ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ବିରୋଧୀଙ୍କ ଉପରେ ବର୍ଷିଲେ ପିଏମ୍ ମୋଦି, କହିଲେ ‘ସଂରକ୍ଷଣ ବିଲ୍ ପାସ୍ ପରେ ଜାତି ଓ ଧର୍ମ ନାଁରେ ମହିଳାଙ୍କୁ ବାଣ୍ଟିବାକୁ ହେଉଛି ପ୍ରୟାସ’

ଅହମଦାବାଦ୨୭/୦୯: ଗୁଜରାଟର ଆଦିବାସୀ ବହୁଳ ଛୋଟା ଉଦୟପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି ବିରୋଧୀଙ୍କ ସଂରକ୍ଷଣ ରାଜନୀତିକୁ ନେଇ ଖୁବ୍ ବର୍ଷିଛନ୍ତି । କହିଛନ୍ତି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି । ସେତେବେଳେ ଆଦିବାସୀ ଅଞ୍ଚଳରେ କୌଣସି ବିଜ୍ଞାନ ବିଦ୍ୟାଳୟ ନଥିଲା । 

ପିଏମ୍ ମୋଦି ଆହୁରି କହିଛନ୍ତି, ମୋ ନାଁରେ କୌଣସି ଘର ନାହିଁ । କିନ୍ତୁ ମୁଁ ଦେଶର ଅନେକ ଝିଅଙ୍କ ନାଁରେ ଘର କରିବା ପାଇଁ କାମ କରୁଛି । ୩ ଦଶନ୍ଧି ଧରି ପଡ଼ି ରହିଥିବା ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଆମ ସରକାର ଆଣିଛି । ଗରିବଙ୍କୁ ଘର, ପାଣି, ସଡ଼କ, ବିଜୁଳି ଓ ଶିକ୍ଷା ଯୋଗାଇବା ଆମ ପ୍ରାଥମିକତା । ଏବେ ଦେଶବ୍ୟାପୀ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି । 

ମଙ୍ଗଳ, ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ଏବେ ଶୁକ୍ର ମିଶନ, କିଭଳି ପ୍ରସ୍ତୁତ ହେଉଛି ଇସ୍ରୋ ?

ଏହା ପରେ ପିଏମ୍ ମୋଦି ବଡ଼ୋଦରା ଯିବା ସହ ନାରୀ ଶକ୍ତି ବନ୍ଦନ ସହ ଜଡ଼ିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସେଠାରେ ପିଏମ୍ ବିରୋଧୀଙ୍କୁ ମହିଳା ସଂରକ୍ଷଣ ବିଲକୁ ନେଇ ସମାଲୋଚନା କରିଛନ୍ତି । କହିଛନ୍ତି, ମହିଳା ସଂରକ୍ଷଣ ବିଲକୁ ୩ ଦଶନ୍ଧି ଧରି ଅଟକାଇ ରଖା ଯାଇଥିଲା । ଏବେ ବିଲ୍ ପାରିତ ହେବା ପରେ ବିରୋଧୀ ମହିଳାଙ୍କୁ ଜାତି, ଧର୍ମ ନାଁରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି । 

ସୂଚନାଯୋଗ୍ୟ, କଂଗ୍ରେସ, ସମାଜବାଦୀ ପାର୍ଟି, ଜେଡିୟୁ, ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲରେ ଓବିସିସଙ୍କୁ ସଂରକ୍ଷଣ ଦେବାକୁ ଦାବି କରୁଛନ୍ତି । ଏଥିସହ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଲାଗୁ କରିବା ଲାଗି ଦାବି କରି ଆସୁଛନ୍ତି ବିରୋଧୀ ।

ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ବଢ଼ିଲା ଅଡ଼ୁଆ, ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ପିଏମ୍ ମୋଦି କହିଛନ୍ତି, ବିରୋଧୀ ଉଜ୍ଜ୍ୱଳା ଯୋଜନାର ମଜ୍ଜା ଉଡ଼ାଇଥିଲେ । ଆମେ ଯେତେବେଳେ ମୁସଲିମ୍ ମହିଳାଙ୍କୁ ତିନି ତଲାକ ଯନ୍ତ୍ରଣାରୁ ମୁକ୍ତି ଦେବା କଥା କହୁଥିଲୁ, ସେତେବେଳେ ସେମାନେ ରାଜନୈତିକ ସମୀକରଣ ଚିନ୍ତା କରୁଥିଲେ । ସେମାନଙ୍କୁ ମୁସଲିମ୍ ମହିଳାଙ୍କ ଅଧିକାରର ଚିନ୍ତା ନଥିଲା, ଚିନ୍ତା ଥିଲା କେବଳ ଭୋଟର । 

  • Narendra Modi
  • Women Reservation Bill
  • Copyright © 2022 - Summa Real Media Private Limited. All Rights Reserved.