ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସଭା ନିର୍ବାଚନ: ଆଜିଠୁ ୫୬ଟି ଆସନ ଲାଗି ଆରମ୍ଭ ହେବ ନାମାଙ୍କନ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ଆଜି (ଗୁରୁବାର) ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଫେବୃଆରୀ ୮ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।  ଫେବୃଆରୀ ୧୫ ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ । 

ଏହାପରେ ୧୬ ତାରିଖରେ ଯାଞ୍ଚ ପ୍ରକ୍ରିୟା ହେବାକୁ ଥିବା ବେଳେ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି । ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମତଦାନ ପରେ ସେହିଦିନ ହିଁ ଗଣତି କରାଯିବ । ଏହାପରେ ରେଜଲ୍ଟ ପ୍ରକାଶ ପାଇବ। ଦେଶର ମୋଟ ୧୫ଟି ରାଜ୍ୟରେ ୫୬ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । 

ଏଥିରେ ଉତ୍ତରପ୍ରଦେଶର ସର୍ବାଧିକ ୧୦ଟି ଆସନ ଖାଲି ରହିଥିବା ବେଳେ ବିହାର ଓ ମହାରାଷ୍ଟ୍ରରେ ୬ଟି ଲେଖାଏଁ ଆସନ ଖାଲି ରହିଛି । ସେହିଭଳି ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ‌ରେ ୫ଟି ଲେଖାଏଁ ଆସନ ରହିଥିବା ବେଳେ ଗୁଜୁରାଟ ଓ କର୍ଣ୍ଣାଟକରେ ୪ଟି ଲେଖାଏଁ ଆସନ ଖାଲି ପଡ଼ିଛି । ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନାରେ ୩ଟି ଲେଖାଏଁ ଆସନ ଖାଲି ରହିଥିବା ବେଳେ ଛତିଶଗଡ଼, ହରିୟାଣା ଓ  ହିମାଚଳ ପ୍ରଦେଶରେ ଗୋଟିଏ ଆସନ ଖାଲି ପଡିଛି ।

ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ , ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି । କାର୍ଯ୍ୟକାଳ  ଅବଧି ସରିବା ପୂର୍ବରୁ ଫେବୃଆରୀ ୨୭ରେ ଭୋଟଗ୍ରହଣ ହେବ । ତେବେ ସଂଖ୍ୟା ଦୃଷ୍ଟିରୁ ଏହି ୩ଟି ଆସନ ବିଜେଡି ଖାତାକୁ ଆସିବ । ହେଲେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାକୁ  ନେଇ ଚର୍ଚ୍ଚା ଲାଗିରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.