ମୁମ୍ବାଇ, ୧୦/୦୯: ଦିଲ୍ଲୀରେ ଜି୨୦ ସମ୍ମିଳନୀ ଚାଲିଛି । ସାରା ନଜର ରହିଛି ଭାରତ ଉପରେ । ବିଶ୍ୱ ନଜରରେ ଭାରତ ଥିବା ବେଳେ ଜି୨୦କୁ ମନୋରଞ୍ଜନ କାର୍ଯ୍ୟକ୍ରମ କହିଛି ଶିବସେନା । ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ ଜି୨୦ ସମ୍ମିଳନୀକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ୪ ଦିନ ପାଇଁ ଦିଲ୍ଲୀରେ ସାଧାରଣ ଜୀବନ ଯାତ୍ରା ବ୍ୟାହତକୁ ନେଇ ସଞ୍ଜୟ ପ୍ରଶ୍ନ କରିଛନ୍ତି, ସରକାର କେଉଁ କଥାକୁ ଡରୁଛନ୍ତି ।
ଶିବସେନାରେ ମୁଖପତ୍ର ସାମ୍ନାରେ ସଞ୍ଜୟ ରାଉତ ଲେଖିଛନ୍ତି, ଆମ ଦେଶରେ ବର୍ତ୍ତମାନ ସରକାର ପ୍ରାୟୋଜିତ ମନୋରଞ୍ଜନର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲୋକଙ୍କ ଭଲ ମନୋରଞ୍ଜନ କରୁଛନ୍ତି । ଜି୨୦ ସମ୍ମିଳନୀ ଉପଲେକ୍ଷେ ଦିଲ୍ଲୀକୁ ସୁସଜ୍ଜିତ କରାଯାଇଛି । ୨୦ଟି ଦେଶର ମୁଖ୍ୟ ଦିଲ୍ଲୀ ଆସିଛନ୍ତି ।
ତୃତୀୟ ଥର ପାଇଁ ଇସ୍ରୋ ବଦଳାଇଲା ଆଦିତ୍ୟ ଏଲ୍-୧ର କକ୍ଷପଥ
ସାଧାରଣ ଜନତାଙ୍କ ପାଇଁ ଦିଲ୍ଲୀକୁ ବନ୍ଦ ରଖିବାକୁ ନେଇ ସଞ୍ଜୟ ଲେଖିଛନ୍ତି, ଅନ୍ୟ ଦେଶରେ ହୋଇଥିବା ଏଭଳି ସମ୍ମିଳନୀକୁ ମୁଁ ଯାଇଛି । ସେଠାରେ ଲୋକଙ୍କୁ ଯେଭଳି କମ୍ ଅସୁବିଧା ହେବ ତାକୁ ନଜରରେ ରଖି ସମ୍ମିଳନୀ ଆୟୋଜନ କରାଯାଇଥାଏ । କିନ୍ତୁ ଆମ ଦେଶରେ ସମାରୋହ ଅର୍ଥାତ୍ ଜନତାଙ୍କୁ ଅସୁବିଧାରେ ପକାଇବା ।
ଜି୨୦ ସମ୍ମିଳନୀକୁ ଚୀନ୍ ରାଷ୍ଟ୍ରପତି ନ ଆସିବାକୁ ନେଇ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି । ଜି୨୦ ପାଇଁ ୨୦ ଦେଶର ରାଷ୍ଟ୍ରମୁଖ୍ୟ ଦିଲ୍ଲୀ ଆସିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବି ଆସିଛନ୍ତି । ଚୀନ୍ ଓ ଋଷ ରାଷ୍ଟ୍ର ମୁଖ୍ୟ ସେଥିରେ ନାହାନ୍ତି । ଏଥିପାଇଁ ସମ୍ମିଳନୀ ଟିକିଏ ଫିକା ପଡ଼ି ଯାଇଥିବା ଲେଖିଛନ୍ତି ସଞ୍ଜୟ ।
