ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ପୁଣି ‘ନୱାଜ ରାଜ୍’, ଶରିଫଙ୍କ ଆଡ଼କୁ ସେନା ଢଳିବା ପରେ PML-Nରେ ମିଶିବାକୁ ୨୦ ନିର୍ଦ୍ଦଳୀୟ ଆଗ୍ରହୀ

ଇସଲାମାବାଦ, ୧୧/୦୨: ପାକିସ୍ତାନ ସାଧାରଣ ନିର୍ବାଚନ ଭୋଟ୍ ଗଣତି ସରିଛି । ଜେଲରେ ଥିବା ଇମ୍ରାନ୍ ଖାନଙ୍କ ପିଟିଆଇ ସମର୍ଥିତ ୧୦୧ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଭୋଟ୍ ବେଳେ ବୁଥ୍ ରିଗିଂ ଅଭିଯୋଗରେ କେତକ ଆସନରେ ଫେବ୍ରୁଆରୀ ୧୫ରେ ହେବ ସାନି ମତଦାନ । ଏନେଇ ପାକିସ୍ତାନ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଫଳାଫଳ ଆସିବା ପରେ ସରକାର ଗଢ଼ିବା ପାଇଁ ପ୍ରୟାସ ଜୋର୍ ଧରିଛି । ପାକିସ୍ତାନ ସେନା ପ୍ରମୁଖ ଜେନରାଲ୍ ଅସୀମ ମୁନୀର ସମସ୍ତ ରାଜନୈତିକ ଦଳକୁ ଚେତାବନୀ ଦେଇ କହିଛନ୍ତି, ତୁରନ୍ତ ସରକାର କରନ୍ତୁ । ସେନାର ଏଭଳି ଆଭିମୁଖ୍ୟ ପରେ ୧୮ରୁ ୨୦ ନିର୍ଦ୍ଦଳୀୟ ସାଂସଦ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ସହ ସମ୍ପର୍କରେ ଅଛନ୍ତି ।

ଏହି ନିର୍ଦ୍ଦଳୀୟ ସାଂସଦ ପିଏମ୍ଏଲ୍-ଏନ୍ ଓ ପିପିପି ମେଣ୍ଟରେ ମିଶିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କୁହାଯାଉଛି, ବିଜୟୀ ପ୍ରାର୍ଥୀଙ୍କୁ ଧମକପୂର୍ଣ୍ଣ ଫୋନ୍ ସହ ମେସେଜ୍ ପଠା ଯାଉଛି । ଯେଉଁମାନଙ୍କ ଉପରେ ଚାପ ପଡ଼ୁଛି ସେମାନେ ମେଣ୍ଟକୁ ସରକାର ଗଠନ ଲାଗି ସମର୍ଥନ ଦେଇ ପାରନ୍ତି । କୁହାଯାଉଛି, ପାକିସ୍ତାନ ସେନା ଚାହୁଁଛି ପ୍ରଧାନମନ୍ତ୍ରୀ ହୁଅନ୍ତୁ ନୱାଜ ଶରିଫ୍ ।

ଦ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଦକ୍ଷିଣ ପଞ୍ଜାବ, ବଲୁଚିସ୍ତାନ ଓ ରାୱଲପିଣ୍ଡିରୁ ବିଜୟୀ ସାଂସଦ ମେଣ୍ଟ ସରକାରକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ପିଏମ୍ଏଲ୍-ଏନ୍ ଓ ପିପିପି ଲଗାତାର ନିର୍ଦ୍ଦଳୀୟ ବିଜୟୀ ସାଂସଦଙ୍କ ସମ୍ପର୍କରେ ରହିଥିବା କୁହା ଯାଉଛି ।

ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ପିଏମ୍ଏଲ୍-ଏନ୍ ଓ ପିପିପିର ମେଣ୍ଟ ସରକାରରେ ନିର୍ଦ୍ଦଳୀୟ ସାଂସଦଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ଅନ୍ୟପଟେ ଇମ୍ରାନ ଖାନଙ୍କ ପିଟିଆଇ କହିଛି, ପ୍ରଚାରରେ କୌଣସି ବାସ୍ତବତା ନାହିଁ । ପିଟିଆଇ ସମର୍ଥିତ ସମସ୍ତ ବିଜୟୀ ସାଂସଦ କୌଣସି ବି ଦଳକୁ ସମର୍ଥନ ଦେବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.