ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

କଳିଙ୍ଗା ଘାଟିରେ କାର-ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

ଜି.ଉଦୟଗିରି,୨୭/୨ : ଜି.ଉଦୟଗିରି  ନିକଟସ୍ଥ କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ କାର ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ  ଘଟିଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଡୁଗୁରୀ ଗ୍ରାମର ରଞ୍ଜନ କହଁର । 

ସୂଚନା ଅନୁଯାୟୀ, ବାଲୁମାହା ଗ୍ରାମର ଅଚ୍ୟୁତାନନ୍ଦ ପ୍ରଧାନ ଏବଂ ତାଙ୍କ ସାଥି ଡୁଗୁରୀର ରଞ୍ଜନ କହଁର ଏକ ବାଇକ( ନଂ. ଓଡି ୨୫ ଏନ ୮୫୭୮)ଯୋଗେ ଟିକାବାଲିରୁ ଦୁର୍ଗାପ୍ରସାଦ ଅଭିମୁଖେ ଯାଉଥିଲେ I କଳିଙ୍ଗା ଘାଟି ଉପରେ ବିପରୀତ ଦିଗରୁ ଆସୁଥିବା ଏକ କାର ( ନଂ,ଓଆର ୦୧ ଏସ ୫୬୩୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା।  ଫଳରେ ଉଭୟ ବାଇକ ଆରୋହୀଙ୍କ ସମେତ କାର ଚାଳକ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି  ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା I ସେଠାରେ ଡାକ୍ତର ରଞ୍ଜନଙ୍କୁ  ମୃତ ଘୋଷଣା କରିଥିଲେ I କାର ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସ୍ଥଳରେ ଜି.ଉଦୟଗିରି ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି I

ଆହୁରି ପଢନ୍ତୁ : ପୁରୀ ମେନ୍ କେନାଲକୁ ଖସିଲା କାର, ଚାଳକ ସହ ପାଣିରେ ବୁଡିଗଲା ଗାଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.