ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ, ଫାଇନାଲ୍‌ ମ୍ୟାଚ ପୂର୍ବରୁ ଏଭଳି କହିଲେ ରୋହିତ ଶର୍ମା

ମୁମ୍ବାଇ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ବକପର ଫାଇନାଲ ମ୍ୟାଚ୍‌ ଖେଳାଯିବ । ରବିବାର ଏହି ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଏହି ମୁକାବିଲା ପାଇଁ ଦୁଇ ବର୍ଷ ହେଲା ପ୍ରସ୍ତୁତି ହୋଇଛି। ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି ସତ ହେଲେ ଏହା ଆମର ଉପରେ କିଛି ପ୍ରଭାବ ପକାଇବ ନାହିଁ ।

 ଅଷ୍ଟ୍ରେଲିଆ ଶେଷ ୮ଟି ମ୍ୟାଚ୍‌ ଜିତିଥିବାରୁ ଫାଇନାଲ ମୁକାବିଲା ବହୁତ ଭଲ ହେବ । ଦୁଇ ଟିମ୍‌ ଖେଳିବାରେ ମାହିର ବୋଲି ରୋହିତ କହିଛନ୍ତି । ହିଟମ୍ୟାନ୍‌ କହିଛନ୍ତି ଏହି ଫାଇନାଲ ମ୍ୟାଚ୍‌ ମୋ ପାଇଁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ । ୫୦ ଓଭର ବିଶିଷ୍ଟ ବିଶ୍ବକପ୍‌ ଦେଖି ଦେଖି ବଡ଼ ହୋଇଛି ବୋଲି ସେ କହିଛନ୍ତି । ଆମ ପାଇଁ ଜରୁରି କଣ ତା ଉପରେ ଧ୍ୟାନ ଦେଇଛୁ । ଆଉ ଏହା ଉପରେ ସ୍ଥିର ରହିଛୁ । ପ୍ରଥମ ମ୍ୟାଚ୍‌ରୁ ଆମେ ଗୋଟିଏ କଥାକୁ ଅଧିକ ଧ୍ୟାନ ଦେଇଛି ତାହା ହେଉଛି ‘ଶାନ୍ତି’ । ଜଣେ ଭାରତୀୟ କ୍ରିକେଟ ହିସାବରେ ଆମ ଉପରେ ସବୁବେଳେ ଚାପ ଥାଏ । ଅନୁଭବୀ ଖେଳାଳି ଭାବେ ସମାଲୋଚନା, ନିନ୍ଦା ଏବଂ ପ୍ରଶଂସା ଶୁଣିବାକୁ ପଡ଼ିବ ବୋଲି ରୋହିତ ଶର୍ମା କହିଛନ୍ତି । 

ଅନ୍ୟପଟେ କାଲିର ପ୍ଲେଇଂ ଇଲେଭେନକୁ ନେଇ ରୋହିତ କହିଛନ୍ତି ଯେ, ୧୫ ଖେଳାଳିଙ୍କ ପାଖରେ ଖେଳିବାର ସୁଯୋଗ ରହିଛି। ପିଚ କେମିତି ଅଛି ଦେଖିଲା ପରେ ନିର୍ଣ୍ଣୟ ନିଆଯିବ । ୧୨-୧୩ ଜଣ ପ୍ରସ୍ତୁତ ଅଛନ୍ତି କିନ୍ତୁ ପ୍ଲେଇଂ ଇେଲେଭେନ୍‌ ଠିକ୍‌ ହୋଇନାହିଁ ବୋଲି  ଅଧିନାୟକ ଶର୍ମା କହିଛନ୍ତି ।

 ସେପଟେ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଏକ ଫ୍ୟାକ୍ଟର ହେବ ନାହିଁ। ଟସ୍‌ର କୌଣସି ଭୂମିକା ରହିବ ନାହିଁ । ଆମେ ପରିସ୍ଥିତିକୁ ଭଲ ଭାବେ ବୁଝିବୁ ଏବଂ ଭଲ ଖେଳିବୁ ବୋଲି ସେ କହିଛନ୍ତି । ତେବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍‌ ସ୍ଲୋ ହେବ  ।  ଭାରତ ଏବଂ ପାକିସ୍ତାନ ମୁକାବିଲା ସମୟରେ ପିଚରେ ଘାସ ନଥିଲା । କିନ୍ତୁ ଏବେ ଘାସ କଅଁଳିଥିବାରୁ ପିଚ୍‌ ସ୍ଲୋ ହେବ ବୋଲି ରୋହିତ କହିଛନ୍ତି ।

ଫାଇନାଲ ମ୍ୟାଚ୍‌ ଖେଳିବା ପୂର୍ବରୁ ଆମେ ଜାଣିଛୁ କଣ କରିବାକୁ ହେବ । କାଲିର ମ୍ୟାଚ୍‌ ପାଇଁ ବାହାରେ ବହୁ ଆଶା, ପ୍ରେସର ଏବଂ ଆଲୋଚନା ହେଉଥିବା ବେଳେ ଆମେ ପ୍ଲାନ୍‌ ଅନୁସାରେ ଖେଳିବୁ ବୋଲି ରୋହିତ କହିଛନ୍ତି । ଇଂଲଣ୍ଡ ବିପକ୍ଷରେ ଖେଳରେ ପରିବର୍ତ୍ତନ କରିଥିବା ନେଇ କହିବା ସହ ଅନୁଭବୀ ଖେଳାଳି ଏଭଳି କରନ୍ତ ବୋଲି କହିଛନ୍ତି ରୋହିତ ଶର୍ମା । ଏହା ସହ ସେ ସବୁ ପରିସ୍ଥିତି ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା କହିଛନ୍ତି ।

  • Team India
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.