ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା, ମନ୍ତ୍ରମୁଗ୍ଧ କଲା କୁଚିପୁଡ଼ି ଓଡ଼ିଶୀ

କୋଣାର୍କ,‌‌‌‌‌‌୨/୧୨ : କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ କୁଚିପୁଡ଼ି ଓ ଓଡ଼ିଶୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା କଳାପ୍ରେମୀ ଦର୍ଶକଙ୍କୁ । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ନୂଆଦିଲ୍ଲୀର ପଦ୍ମଶ୍ରୀ ଗୁରୁ ଜୟରାମ ରାଓ ଓ ସାଥୀ କଳାକାର କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ । ଶିବ ସକଳ ଶକ୍ତିର ଆଧାର ଓମ କାର ବ୍ରହ୍ମଙ୍କ ଉପାସନା ମୋକ୍ଷର ମାର୍ଗକୁ ଉନ୍ମୋଚନ କରେ । ଏହି ତଥ୍ୟକୁ ନେଇ ଓମ୍ କାରର ଉପସ୍ଥାପନା । 

ଦ୍ବିତୀୟ ଚରଣରେ ନୂଆଦିଲ୍ଲୀର ପଦ୍ମଶ୍ରୀ ରଞ୍ଜନା ଗୌହର ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ରାଧାକୃଷ୍ଣ ପ୍ରିତୀବିଳାସର ଭାବ ଓ ଆବେଗରେ ପରିବେଷିତ ହୋଇଥିଲା ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି ଓ ଶୁଧନୃତ୍ୟ ପଲ୍ଲବୀ ମଞ୍ଚରେ ଭକ୍ତିଭାବ ଆଣିଥିଲା । ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ବାଲୁକା ଶିଳ୍ପୀମାନେ ଇକୋ ଟୁରିଜିମ ଓ ପରିବେଶ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିଥିଲେ । ସନ୍ଧ୍ୟାରେ ଅତିଥିଭାବେ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ ବଶଲ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିଥିଲେ। 

ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି । ସେହିଭଳି ହେଲିପ୍ୟାଡ଼ରେ ଅପେରା ଓ ମୀନା ବଜାରରେ ଭିଡ଼ ଜମିଥିଲା। ପର୍ଯ୍ୟଟନ ବିଭାଗର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.