ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆବାସ ଯୋଜନା କାହା ପାଇଁ , ପ୍ରଶ୍ନ କରୁଛନ୍ତି ହାତଭାଗିନୀ ଗୁରୁବାରୀ : ବ୍ଲକ ପ୍ରଶାସନ ପାଖରେ ଖବର ନାହିଁ

କୋକସରା - ତାଙ୍କର ନିଜର ବୋଲି ଆଉ କେହି ନାହାନ୍ତି। ସ୍ୱାମୀ ଓ ପୁଅ ୨୦ବର୍ଷ ତଳେ ଆର ପାରିକୁ ଯିବା ପରେ ନିଜ ଭାଗ୍ୟକୁ ଆଦରି ଭଙ୍ଗା ଇଟା କୁଡିଆରେ ପଡି ରହିଛନ୍ତି ବୃଦ୍ଧା ଗୁରୁବାରୀ ମାଝ। କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗାଁରେ ରହୁଛନ୍ତି ଗୁରୁବାରୀ ମାଝୀ, ବୟସ ପାଖାପାଖି ୬୬ ହେବ। ସ୍ୱାମୀ ରାମ ମାଝୀ ଓ ପୁଅଙ୍କୁ ଦଇବ ଛଡାଇ ନେବାପରେ ଅତି ଦୁର୍ବିସହ ଜୀବନ କାଟୁଛନ୍ତି ବୃଦ୍ଧା ଜଣକ। ଓଳିଏ ଖାଇଲେ ଓଳିଏ ଓପାସ। ସ୍ୱାମୀ ଓ ପୁଅକୁ ହରାଇ ସେ ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ମଧ୍ୟ ନାହିଁ। ଯେଉଁ ଭଙ୍ଗା ଦଦରା ଘର ବଖରାଟିଏ ଅଛି ତାର ଅବସ୍ଥା ଆପଣମାନେ ଦେଖିଲେ ହିଁ ଜାଣି ପାରିବେ।

ବାରମ୍ବାର ପଞ୍ଚାୟତରେ ଆବାସ ଘର ଖଣ୍ଡିଏ ପାଇଁ ଆବେଦନ କରିଛନ୍ତି, ହେଲେ ବିଧବା ଗୁରୁବାରୀଙ୍କ ପାଇଁ ପଞ୍ଚାୟତ ସରପଞ୍ଚ ଓ କର୍ମଚାରୀଙ୍କ ଦରଦ ବା କାହୁଁ ଆସିବ। ଥିଲା ବାଲା ଲୋକଙ୍କୁ ଆବାସ ଘରେ ସାମିଲ କରୁଥିବା ବେଳେ ଗୁରୁବାରୀଙ୍କ ପରି ଦୁଃଖୀଙ୍କ ପାଇଁ ଆଖି ବୁଜି ଦେଇଛି ପ୍ରଶାସନ।

ଏଇ ଅସହାୟ ବୃଦ୍ଧା ଗୁରୁବାରିଙ୍କ ସମ୍ପତ୍ତି କହିଲେ ଖଣ୍ଡେ ଦିଖଣ୍ଡ ଭଙ୍ଗା ଦଦରା ଟିଣ ବାକ୍ସ, ଆଉ ଅଧା ଖଣ୍ଡିଆ ଭଙ୍ଗା ଘର, ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି ଭଙ୍ଗା ଘର ଥିବା ଫାଙ୍କରୁ। ବେଳେ ବେଳେ ନିଜ ଭାଗ୍ୟକୁ ନିନ୍ଦି କାନ୍ଦନ୍ତି ଗୁରୁବାରୀ। 

ସେପଟେ ଯୋଜନାରୁ ବଞ୍ଚିତ ହୋଇଥିବା ଜାଣି ମନରେ ପ୍ରଶ୍ନ ଉଠେ ସରକାରଙ୍କ ଏ ବିଚିତ୍ର ବ୍ୟବସ୍ଥା ଉପରେ। ଏନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ - ତଦନ୍ତ କରି ଆବାସ ଯୋଜନାରେ ତାଙ୍କ ନାଁ ରହିଛି କି ନାହିଁ, ତାହା ଦେଖିବା ପରେ ଯଦି କୌଣସି ଅନିୟମିତତା ରହିଛି ତାହେଲେ ତାଙ୍କୁ ଶୀଘ୍ର ଆବାସ ଯୋଜନାରେ ସାମିଲ କରି ପରବର୍ତ୍ତୀ ସମୟରେ ଘର ଦିଆଯିବ। ଆଶା ବିଡ଼ିଓ ମହାଶୟା , ବୃଦ୍ଧା ଗୁରୁବାରୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ଆବାସ ଘର ଯୋଗାଇ ଦେଇ ଜୀବନର ଅପରାହ୍ନରେ ପହଞ୍ଚି ଥିବା ଗୁରୁବାରୀଙ୍କ ମୁହଁରେ ହସ ଫୁଟାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.