ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସେମିଫାଇନାଲ ଯିବାକୁ ହେଲେ ପାକିସ୍ତାନକୁ ଇତିହାସ ବଦଳାଇବାକୁ ପଡ଼ିବ, କ’ଣ କହୁଛି ସମୀକରଣ ?

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇ ବିଶାଳ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଏହା ସହ ସେମିଫାନାଲରେ ସ୍ଥାନ ଏକପ୍ରକାର ପକ୍କା କରିପାରିଛି । ହେଲେ ପାକିସ୍ତାନର ସେମିଫାଇନାଲ ଆଶା ଧୂଳିସାତ ହୋଇଥିଲେ ବି ଟିମ୍‌ ସାମ୍ନାରେ ରହିଛି ଦୁଇଟି ସର୍ତ୍ତ । ଏହି ସର୍ତ୍ତ ପୂରଣ କରିବା ପ୍ରାୟତଃ ଅସମ୍ଭବ । ଇଂଲଣ୍ଡ ସହ ମୁକାବିଲାରେ ପାକିସ୍ତାନ ଟିମ୍‌ ଦୁଇଟି ଅବିଶ୍ବସନୀୟ ସର୍ତ୍ତ ହାସଲ କରିପାରିଲେ ହିଁ ସେମିରେ ପ୍ରବେଶ କରିପାରିବ । ତେବେ ପାକିସ୍ତାନ ହୁଏତ ଏହି ଲକ୍ଷ୍ୟ ହାସଲ କରିପାରିବ ନାହିଁ । ଏହାର କାରଣ ହେଉଛି ଖରାପ ନେଟ୍‌ ରନରେଟ୍‌ । 

୨୩ ବର୍ଷ ବୟସରେ ରଚିନ ରଚିଲେ ଇତିହାସ, ସଚିନ ଓ ବେୟରଷ୍ଟୋଙ୍କୁ ପଛରେ ପକାଇଲେ

ନ୍ୟୁଜିଲାଣ୍ଡ ଆଜି ଶ୍ରୀଲଙ୍କା ବିପକ୍ଷରେ ଯେଉଁଭଳି ବିଜୟ ହାସଲ କରିଛି ତାହା ପାକିସ୍ତାନ ପାଇଁ କାଳ ସାଜିଛି । ୯ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୦ ପଏଣ୍ଟସ୍‌ ମିଳିସାରିଥିବା ବେଳେ ୮ଟି ମ୍ୟାଚ୍‌ରୁ ପାକିସ୍ତାନ ୮ ପଏଣ୍ଟସ୍‌ ପାଇଛି । ଶ୍ରୀଲଙ୍କାକୁ ହରାଇବା ପରେ ନ୍ୟୁଜିଲାଣ୍ଡର ନେଟ ରନରେଟ୍‌ +୦.୭୪୩ ହୋଇଥିବା ବେଳେ ପାକିସ୍ତାନର ନେଟ୍‌ ରନରେଟ୍‌ +୦.୦୩୬ ରହିଛି । ତେବେ ସେମିଫାଇନାଲକୁ ଯିବାକୁ ହେଲେ ଇଂଲଣ୍ଡକୁ ପାକିସ୍ତାନ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ ।

ଏଥିପାଇଁ ଦୁଇଟି ସମୀକରଣ ରହିଛି । ପ୍ରଥମରେ ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଛି ତେବେ ଇଂଲଣ୍ଡ ବିପକ୍ଷରେ ଟିମ୍‌କୁ ୨୮୭ ରନ୍‌ରେ ବିଜୟ ହାସଲ କରିବାକୁ ପଡ଼ିବ । ସେତେବେଳେ ପାକିସ୍ତାନ ୧୦ ପଏଣ୍ଟସ୍‌ ନେଟ ରନ୍‌ରେଟ୍‌ ସହ ନ୍ୟୁଜିଲାଣ୍ଡକୁ ଟପିପାରିବ । ଇତିହାସରେ ପାକିସ୍ତାନ ଥରେ ମାତ୍ର ୨୫୫ ରନ୍‌ରେ ବିଜୟ ହାସଲ କରିଥିଲା ।  ୨୦୧୬ରେ ଆର୍ୟଲାଣ୍ଡ ବିପକ୍ଷରେ ପାକିସ୍ତାନ ଏହି ଲକ୍ଷ୍ୟ ହାସଲ କରିଥିଲା 

ଦ୍ବିତୀୟ ସମୀକରଣ ଅନୁସାରେ, ଯଦି ପାକିସ୍ତାନ ଚେଜ୍‌ କରେ ଅର୍ଥାତ ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରେ ତେବେ ୨୭୮ କିମ୍ବା ୨୮୪ ବଲ ବାକି ଥାଇ ଟିମ୍‌କୁ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ । ଟାର୍ଗେଟ କହୁଛି ଯେ ୧୬ କିମ୍ବା ୨୨ଟି ବଲ୍‌ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ବିଜୟ ହାସଲ କଲେ ହିଁ ସେମିଫାଇନାଲକୁ ଯାଇପାରିବ । ହେଲେ ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ଟିମ୍‌ ଏତେ କମ୍‌ ବଲ୍‌ରେ ଟାର୍ଗେଟ ହାସଲ କରିପାରି ନାହିଁ । ୨୦୦୧ରେ ଜିମ୍ବାଓ୍ବେ ବିପକ୍ଷରେ ଶ୍ରୀଲଙ୍କା ୨୬ଟି ବଲ୍‌ରେ ଟାର୍ଗେଟ ହାସଲ କରିଥିଲା । ସେହିଭଳି ପାକିସ୍ତାନ ଜିମ୍ବାଓ୍ବେ ବିପକ୍ଷରେ ୯.୨ ଓଭରରେ ବିଜୟ ହାସଲ କରିଥିଲା ।

୨୦୨୩ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲରେ ପୁଣି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ଉପରୋକ୍ତ ଦୁଇଟି ଯାକ ସମୀକରଣ ପୂରା କରିବା କୌଣସି ଦଳ ପକ୍ଷରେ ଅସମ୍ଭବ । ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଦୁଇ ଥର ହିଁ ୧୦୦ରୁ ଅଧିକ ରନ୍ ବ୍ୟବଧାନରେ ବିଜୟ ହାସଲ କରିପାରିଛି । ସେପଟେ ଇଂଲଣ୍ଡ ମଧ୍ୟ ସାଉଥ ଆଫ୍ରିକା ଠାରୁ ସର୍ବାଧିକ ୨୨୯ ରନ୍‌ ବ୍ୟବଧାନରେ ପରାଜୟ ବରଣ କରିଥିଲା । ତେବେ ସେମିଫାଇନାଲ ଯିବାକୁ ହେଲେ ପାକିସ୍ତାନକୁ ଇତିହାସ ବଦଳାଇବାକୁ ପଡ଼ିବ । ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମୁକାବିଲା ନଭେମ୍ବର ୧୧ରେ କୋଲକାତାର ଇଡେନ ଗାର୍ଡେନ୍‌ ଷ୍ଟାଡିୟମରେ ଖେଳାଯିବ । 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.