ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ, ୩ ରାଜ୍ୟରେ ପରାଜୟ ପରେ ଆକ୍ସନ ନେବାର ପ୍ରେସର... ଏବେ କ’ଣ କରିବେ ଖଡଗେ ?

ନୂଆଦିଲ୍ଲୀ,୫।୧୨: ମଧ୍ୟ ପ୍ରଦେଶ, ଛତିଶ ଗଡ଼ ଓ ରାଜସ୍ଥାନରେ କଂଗ୍ରେସର ପରାଜୟ ପରେ ଏବେ ମନ୍ଥନ ଜାରି ରହିଛି। ଏହା ଭିତରେ ୯ ଡିସେମ୍ବରରେ ରାହୁଲ ଗାନ୍ଧୀ ବିଦେଶ ଭ୍ରମଣରେ ଯିବେ। ରାହୁଲ ଇଣ୍ଡୋନେସିଆ, ସିଙ୍ଗାପୁର, ମାଲେସିଆ ଓ ଭିଏତନାମ ଯାତ୍ରାରେ ଯିବେ। ରାହୁଲଙ୍କ ଯାତ୍ରା ଏଭଳି ସମୟରେ ରହିଛି, ଯେତେବେଳେ ନିକଟରେ ୩ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତା ଛଡା ଏବେ ସଂସଦରେ ଶୀତକାଳୀନ ଅଧିବେଶନ ମଧ୍ୟ ଚାଲିଛି।

କଂଗ୍ରେସର ଓ ‘ଇଣ୍ଡିଆ’ ମେଣ୍ଟର କିଛି ନେତା ମଧ୍ୟ ରାହୁଲଙ୍କ ଏହି ବିଦେଶ ଗସ୍ତକୁ ନେଇ ଖୁସି ନାହାନ୍ତି। ପ୍ରଶ୍ନ ଉଠୁଛି ଯେ, ଯେଉଁ ସମୟରେ ରାହୁଲଙ୍କୁ ଅଶୋକ ଗେହଲଟ୍, ଭୂପେଶ ବଘେଲ ଓ କମଳନାଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଲ୍ଲିକାର୍ଜୁନ ଖଡଗେଙ୍କ ସାଥ୍ ଦରକାର ସେ ସମୟରେ ରାହୁଲ ବିଦେଶ ଗସ୍ତରେ ଯାଉଛନ୍ତି।

ଗେହଲଟ୍, କମଳନାଥ ଓ ବଘେଲଙ୍କ ଉପରେ କଂଗ୍ରେସ ନେତୃତ୍ବଙ୍କୁ ଅନ୍ଧାରରେ ରଖିବା ଓ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାର ମିଛ ପ୍ରତିଶୃତି ଦେବାର ଅଭିଯୋଗ ରହିଛି। କୁହାଯାଉଛି ଯେ, ୩ ଡିସେମ୍ବରରେ ଫଳାଫଳ ବାହାରିବା ଦିନ ଉତ୍ସବ ପାଳନ କରିବା ପାଇଁ ଦିଲ୍ଲୀର ବଙ୍ଗାଳି ବଜାରରେ ଶତାଧିକ କିଲୋ ଲଡୁ କିଣାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଏହି ଖୁସି ପାଳନ କରିବା ସମ୍ଭବ ହେଲାନି। ଖଡଗେ ଯଦିଓ କଂଗ୍ରେସ ଅଧ୍ୟକ୍ଷ ଭାବରେ ଚୟନ ହୋଇଛନ୍ତି, କିନ୍ତୁ ସମସ୍ତଙ୍କୁ ଜଣାଅଛି ବଡ ନିଷ୍ପତ୍ତି ନେବା ବେଳେ ସେ ରାହୁଲଙ୍କ ଉପରେ ନିର୍ଭର କରନ୍ତି। ଦଳକୁ କଡା ବାର୍ତ୍ତା ଦେବାର ଦରକାର ଥିବା ବେଳେ ରାହୁଲ ୯ ରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ଦେଶରେ ରହିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.