ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲେ ମୂଷା, ହସ୍ପିଟାଲରେ ହଇଚଇ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ

ହାଇଦ୍ରାବାଦ,୧୨/୦୨: ତେଲଙ୍ଗାନାର କମାରେଡ୍ଡୀ ଜିଲ୍ଲାରେ ଥିବା ଏକ ସରକାରୀ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ମୂଷା କାମୁଡିବା ଘଟଣା ସାମ୍‌ନାକୁ ଆସିଛି । ସୂଚନା ମିଳିବା ପରେ ହସ୍ପିଟାଲରେ  ହଇଚଇ ସୃଷ୍ଟି ହୋଇଛି । ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ହସ୍ପିଟାଲ ଓ ରୋଗୀଙ୍କୁ ଭେଟିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା  ଅନୁସାରେ ରୋଗୀ ଜଣଙ୍କର ହାଇଦ୍ରାବାଦର ଏକ ହସ୍ପିଟାଲରେ ଅସ୍ତ୍ରେପଚାର ହୋଇଥିଲା । ଏକ ସପ୍ତାହ ତଳେ ସେ ଏଠାକୁ ଚେତାଶୂନ୍ୟ ଅବସ୍ଥାରେ ଆସିଥିଲେ । ସେହିଦିନଠାରୁ ସେ ଚେତାଶୂନ୍ୟ ରହିଛନ୍ତି । ତାଙ୍କର ଚିକିତ୍ସା କରାଯାଉଛି । ତାଙ୍କର ଜଗାରଖା କରୁଥିବା ବ୍ୟକ୍ତି ଜଣକ  ରବିବାର ସକାଳେ ଡାକ୍ତରଙ୍କୁ ଆସି  ଜଣାଇଥିଲେ କି ରୋଗୀଙ୍କ ହାତ ଆଙ୍ଗୁଳି ଓ ଗୋଡ ଗୋଇଠିକୁ ଗତକାଲି ରାତିରେ ମୂଷା କାମୁଡି ଖଣ୍ଡିଆ କରିଦେଇଛନ୍ତି । ତେଣୁ ଡାକ୍ତର ତୁରନ୍ତ ଆଇସିୟୁକୁ ଯାଇଥିଲେ ଏବଂ ସେଠାରେ ସମ୍ପୃକ୍ତ ରୋଗୀଙ୍କର  ଶରୀରକୁ ମୂଷାମାନେ କାମୁଡି ଖଣ୍ଡିଆ କରିଦେଇଥିବା ଦେଖିବାକୁ ପାଇଥିଲେ । ଯାହାକୁ  ନେଇ ହସ୍ପିଟାଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । 

ହସ୍ପିଟାଲ କର୍ତ୍ତୃପକ୍ଷ ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି କି ଡାଏଲିସିସ୍‌ ରୁମ୍‌ ବାଟ  ଦେଇ ମୂଷାମାନେ ଆଇସିୟକୁ ପ୍ରବେଶ କରିଛନ୍ତି । ଡାଏଲିସିସ୍‌ ରୁମର ନବୀକରଣ  କରାଯାଉଛି । ସେଠାରେ ଭଙ୍ଗାରୁଜା କାମ ଚାଲିଥିବା ବେଳେ ମୂଷାମାନେ ଆଇସିୟୁକୁ  ଚାଲିଆସିଛନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ବଳକା ଖାଦ୍ୟ ସାମଗ୍ରୀକୁ ଏଣେତେଣେ  ଫିଙ୍ଗୁଥିବାରୁ ମୂଷମାନେ ଏଠାକୁ ଆସୁଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି ।  ତେବେ ଘଟଣାର ତଦନ୍ତ କରାଯାଉଛି ଏବଂ ଆଗକୁ ଯେପରି ଏହାର ପୁନରାବୃତ୍ତି  ନ ହେବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.