ମସ୍କୋ, ୦୯/୦୯: ଭ୍ଲାଦିମିର ପୁଟିନ୍ଙ୍କ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଜାଣିଥିବା ଜଣେ ବରିଷ୍ଠ ଡାକ୍ତର ଭିକ୍ଟର ତ୍ରୁଖିନ୍ଙ୍କୁ ଗିରଫ କରାଯାଇଛି । କିଛି ଦିନ ତଳେ ପଦବୀରୁ ତାଙ୍କୁ ବାହାର କରିଦିଆଯାଇଥିଲା । ତାପରେ ସେ ନିଖୋଜ ହୋଇଯାଇଥିଲେ । ହେଲେ ଏବେ ତାଙ୍କୁ ଏଫଏସବି ଗିରଫ କରିଥିବା ଜଣାପଡ଼ିଛି । କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ ତାଙ୍କୁ ସେଣ୍ଟ ପିଟର୍ସବର୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଭ୍ୟାକସିନ୍ ଆଣ୍ଡ ସେରମର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ତେବେ ଭିକ୍ଟର ତ୍ରୁଖିନ୍ ବେଲାରୁଷ ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଟିନଙ୍କ କାଉଣ୍ଟର ଇଣ୍ଟେଲିଜେନ୍ସ ସର୍ଭିସ –ଏଫଏସବି ତାଙ୍କୁ ଗିରଫ କରିଛି ।
ଜି୨୦ ଅତିଥିଙ୍କ ପାଇଁ ରାତ୍ରି ଭୋଜନରେ ପରଶା ଯିବ ଏହି ସବୁ ଭାରତୀୟ ବ୍ୟଞ୍ଜନ
ଏନେଇ ଏକ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ସୂଚନା ମିଳିଛି । ତ୍ରୁଖିନ୍ ୧୧ ବର୍ଷ ଧରି ସେଣ୍ଟ ପିଟର୍ସବର୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଭ୍ୟାକସିନ୍ ଆଣ୍ଡ ସେରମର ଅଧ୍ୟକ୍ଷ ଥିଲେ । ଦୁର୍ନୀତି ମାମଲାରେ ତାଙ୍କୁ ପଦରୁ ହଟାଇ ଦେଇଥିଲା ଫେଡେରାଲ୍ ମେଡିକାଲ୍ ବାଇଲୋଜିକାଲ୍ ଏଜେନ୍ସି (ଏଫଏମବିଏ) । ଦକ୍ଷିଣ ଆମେରିକାର ଏକ ବାଇଟେକନୋଲୋଜି ପ୍ରତିଷ୍ଠାନକୁ ତ୍ରୁଖିନ୍ ୪.୭୫ ମିଲିୟନ୍ ପାଉଣ୍ଡ ଦେବା ପରେ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା । ଏହା ପରେ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଦେଇଥିଲେ ବିଭିନ୍ନ ତଦନ୍ତ ଏଜେନ୍ସି ।
ସେପଟେ ତ୍ରୁଖିନ୍ଙ୍କୁ ରୁଷିଆର ସମସ୍ତ ଭ୍ୟାକସିନ୍ ଏବଂ ଅନ୍ୟ ଜରୁରୀ ଔଷଧ ସଂପର୍କରେ ଜ୍ଞାନ ଥିଲା । ଏପରିକି ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚିକିତ୍ସାରେ ବ୍ୟବହୃତ ମେଡିସିନ୍ ସଂପର୍କରେ ଜାଣିଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେ ଦେଶ ଛାଡ଼ି ଚାଲିଯିବା ପରେ ଭ୍ୟାକସିନ୍ ଏବଂ ଗୁରୁତ୍ବପୂର୍ଣ୍ଣ ମେଡିସିନ ସଂପର୍କରେ ତଥ୍ୟ ପ୍ରଘଟ କରିପାରନ୍ତି ବୋଲି ଆଶଙ୍କା କରିଥିଲା ଏଫଏସବି ।
ପୁଣି ନିର୍ବାଚନ ଲଢ଼ିବେ ୮୩ ବର୍ଷୀୟା ନାନ୍ସି ପେଲୋସି, ତାଇଓ୍ବାନ ଗସ୍ତ କରି ଚର୍ଚ୍ଚାକୁ ଆସିଥିଲେ