ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଳାହାଣ୍ଡି ଗସ୍ତରେ ରାଜ୍ୟପାଳ, ଗରିବ ପରିବାରକୁ ପ୍ରାଥମିକତା ଦୃଷ୍ଟିରେ ଗୃହ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ

କେସିଙ୍ଗା, ୨୭/୨ : କଳାହାଣ୍ଡି ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ସୋମବାର ଦିନିକିଆ ଜିଲ୍ଲା ଗସ୍ତରେ ଯାଇ ରାଜ୍ୟପାଳ ପ୍ରଥମେ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିର ଦର୍ଶନ କରିବା ପରେ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଯାଇଥିଲେ। ସୋମବାର ପୂର୍ବାହ୍ନ ୧୦ ଟା ୪୫ରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡି ସ୍ଥିତ ସରକାରୀ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଗୋଷ୍ଠି କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଭେଟି ଆଲୋଚନା କରିଥିଲେ ଓ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। 

ପରେ ସେଠାରୁ ବାହାରି ସିଧା ପାଷ୍ଟିକୁଡି-୨ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ ଏବଂ ମାଁ ଓ ଶିଶୁମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଦେଶରେ ଗ୍ରାମୀଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ଉପରେ କହିଥିଲେ । ସାରା ଭାରତରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି। ତାହାର ପରିଚାଳନା ଦାୟିତ୍ଵ ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀଙ୍କୁ ପୂଜକ ବୋଲି ରାଜ୍ୟପାଳ କହିଥିଲେ। ସମାଜରେ ରହୁଥିବା ଛୋଟ ଛୋଟ ଶିଶୁ ଭଗବାନ ରୂପରେ। ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ସଂସ୍କାର ମନ୍ଦିର ଯାହାକି ଅଙ୍ଗନବାଡ଼ି କର୍ମୀ ସେଠାରେ ପୂଜକ ଭାବେ କାମ କରନ୍ତି ବୋଲି କହି ଶିଶୁମାନଙ୍କୁ ଭଲ ସଂସ୍କାର ଦେବା ପାଇଁ କହିଥିଲେ। ଛୋଟ ଛୋଟ ଶିଶୁମାନଙ୍କ ବ୍ୟକ୍ତିତ୍ୱର ବିକାଶ କରିବାରେ ଅଙ୍ଗନବାଡ଼ି କର୍ମୀଙ୍କ କାମକୁ ଛୋଟ କାମ ନୁହେଁ ବୋଲି କହିବା ସହିତ ଗର୍ଭବତୀ ମହିଳାଙ୍କ ପୁଷ୍ଟିକର ଖାଦ୍ୟ ଉପରେ ଦୃଷ୍ଟି ଦେବା ପାଇଁ କହିଥିଲେ। ବାର୍ତ୍ତାଳାପ କରିବା ସମୟରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କୁ ତାଙ୍କର କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଅଙ୍ଗନବାଡ଼ି ଶିଶୁଙ୍କୁ ଭେଟି ଚକୋଲେଟ ପ୍ରଦାନ କରିଥିଲେ । ଏହି ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କ ସମେତ ଡିଏସଡବ୍ଲୁଓ ମୁଜିବୁନ ନିଶା, ସିଡିପିଓ ସୁଷମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। 

ସେଠାରୁ ରାଜ୍ୟପାଳ ସିଧା ନାସିଗାଁ ଗ୍ରାମକୁ ଯାଇଥିଲେ। ସେଠାରେ କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ଵାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କରିଥିବା ହିତାଧିକାରୀଙ୍କ ଘରକୁ ଯାଇ ଭେଟିଥିଲେ ଓ ଘର ବୁଲି ଦେଖିଥିଲେ। ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କରି ବସବାସ କରୁଥିବା ୫ ଜଣ ହିତାଧିକାରୀଙ୍କୁ ରାଜ୍ୟପାଳ ଭେଟି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲା ପ୍ରଶାସନର ଉପସ୍ଥିତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବିଷୟରେ ରାଜ୍ୟପାଳ ରଘୁବର ଦାସ ଲୋକମାନଙ୍କୁ କିଛି କହିଥିଲେ। ଗରିବ ପରିବାରକୁ ପ୍ରାଥମିକତା ଦୃଷ୍ଟିରେ ଗୃହ ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷ ୪୧ ହଜାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ସେଥିରୁ ୧ ଲକ୍ଷରୁ ଅଧିକ ଘର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରି ଥିବାରୁ ଜିଲ୍ଳା ପ୍ରଶାସନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇ ତାହାର ଲାଭ ନେବାକୁ କହିଥିଲେ । ଏହି ଅବସରରେ ନାସିଗାଁ ପଞ୍ଚାୟତରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକେ ରାଜ୍ୟପାଳଙ୍କ ଠାରେ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ଜିପିଡିଓ ଲମ୍ବୁ ଶିଖାଙ୍କ ସମେତ ବ୍ଲକର ଅନେକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

    ସେହିପରି କେସିଙ୍ଗା ଠାରେ ରେଳ ବିଭାଗ ପକ୍ଷରୁ ଆୟୋଜିତ ଅମୃତ ଭାରତ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭାରତର ବିକାଶରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି ବୋଲି କହିଥିଲେ। ଅପରାହ୍ନ ସାଢେ଼ ୩ଟା ସମୟରେ ଉତ୍କେଲା ସ୍ଥିତ ମିନି ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ କୃଷକମାନଙ୍କ ସହିତ ବାର୍ତ୍ତାଳାପ କରି ଚାଷକାର୍ଯ୍ୟରେ ଜ୍ଞାନକୌଶଳ ବ୍ୟବହାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀ, ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ସମେତ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ବିଡ଼ିଓ ପଦ୍ମନାଭ ପୁରୋହିତ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ବ୍ଲକ୍ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.