ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯାହାର ଖାଇବାର ଇଚ୍ଛା ନାହିଁ, ସେହି ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ନାହିଁ ! ରୋହିତଙ୍କ ବୟାନକୁ ନେଇ ଝଡ଼

ରାଞ୍ଚି,୨୭/୦୨: ଯୁବ ଖେଳାଳିମାନେ ସିରିଜ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସିନିୟର ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ଏଣିକି ଟେଷ୍ଟ କ୍ରିକେଟ୍‌ ଖେଳିବାକୁ ପ୍ରୟାସରତ ଯୁବ ଖେଳାଳିଙ୍କୁ ଟେଷ୍ଟ ଦଳ ଚୟନ ବେଳେ ପ୍ରାଥମିକତା ଦିଆଯିବ ବୋଲି ରୋହିତ  ଶର୍ମା ସ୍ପଷ୍ଟ କରିଦେଇଛନ୍ତି । ଇଶାନ କିଷନ ଓ  ଶ୍ରେୟାସ ଆୟର ଘରୋଇ କ୍ରିକେଟ୍‌କୁ ଅଣଦେଖା କରିବା ନେଇ ଚାଲିଥିବା ବିବାଦକୁ ନେଇ ରୋହିତ ଏଭଳି ବୟନ ଦେଇଥିବା ଆଶଙ୍କା କରାଯାଉଛି ।  




ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ  ବିରାଟ କୋହଲି, କେଏଲ ରାହୁଲ, ମହମ୍ମଦ  ସାମିଙ୍କ ଭଳି ଅଭିଜ୍ଞ ଖେଳାଳି ନାହାନ୍ତି । ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା  ମଧ୍ୟ ସାମୟିକ ବିରତି ନେଇଛନ୍ତି । ଏତେ  ସଂଖ୍ୟକ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତେ୍ୱ  ଭାରତ ଶକ୍ତିଶାଳୀ ଇଂଲଣ୍ଡକୁ ହରାଇବାରେ  ସଫଳ ହୋଇଛି । ଯୁବ ତାରକାମାନେ ସୁଯୋଗର  ସଦୁପଯୋଗ କରିବା ଫଳରେ ଭାରତ ଗୋଟିଏ  ଟେଷ୍ଟ ବାକି ଥାଇ ୩-୧ରେ ସିରିଜ ଜିତି ସାରିଛି ।  ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଯଶସ୍ୱୀ  ଜୈସ୍ୱାଲ, ତୃତୀୟ ଟେଷ୍ଟରେ ସର୍ଫରାଜ ଖାନ ଓ  ଚତୁର୍ଥ ଟେଷ୍ଟରେ ଧ୍ରୁବ ଜୁରେଲ ଓ ଶୁଭମନ  ଗିଲ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ  କରିଛନ୍ତି । ଅନଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ବଳରେ  ସିରିଜ ବିଜୟ ବେଶ୍‌ ପ୍ରଶଂସନୀୟ ରହିଛି ।  

ଇଂଲଣ୍ଡ ଖେଳାଳିମାନେ ମଧ୍ୟ ଭାରତୀୟ ଯୁବ  ତାରକାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ।  ରୋହିତ କହିଛନ୍ତି, ଯେଉଁ ଖେଳାଳିମାନେ ଟେଷ୍ଟ  କ୍ରିକେଟ୍‌ ଖେଳିବାକୁ ସର୍ବଦା ଚେଷ୍ଟିତ ରହିବେ,  କିମ୍ବା ଟେଷ୍ଟ କ୍ରିକେଟ୍‌ରେ ସଫଳ ହେବା ପାଇଁ ସ୍ୱପ୍ନ  ଦେଖୁଥିବେ ସେମାନଙ୍କୁ ଟେଷ୍ଟ ଦଳ ଚୟନ ବେଳେ  ପ୍ରାଥମିକତା ମିଳିବ । ଟେଷ୍ଟ କ୍ରିକେଟ୍‌ ସବୁଠୁ କଷ୍ଟକର  ଫର୍ମାଟ୍‌ । ଏହି ଫର୍ମାଟ୍‌ ଖେଳାଳିଙ୍କ ଦକ୍ଷତାକୁ ଶାଣିତ  କରିଥାଏ । ଟେଷ୍ଟ କ୍ରିକେଟ୍‌ ଖେଳିବା ପାଇଁ ଭୋକିଲା  ଥିବା ଖେଳାଳି ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ  ଚେଷ୍ଟା କରିଥାଏ । ତେଣୁ ଏଭଳି ଖେଳାଳିଙ୍କୁ ପ୍ରଥମେ  ସୁଯୋଗ ମିଳିବା ଆବଶ୍ୟକ । ଟେଷ୍ଟ କ୍ରିକେଟ  ଖେଳିବା ପାଇଁ ଆଗ୍ରହୀ ନଥିବା ଖେଳାଳିମାନଙ୍କୁ  ଟେଷ୍ଟ ଖେଳିବାକୁ ବାଧ୍ୟ କରିବାର ଯଥାର୍ଥତା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.