ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭ରୁ ଆରମ୍ଭ ହେବ ଓଡ଼ିଶା ଟ୍ରାଭେଲ୍‌ ବଜାର, ଅଂଶଗ୍ରହଣ କରିବେ ୫୫ ବିଦେଶୀ ଓ ୭୦ ଘରୋଇ ଟୁର୍‌ ଅପରେଟର

ଭୁବନେଶ୍ୱର,୦୬/୦୨ :  ରାଜ୍ୟର ଥିବା ପର୍ଯ୍ୟଟନ ସଂପଦର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚମ ଓଡ଼ିଶା ଟ୍ରାଭେଲ୍‌ ବଜାର ୭ ତାରିଖ ଠାରୁ ଆରମ୍ଭ ହେଉଛି । ଏହି ଓଡ଼ିଶା ଟ୍ରାଭେଲ୍‌ ବଜାର ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ୍‌ଠାରେ ଉଦ୍‌ଘାଟନ କରାଯିବ । ଏହାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିବେ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଏହା ତିନିଦିନ ଧରି ଚାଲିବ ।

ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କହିଲେ ଯେ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାରପ୍ରସାର ଦିଗରେ ଟୁର୍‌ ଅପରେଟର୍‌ମାନଙ୍କ ପ୍ରମୁଖ ଭୂମିକା ରହିଛି । ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ଜାମ୍ମୁକାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ତି୍ରପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୧୮ଟି ରାଜ୍ୟର ୨୭ଟି ସହରର ୭୦ ଜଣ ଏବଂ ବେଲ୍‌ଜିୟମ୍‌, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ନେଦରଲ୍ୟାଣ୍ଡସ୍‌, ସିଙ୍ଗାପୁର, ସାଉଥ୍‌ ଆଫି୍ରକା, ସ୍ପେନ୍‌, ଶୀ୍ଲଙ୍କା, ଥାଇଲ।ଣ୍ଡ,  ତୁର୍କୀ,  ଇଂଲଣ୍ଡ ଓ ଫରାନ୍ସ ଭଳି ୧୬ଟି ଦେଶର ୫୫ ଜଣ ଟୁର ଅପରେଟର ଏଥିରେ ଯୋଗ ଦେବେ । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ପରିସର ବ୍ୟାପକ ହେବା ସହ ରାଜ୍ୟକୁ ଅଧିକ ସଂଖ୍ୟକ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଆଗମନ ହେବ ବୋଲି ସେ ସୂଚନା ଦେଇଥିଲେ । ଗତ ଚାରୋଟି ସଂସ୍କରଣ ପ୍ରଭାବରେ ରାଜ୍ୟକୁ ପର୍ଯ୍ୟଟକମାନଙ୍କର ସଂଖ୍ୟାରେ ବୃଦ୍ଧି ହୋଇଛି ।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଆଜି ରାଜ୍ୟ ଆଧ୍ୟାତ୍ମିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ଦୁଃସାହସିକ କ୍ରୀଡ଼ା ପର୍ଯ୍ୟଟନ, ବେଳାଭୂମି ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ବେଶ୍‌ ପ୍ରଗତି ହାସଲ କରିପାରିଛି । ଏହି ତିନିଦିନିଆ ଟ୍ରାଭେଲ୍‌ ବଜାର ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ସଶକ୍ତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱବାସୀଙ୍କ ଦୃଷ୍ଟିକୁ ଆଣିବା ହେଉଛି ଏହି ଓଡ଼ିଶା ଟ୍ରାଭେଲ୍‌ ବଜାର ଆୟୋଜନର ମୂଳ ଉଦ୍ଦେଶ୍ୟ । ରାଜ୍ୟର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିବିଧ ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଟୁର ଅପରେଟର, ହୋଟେଲିର୍‌, ଏୟାର ଲ।ଇନ୍ସ ଅପରେଟର, ପୁଞ୍ଜିନିବେଶକ ଏବଂ ବିଭିନ୍ନ ସଂପୃକ୍ତ ଅଂଶୀଦାରମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେବ ।

 ଏହି ଅବସରରେ ସ୍ୱସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲସ୍‌ର ସିଏମ୍‌ଡ଼ି ତଥା ଫିକିର ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ ଅଧ୍ୟକ୍ଷ ଜେ. କେ. ମହାନ୍ତି କହିଲେ ଯେ ଓଡ଼ିଶା ଟ୍ରାଭେଲ୍‌ ବଜାର ବିଶ୍ୱ ତଥା ଘରୋଇ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ଯୋଗାଇଥାଏ, ଯାହା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି ପାଇବା ସହ ପୁଞ୍ଜିନିବେଶକାରୀମାନେ ଆକର୍ଷିତ ହୋଇଥାନ୍ତି । ଏହି ତିନିଦିନଆ କାର୍ଯ୍ୟକ୍ରମରେ ଅଂଶୀଦାରମାନେ ପିପିଲି, ରଘରାଜପୁର, ଧଉଳି, ସାତକୋଶିଆ ଓ ଭିତରକନିକା ଇକୋ-ରିଟ୍ରିଟ୍‌ ଭ୍ରମଣରେ ଯାଇ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବେ । ଏହି ଅବସରରେ ବିଭାଗୀୟ ଅଧିକାରୀ ଏବଂ ଅଂଶୀଦାରମାନେ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ : ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ ପାଇଁ ନୀତି ନିର୍ଦ୍ଧାରଣ ବୈଠକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.