ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଣବୀରଙ୍କ ‘ରାମାୟଣ’ରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଏଣ୍ଟ୍ରି , ସୂର୍ପଣଖା ଭୂମିକାରେ ଆସି ପାରନ୍ତି ନଜର !

ମୁମ୍ୱାଇ : ରଣବୀର କପୁରଙ୍କ ଅଭିନୀତ ରାମାୟଣର କାଷ୍ଟିଂକୁ ନେଇ ଜୋରସୋରରେ କାମ ଚାଲୁ ରହିଛି। ରଣବୀରଙ୍କ ବ୍ୟତୀତ ଫିଲ୍ମରେ ସାଇ ପଲ୍ଲବୀ , ଯିଏ କି ସୀତାଙ୍କ ରୋଲ୍‌ରେ ନଜର ଆସିବେ। କେଜିଏଫ୍‌ ଫେମ୍‌ ୟଶ ଫିଲ୍ମରେ ରାବଣ ସାଜିବେ। ରାମାୟଣର ପ୍ରତି ଚରିତ୍ର ପାଇଁ ମେକର୍ସ ବହୁତ ବୁଝି ବିଚାରି କାଷ୍ଟିଂ ପ୍ରସ୍ତୁତ କରୁଛନ୍ତି। ଫିଲ୍ମକୁ ନେଇ ଲାଟେଷ୍ଟ ସୂଚନା କି , ସୂର୍ପଣଖାଙ୍କ ରୋଲ୍‌ ପାଇଁ ଜଣେ ହିରୋଇନକୁ ଆପ୍ରୋଚ କରାଯାଇଛି। ଫିଲ୍ମର ଏହା ପ୍ରମୁଖ ଚରିତ୍ର ଏବଂ ନିର୍ଦ୍ଦେଶକ ନିତେଶ ତିୱାରୀ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି। କିଏ ଏହି ହିରୋଇନ ? 

ରାମାୟଣରେ ହନୁମାନଙ୍କ ରୋଲ୍‌ରେ ସନି ଦେଓଲ, କୈକେୟୀଙ୍କ ରୋଲ୍‌ରେ ଲାରା ଦତ୍ତା ଓ ବିଭୀଷଣ ପାଇଁ ବିଜୟ ସେତୁପତି ହୋଇପାରନ୍ତି। ପିଙ୍କଭିଲାର ରିପୋର୍ଟ ମୁତାବିକ, ଫିଲ୍ମରେ ରକୁଲ ପ୍ରୀତ ସିଂହ ସୂର୍ପଣଖା ହୋଇ ପାରନ୍ତି। ନିକଟତମ ସୂତ୍ରାନୁସାରେ , ରକୁଲ ପ୍ରୀତଙ୍କ ଠାରୁ ନେଇ ନିତେଶ ତିୱାରୀ ଓ ତାଙ୍କର ଟିମ୍‌ର କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ରହିଛି। 

ସୂତ୍ରାନୁସାରେ ଆହୁରି ଜଣାପଡିଛି କି, ରକୁଲ ଓ ନିତେଶ ତିୱାରୀଙ୍କ ମଧ୍ୟରେ ଗତ କିଛି ସମୟରୁ କଥାବାର୍ତ୍ତା ଜାରି ରହିଛି ଏବଂ ଏବେ ସୂର୍ପଣଖାଙ୍କ ପାଇଁ କାଷ୍ଟିଂ ହୋଇପାରେ। ଏହା ରାମୟଣର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଚରିତ୍ର ମାନଙ୍କ ମଧ୍ୟରେ ଗୋଟିଏ , କାରଣ ସୂର୍ପଣଖା ହିଁ ସେ ଯାହାଙ୍କ ପାଇଁ ଭଗବାନ ରାମ ଓ ରାବଣଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା।

ରକୁଲ ନିଜର ଲୁକ୍‌ ଟେଷ୍ଟ ମଧ୍ୟ ଦେଇଛନ୍ତି ଏବଂ ଯଦି ସବୁକିଛି ଠିକ୍‌ ରହେ ତ ସେ ବିବାହ ମଧ୍ୟରେ ସୁଟିଂ ଆରମ୍ଭ କରିଦେବେ। ସୂତ୍ର କହିଛି, ରକୁଲ ଖୁବ୍‌ ଏକ୍ସାଇଟେଡ୍‌ ଅଛନ୍ତି ଏବଂ ଖୁବ ଶୀଘ୍ର ପେପରୱାର୍କ ହୋଇ ଯିବ। ଅଭିନେତ୍ରୀଙ୍କ ଅନୁସାରେ ରାମାୟଣର କାହାଣୀ ସହ ଯୋଡ଼ି ହେବାର ସୁଯୋଗ ଜୀବନରେ ଗୋଟିଏ ଥର ହିଁ ମିଳିବାର ଅଛି। 

ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ସହ ରାମାୟଣ ମାର୍ଚ୍ଚ ୨୦୨୪ରୁ ଫ୍ଲୋରକୁ ଯିବ। ଅନୁମାନ କି ସନି ଦେଓଲଙ୍କର ସୁଟିଂ ମେ ମାସରୁ ଆରମ୍ଭ ହେବ। ଜୁଲାଇରେ ୟଶ ଫିଲ୍ମର ଟିମ୍‌ ସହ ଯୋଡ଼ି ହେବେ। ମେକର୍ସ ଏହି ଫିଲ୍ମ ରାମାୟଣକୁ ଦୀପାବଳି ୨୦୨୫ର ୱିକେଣ୍ଡରେ ରିଲିଜ୍‌ କରିବାକୁ ଚାହାନ୍ତି। ବର୍ତ୍ତମାନ ଫିଲ୍ମର ଅଫିସିଆଲି ଘୋଷଣାକୁ ଅପେକ୍ଷା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.