ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରତିକ୍ରିୟା , କହିଲେ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ ସେକଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କୌଣସି ଦୈବୀ ଶକ୍ତିର କୃପା ବରଷୁଛି। ସେ ହେଉଛନ୍ତି ଦୈବୀୟ ଶକ୍ତିର ପ୍ରତୀକ। ଏକଥା ଆମେ କହୁନୁ, କହିଛନ୍ତି ଜଣେ କଂଗ୍ରେସ ନେତା। ଶୁକ୍ରବାର ଏହିକଥା କହିଛନ୍ତି,  କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ। ସେ କହିଛନ୍ତି , ମୁଁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ୍‌ କରିଛି। ଏହି ସାକ୍ଷାତ୍‌ ପରେ ଯେଉଁ ଅନୁଭୂତି ମୁଁ ପାଇଲି , ସେହି ଆଧାରରେ ମୁଁ ଏହି କଥା କହୁଛି। 

ଉଲ୍ଲେଖନୀୟ ଯେ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ୍‌କୁ ନେଇ ରାଜନୀତି ମହଲରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏହା ଉପରେ ସେ କହିଛନ୍ତି - ଦେଶର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିବା କୌଣସି ଦୋଷ ନୁହେଁ। ୧୯ ଫେବ୍ରୁଆରୀରେ ହେବାକୁ ଥିବା ଶ୍ରୀ କଳ୍କି ଧାମର ଶିଳାନ୍ୟାସ ଉତ୍ସବରେ ପିଏମ୍‌ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ବୋଲି ସେ କହିଛନ୍ତି। 

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କହିଛନ୍ତି କି , ମୁଁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଥିଲି। ମୋତେ ଏହା କହିବାରେ କୌଣସି ପ୍ରକାରର ସଙ୍କୋଚ ନାହିଁ କି ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ଦୈବୀୟ ଶକ୍ତିର କୃପା ବରଷୁଛି। ପ୍ରମୋଦ କୃଷ୍ଣମ କହିଛନ୍ତି ତାଙ୍କୁ ଭେଟିବା ପରେ ମୁଁ ଏହା ଅନୁଭବ କରିଛି। ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନିଜେ ଦୈବୀୟ ଶକ୍ତିର ପ୍ରତୀକ। 

କହି ରଖୁଛୁ କି , ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ କଂଗ୍ରେସରେ ନିଶ୍ଚୟ ଅଛନ୍ତି , ହେଲେ ନିଜ ଦଳକୁ ଅନେକ ସମୟରେ ସମାଲୋଚନା କରିଛନ୍ତି। ୨୨ ଜାନୁଆରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନଯିବାର ନିଷ୍ପତ୍ତି ଉପରେ ସେ କଂଗ୍ରେସର ନୀତିକୁ ନାପସନ୍ଦ କରିଥିଲେ। କହିଥିଲେ ଏହାର କୁପରିଣାମ ଦଳକୁ ଭୋଗିବାକୁ ପଡ଼ିବ । 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.