ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଅନଲୋଡ୍ ବେଳେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର, ଉଡ଼ିଗଲା ୨ କର୍ମଚାରୀଙ୍କ ହାତ ପାପୁଲି

ଲକ୍ଷ୍ନୌ, ୧୪/୦୯: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବଡ଼ ଧରଣର ବିସ୍ଫୋରଣ ହୋଇଛି । ଗାଡ଼ିରୁ ସିଲିଣ୍ଡର ବାହାର କରିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ଫାଟିବା ଶବ୍ଦରେ ଥରି ଉଠିଥିଲା ଅଞ୍ଚଳ । ବିସ୍ଫୋରଣରେ ୨ କର୍ମଚାରୀଙ୍କ ହାତ ପାପୁଲି ସହ ପାଦର କିଛି ଅଂଶ ଉଡ଼ି ଯାଇଛି । ଆଉ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । 

ଆନ୍ଦୋଳନରତ ଶିକ୍ଷକଙ୍କୁ ନାଲି ଆଖି ଦେଖାଇଲେ ସରକାର, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଏହି ଅଘଟଣ ବାଲାଗଞ୍ଜର ଜେପିଏସ୍ ଚିଲଡ୍ରେନ୍ ହସ୍ପିଟାଲ୍ ନିକଟରେ ହୋଇଛି । ସୂଚନା ଅନୁସାରେ, ଫରିଦିପୁରରେ ସଞ୍ଜୟ ଶ୍ରୀବାସ୍ତବଙ୍କ ଏଲାଇଟ୍ ଏଣ୍ଟରପ୍ରାଇଜେସ୍ ଅକ୍ସିଜେନ୍ ପ୍ଲାଣ୍ଟ ରହିଛି । ପ୍ଲାଣ୍ଟରୁ ଡ୍ରାଇଭର ଓ ଜଣେ ହେଲପର ଅକ୍ସିଜେନ୍ ସିଲିଣ୍ଡର ଆଣି ହସ୍ପିଟାଲ୍ ଆସିଥିଲେ । ଉଭୟ ଗାଡ଼ିରୁ ସିଲିଣ୍ଡର ଅନଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।

୩୦ ସ୍କୁଲ୍ ଛୁଆଙ୍କୁ ନଦୀ ପାର୍ କଲା ବେଳେ ବୁଡ଼ିଗଲା ଡଙ୍ଗା; ୨୦ ଉଦ୍ଧାର, ୧୦ ନିଖୋଜ

ବିସ୍ଫୋରଣରେ ଦୁଇ କର୍ମଚାରୀଙ୍କ ହାତ ଓ ପାଦରେ ଶକ୍ତ ଆଘାତ ଲାଗିଛି । ପାପୁଲି ଉଡ଼ି ଯାଇଛି । ଉଭୟ କର୍ମଚାରୀ ଲହୁଲୁହାଣ ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଦୁଇ କର୍ମଚାରୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି ।

Cylinder Blast

Copyright © 2022 - Summa Real Media Private Limited. All Rights Reserved.