ଓଟିପି ସେୟାରିଂ ସ୍କାମ୍ରେ ପାକିସ୍ତାନ ଲିଙ୍କ୍, ଶେଷଦିନରେ ୧୨୦୦ ପୃଷ୍ଠା ଚାର୍ଜସିଟ୍ ଦାଖଲ କଲା ଏସ୍ଟିଫ୍
ସଞ୍ଜୟ ଆହୁରି ଲେଖିଛନ୍ତି, ଦିଲ୍ଲୀରେ ଗରିବୀ, ଅବ୍ୟବସ୍ଥା ଓ ବସ୍ତି ଯେଭଳି ଦେଖା ନଯିବ ଏଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳକୁ ରଙ୍ଗନୀ କପଡ଼ାରେ ଘୋଡ଼ାଇ ଦିଆ ଯାଇଛି । ଦାରିଦ୍ର୍ୟତାକୁ ସରକାର ୮ରୁ ୯ ବର୍ଷ ମଧ୍ୟରେ କମାଇ ପାରିଲେ ନାହିଁ । ଫଳରେ ସେସବୁକୁ ଢାଙ୍କିବାକୁ ପଡ଼ିଲା । ଦିଲ୍ଲୀରେ ଯଦିଓ ବିଦେଶୀ ଅତିଥି ଅଧିକ ଅଛନ୍ତି, ତଥାପି ମାହୋଲ ନିରାଶାଜନକ ବୋଲି ସେ ଲେଖିଛନ୍ତି ।
ଏଥିସହ କହିଛନ୍ତି, ସମ୍ବିଧାନ ଦ୍ୱାରା ସ୍ୱୀକୃତ ନାଁକୁ ଡରୁଥିବା ସରକାର ଆମେ ପ୍ରଥମଥର ଦେଖୁଛୁ । ମୋଦୀ ସରକାର ଜାଣିଶୁଣି ଇଣ୍ଡିଆର ନାଁ ପରିବର୍ତ୍ତନ କରି ରିପବ୍ଲିକ୍ ଅଫ୍ ଭାରତ କରି ଦେଇଛି । ଇଣ୍ଡିଆର ପ୍ରଧାନମନ୍ତ୍ରୀ ଭାବେ ନେହୁରୁଙ୍କ ଠାରୁ ନେଇ ମୋଦୀ ସମସ୍ତେ ବିଦେଶ ବୁଲିଛନ୍ତି । ଏବେ ଇଣ୍ଡିଆର ନାଁକୁ ନେଇ ମୋଦୀ ଡରୁଛନ୍ତି ।
ପେଶାର ଜଣେ ଚାଷୀ; ୪ର୍ଥ ଶ୍ରେଣୀ ପାସ୍, ୪୦ ବର୍ଷ ଧରି ମାଟି ଖୋଳି ଅଣ୍ଡରଗ୍ରାଉଣ୍ଡରେ ନିର୍ମାଣ କରଥିଲେ ୫୦ କୋଠରୀ
ବିରୋଧୀ ମେଣ୍ଟ (ଇଣ୍ଡିଆ)ର ମୁକାବିଲା କରିବା ମୁସ୍କିଲ୍ ଅଟେ । ଏଥିପାଇଁ ତାନାଶାହୀ ଦେଶର ନାଁ ବଦଳାଇ ଦେଲେ । ଇଣ୍ଡିଆକୁ ବଦଳାଇ ଭାରତ କରିଛନ୍ତି । କିନ୍ତୁ ସମ୍ବିଧାନରେ ଇଣ୍ଡିଆ ଓ ଭାରତ ଉଭୟ ନାଁ ଅଛି । ତେଣୁ ମୋଦୀ ଅବା ସଂଘ ମନରେ ଆସିଲେ ଇଣ୍ଡିଆ ନାମକୁ ଶେଷ କରିପାରିବେ ନାହିଁ ।