ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦ ଅଫିସରୁ ନୋଟ୍‌ ପାହାଡ଼ ଜବତ ଘଟଣା: ଲାଲ୍ ଡାଏରିରେ ନାଲିପାଣିର ଗୁମର କଥା, ଚିନ୍ତାରେ ଚାନ୍ଦା ନେଉଥିବା ବାବୁ

ସମ୍ବଲପୁର,୧୦/୧୨: ଆଇଟି ରେଡ୍‌ ପରେ ମଦ ଅଫିସରୁ  ଜବତ ଲାଲ୍‌ ଡାଏରିକୁ ନେଇ ସାରା ସମ୍ବଲପୁରରେ କୋକୁଆଭୟ  ଦେଖିବାକୁ ମିଳିଲାଣି । ଏହି ଡାଏରିରେ ମାସିକିଆ ତଥା ବିଭିନ୍ନ  କାର୍ଯ୍ୟକ୍ରମ ବାହାନାରେ ଚାନ୍ଦା ନେଉଥିବା ବ୍ୟକ୍ତିବିଶେଷଙ୍କ ନାମ ଥିବାରୁ ଏହାକୁ ନେଇ ଚର୍ଚ୍ଚା ସରଗରମ ରହିଛି । ତେବେ, ବିଶେଷ  କରି ଏଥିରେ ନାମ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଖାକି  ବାବୁଙ୍କ ନାମ ଥିବା ନେଇ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ  ପ୍ରକାଶ କରିଛନ୍ତି । 

ତାଙ୍କ କହିବା ଅନୁସାରେ ସମ୍ବଲପୁରରେ ପୂର୍ବରୁ ଏମିତି କେହି ପୁଲିସ କର୍ମଚାରୀ ତଥା ଅଧିକାରୀ ନଥିଲେ ଯିଏ  ବଡବଜାର ଅଫିସରୁ ପକେଟ ଗରମ କରିନଥିବେ । ଏପରିକି  ଥାନାର ବାହାରିଆ ଖର୍ଚ୍ଚ ବି କୁଆଡେ ଏହି ମଦ ଅଫିସ ତୁଳାଉଥିଲା  ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ଜିଲ୍ଲାରେ  ଥିବା ତଥା ବଦଳି ହୋଇ ଅନ୍ୟ ଜିଲ୍ଲାରେ ଥିବା ଖାକି ବାବୁଙ୍କୁ  ବର୍ତ୍ତମାନ ଚାକିରି ଭୟ ଘାରିଥିବା ବେଳେ ଅନ୍ୟ ସାମ୍ବାଦିକ ଏବଂ  ରାଜନେତାଙ୍କୁ ଇଜ୍ଜତ ଭୟ ଘାରିଥିବା ଆଲୋଚନା ହେଉଛି । ଏହାର  କାରଣ ହେଲା ଯେ, ଏହି ଅଫିସ ପରିଚାଳନା ଦାୟିତ୍ୱରେ ଥିବା  ବିହାରୀ ବାବୁ ଉକ୍ତ ଲାଲ ଖାତାରେ ଚାନ୍ଦା ନେଉଥିବା ଲୋକଙ୍କ ନାମ  ସହ ଟିକିନିଖି ହିସାବ ରଖୁଥିବା କଥା ସମସ୍ତଙ୍କୁ ଜଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.