ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଧାରା ୩୭୦ ଉପରେ ଚାଲିଲା ୧୬ ଦିନ ଶୁଣାଣି, ଏବେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ନୂଆଦିଲ୍ଲୀ, ୦୫/୦୯: ଆର୍ଟିକିଲ୍‌ ୩୭୦ ଉପରେ ଶୁଣାଣି ଶେଷ ହୋଇଛି । ସୁପ୍ରିମକୋର୍ଟରେ ଚିଫ ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠ ଧାରା ୩୭୦ ଉପରେ ଶୁଣାଣି ଶେଷ କରିଛନ୍ତି । ଏହା ସହ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । 

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟରେ ୧୬ ଦିନ ଧରି ଶୁଣାଣି ଚାଲିଥିଲା। ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରାଯାଉ ଓ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ।

G 20 ପୂର୍ବରୁ ଦିଲ୍ଲୀରେ ଗଡିଲା ୪ ଶହ ଅତ୍ୟାଧୁନିକ ଇଲେକଟ୍ରିକ୍ ବସ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ରାଜ୍ୟପାଳ...

୩୭୦କୁ ପୁନର୍ବାର ଲାଗୁ କରିବା ଆବେଦନକାରୀଙ୍କ ପକ୍ଷରୁ ନିଜର ପକ୍ଷ ରଖିଛନ୍ତି ବରିଷ୍ଠ ଆଇନଜୀବୀ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାଓ୍ଵନ, ଜଫର ଶାହ, ଦୁଷ୍ୟନ୍ତ ଦୁବେ । ଅନ୍ୟପଟେ ସରକାରଙ୍କ ତରଫରୁ ପକ୍ଷ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ଵିବେଦୀ, ଭି ଗିରି । ଏମାନେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇଛନ୍ତି। 

ତେବେ ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ଧାରା ୩୭୦ ଉପରେ ଶୁଣାଣି କରୁଥିଲେ। ଏଥିରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ସମେତ ବିଚାରପତି ଏସକେ କୌଲ, ବିଚାରପତି ସଞ୍ଜୀବ ଖନ୍ନା, ବିଚାରପରି ବିଆର ଗବଇ ଓ ବିଚାରପତି ସୂର୍ଯ୍ୟକାନ୍ତ ସାମିଲ୍।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଅଛି କି ନାହିଁ ଏହା ଉପରେ ଶୁଣାଣି ହୋଇଛି । ସଂପ୍ରତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ରହିଛି। ଏହା ବିରୋଧରେ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

You can also read: ଏତେ ବଡ଼ କୁମ୍ଭୀରକୁ ଧରିବାକୁ ଯାଇ ଶିକାରୀ ନାକେଦମ୍‌, ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍‌



Article 370
Supreme Court

Copyright © 2022 - Summa Real Media Private Limited. All Rights Reserved.