ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ' ପ୍ରଥମ ଦିନରୁ ହିଁ ହୋଇଗଲା ଲିକ୍

ମୁମ୍ୱାଇ : ଶାହରୁଖ ଖାନଙ୍କର ଫିଲ୍ମ ‘ଯବାନ’ ରିଲିଜ୍‌ ହୋଇ ଯାଇଛି। ପ୍ରଶଂସକଙ୍କ ହଲ୍‌ରେ ଜମିଛି ଭିଡ଼। କିନ୍ତୁ ଏହି ଭିତରେ ଫିଲ୍ମକୁ ନେଇ ଏକ ଖରାପ ଖବର ସାମନାକୁ ଆସିଛି । ଫିଲ୍ମର ରିଲିଜ ପୂର୍ବରୁ ପ୍ରତି ଅଭିନେତା , ଫିଲ୍ମମେକରଙ୍କୁ ଯେଉଁ କଥାର ଡ଼ର ଥିଲା , ତାହା ଏବେ ହୋଇ ଯାଇଛି। ବାସ୍ତବରେ , ପ୍ରଥମ ଦିନ ଫିଲ୍ମ ରିଲିଜ ହେବା କ୍ଷଣି ଲିକ୍‌ ହୋଇ ଯାଇଛି , ଯେଉଁଥିରେ ଫିଲ୍ମ ମେକରଙ୍କର ଟେନସନ ବଢ଼ି ଯାଇଛି। ଯବାନ ଗୋଟିଏ ନୁହେଁ ଅନେକ ପାଇରେଟେଡ୍ ୱେବସାଇଟ୍‌ରେ ଲିକ୍‌ ହୋଇ ଯାଇଛି। ଫିଲ୍ମର ଲିକ୍‌ ହେବାରେ ତାର ଆୟ ଉପରେ ପ୍ରଭାବ ପଡ଼ିପାରେ।

‘ଯବାନ କମ୍ପ୍ୟୁଟର ଗେମ୍‌ ଭଳି କଚରା ଫିଲ୍ମ’ , ସେନ୍ସର ସ୍କ୍ରିନିଂ ପରେ କେଆରକେ ସେୟାର କଲେ ରିଭ୍ୟୁ ... 

ପ୍ରଥମ ଦିନର ଆୟ –

ବର୍ତ୍ତମାନ ଯେଉଁ ରିପୋର୍ଟ ସାମନାକୁ ଆସିଛି ଏହା ମୁତାବିକ ଫିଲ୍ମଟି ପ୍ରଥମ ଦିନ ଧମାକାପୂର୍ଣ୍ଣ ଆୟ କରିଛି। sacnilkର ରିପୋର୍ଟ ଅନୁସାରେ , ଫିଲ୍ମ ୭୫ କୋଟିର ଆୟ କରିଛି। ଏହି ଆୟ ସବୁ ଭାଷାରେ ରିଲିଜକୁ ମିଶାଇ ହୋଇଛି। ହିନ୍ଦିରେ ଫିଲ୍ମ ୬୫ ନେଟ୍‌ ଓ ୭୭ ଗ୍ରସ୍‌ ଆୟ କରିଛି। ତାମିଲରେ ୪ କୋଟି ନେଟ୍‌ , ୪.୭୫ କୋଟି ଗ୍ରସ୍ । ତେଲୁଗୁରେ ୪କୋଟି ନେଟ୍‌ ଓ ୪.୭୫ କୋଟି ଗ୍ରସ୍‌ ଆୟ କରିଛି। ଯଦି ଫିଲ୍ମକୁ ପଜିଟିଭ୍‌ ରେସ୍ପନ୍ସ ମିଳେ ତ ଆୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ। 

ଫିଲ୍ମ ଯବାନ ବିଷୟରେ ଯଦି କହିବା ତ ଏହି ଫିଲ୍ମର ଏଟଲି ନିର୍ଦ୍ଦେଶକ ଅଛନ୍ତି। ଏହା ପ୍ରଥମ ହିନ୍ଦି ଫିଲ୍ମ ଯାହାକୁ ଏଟଲି ନିର୍ଦ୍ଦେଶନା ଦେଇଛନ୍ତି। ସେପଟେ ନୟନତାରାଙ୍କର ଏହା ମଧ୍ୟ ପ୍ରଥମ ହିନ୍ଦି ଫିଲ୍ମ। ଫିଲ୍ମରେ ଦୀପିକାଙ୍କର ସ୍ପେଶାଲ ରୋଲ୍‌ ରହିଛି ଏବଂ ସୋସିଆଲ ମିଡ଼ିଆରେ ତାଙ୍କର ଖୁବ୍‌ ପ୍ରଶଂସା ବି କରାଯାଉଛି। ଫିଲ୍ମରେ ଶାହରୁଖ ଇଣ୍ଟେଲିଜେନ୍ସ ଅଫିସର ଓ ଚୋର ଚରିତ୍ରରେ ନଜର ଆସୁଛନ୍ତି। ଫିଲ୍ମର ସୁଟିଂ ପୁଣେ , ମୁମ୍ୱାଇ , ହାଇଦ୍ରାବାଦ , ଚେନ୍ନାଇ , ରାଜସ୍ଥାନରେ ହୋଇଛି ।  

film jawan
online leak
Shah Rukh Khan

Copyright © 2022 - Summa Real Media Private Limited. All Rights Reserved.