଇପାରିଲାନି । ନନ୍ଦନକାନନ  ପ୍ରାଣୀ ଉଦ୍ୟାନର ଦୁଇ ବୟସ୍କ ବାଘ-ବାଘୁଣୀ  (ନନ୍ଦନ ଓ ସାରା)ଙ୍କ ଏଭଳି ଅଧୁରା ପ୍ରେମ  ଏବେ ଆଲୋଚ୍ୟର ବିଷୟ ହୋଇଛି ।  

ବଣମୂଲକକୁ ପର କରି ଦିନେ  ‘ନନ୍ଦନ’ ଭୋପାଳ ସୁନ୍ଦରୀ ‘ସାରା’ ପ୍ରେମରେ  ପଡ଼ି ପ୍ରାଣୀ ଉଦ୍ୟାନକୁ ଅନୁପ୍ରବେଶ  କରିଥିଲା । ସେତେବେଳେ ଏହି ଘଟଣା  ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା ।  ସାରାକୁ ପାଇବାକୁ ନନ୍ଦନ ସବୁଦିନ ପାଇଁ ସିନା  ନନ୍ଦନକାନନରେ ରହିଗଲା, ହେଲେ ସେମାନଙ୍କ  ମିଳନ ହୋଇପାରିଲାନି । ଉଭୟଙ୍କ ମିଳନ  କରାଇପାରିଲେନି କର୍ତ୍ତୃପକ୍ଷ । ଏଥିରେ ଅନ୍ୟ  ଏକ ବାଘୁଣୀ ‘ମେଘା’ ମଧ୍ୟ ବାଧକ ସାଜିଲା ।  ଦିନେ ନନ୍ଦନକାନନ କର୍ତ୍ତୃପକ୍ଷ ନନ୍ଦନ ଓ  ସାରାଙ୍କ ମିଳନ କରାଇବାକୁ ଚେଷ୍ଟା କରିଥିଲେ ।  କିନ୍ତୁ ବାଘୁଣୀ ‘ସାରା’ ଉପରେ କୋପଦୃଷ୍ଟି  ପକାଇଥିଲା ଏହାର ପାଖ ଖୁଆଡ଼ରେ ରହୁଥିବା  ବାଘୁଣୀ ‘ମେଘା’ । ଖୁଆଡ଼ର ତାରଜାଲି  ବାହାରକୁ ‘ସାରା’ର ଗୋଡ଼ ଚାଲିଆସିଥିବା  ବେଳେ ଆକ୍ରମଣ କରିଥିଲା ‘ମେଘା’ । ତେଣୁ  କର୍ତ୍ତୃପକ୍ଷ ‘ସାରା’କୁ ‘ନନ୍ଦନ’ଠାରୁ ଦୂରେଇ  ରଖିଥିଲେ ଓ ‘ନନ୍ଦନ’ ସହିତ ‘ମେଘା’ର  ମିଳନ କରାଇଥିଲେ ।  

ସୂଚନା ଯୋଗ୍ୟ ‘ସାରା’କୁ ୪ ବର୍ଷ  ବୟସ ହୋଇଥିବାବେଳେ ୨୦୦୯ ଏପ୍ରିଲ  ୧୮ରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ  ଭୋପାଳରୁ ନନ୍ଦନକାନନ ଅଣାଯାଇଥିଲା ।  ଏହାର ପ୍ରାୟ ୪ ବର୍ଷ ପରେ ୨୪ ମାର୍ଚ୍ଚ  ୨୦୧୩ରେ ପ୍ରାଣୀ ଉଦ୍ୟାନରେ ହଠାତ  ଜଙ୍ଗଲୀ ବାଘ ‘ନନ୍ଦନ’କୁ ଦେଖିବାକୁ  ମିଳିଥିଲା । ମେ ୩୧ରେ ‘ନନ୍ଦନ’କୁ କାବୁ କରି  ନନ୍ଦନକାନନ କର୍ତ୍ତୃପକ୍ଷ ତା’ର ସ୍ୱାଧୀନତା ଛଡ଼ାଇ  ନେଇଥିଲେ । ‘ନନ୍ଦନ’ ଶିମିଳିପାଳ ଜଙ୍ଗଲରୁ  ଆସିଥିବା କର୍ତ୍ତୃପକ୍ଷ ଅନୁମାନ କରିଥିଲେ ।  କେହି କେହି ‘ନନ୍ଦନ’ କୁ ‘ସାରା’ ହିଁ ଏଠାକୁ  ଆକର୍ଷିତ କରିଥିବା କହିଥିଲେ । ସେମାନଙ୍କ  ମିଳନ କରି ଭଲ ପ୍ରଜାତିର ବାଘ ସୃଷ୍ଟି ପାଇଁ  ପ୍ରଥମେ ଚେଷ୍ଟା କରିଥିଲେ କର୍ତ୍ତୃପକ୍ଷ । ହେଲେ  ମିଳନ କରାଇନଥିଲେ । ଦୁଇଜଣ ଏବେ  ବାର୍ଦ୍ଧକ୍ୟରେ ଉପନୀତ । ଦୁହେଁ ଖାଇବା ପିଇବା  ଛାଡ଼ି ଦେଲେଣି । ସାଲାଇନ୍‌ ଲଗାଯାଉଛି ।  ଔଷଧ ଓ ଆଣ୍ଟି ବାୟୋଟିକ୍‌ ମଧ୍ୟ ଦିଆଯାଇ  ଚିକିତ୍ସା ଜାରି ରହିଛି । ହେଲେ ସେମାନଙ୍କ  ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.