ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ତେଲଙ୍ଗାନା ଭୋଟ୍ ପୂର୍ବରୁ ବିଆରଏସ୍ ପ୍ରାର୍ଥୀଙ୍କ ଘରେ ଆୟକର ଚଢ଼ାଉ

ହାଇଦ୍ରାବାଦ, ୧୬/୧୧: ନିର୍ବାଚନ ପୂର୍ବରୁ ଆୟକର ଚଢ଼ାଉ । ତେଲଙ୍ଗାନା ବିଧାନସଭା ଭୋଟ୍ ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ର ବିଧାୟକ ଏନ୍. ଭାସ୍କର ରାଓଙ୍କ ଉପରେ ଚଢ଼ାଉ କରିଛି ଆୟକର ବିଭାଗ । ନାଗୋଣ୍ଡା ଜିଲ୍ଲାର ମିର୍ଯ୍ୟାଲାଗୁଣ୍ଡାରେ ଏନ୍. ଭାସ୍କରଙ୍କ ଘର ସହ ସମ୍ପର୍କୀୟଙ୍କ ଘରେ ଇନକମ୍ ଟ୍ୟାକ୍ସ ବିଭାଗ ଚଢ଼ାଉ କରିଛି । 

ତେବେ ସମ୍ପର୍କୀୟଙ୍କ ଘରେ ଚଢ଼ାଉକୁ ଖଣ୍ଡନ କରିଛନ୍ତି ବିଧାୟକ । କହିଛନ୍ତି, ଚଢ଼ାଉ ସହ ମୋର କୌଣସି ସମ୍ପର୍କ ନାହିଁ । ସୂଚନା ଅନୁସାରେ, ଚଢ଼ାଉରେ ଆୟକର ବିଭାଗର ୪୦ ଅଧିକାରୀ ସାମିଲ୍ ହୋଇଛନ୍ତି । ଚଳିତ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଏନ୍. ଭାସ୍କର ରାଓ ମିର୍ଯ୍ୟାଲାଗୁଣ୍ଡା ଆସନରୁ ବିଆରଏସ୍ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦୀତା କରୁଛନ୍ତି ।

ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଂକେତ, ୧୬ରୁ ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଗତ ସପ୍ତାହରେ ଆୟକର ବିଭାଗ ଖମ୍ମମ୍ ଜିଲ୍ଲାରେ କଂଗ୍ରେସ ପ୍ରାର୍ଥୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ରେଡ୍ଡୀ ପ୍ରାର୍ଥିପତ୍ର ଦାଖଲ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଚଢ଼ାଉ କରିଥିଲା ଆୟକର ବିଭାଗ ।

ପୂର୍ବତନ ରାଜ୍ୟସଭା ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍ ଛାଡ଼ି ଗତ ମାସରେ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ କଂଗ୍ରେସ ଟିକେଟରେ ପାଲାଇର ବିଧାନସଭା ଆସନରୁ ଲଢ଼ୁଛନ୍ତି ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ।

ସୁଡ଼ଙ୍ଗରେ ୯୦ ଘଣ୍ଟା ବିତିଗଲାଣି: ଭାରୀ ମେସିନ୍ ସହ ସେନାର ଏଣ୍ଟ୍ରି, ଗୁରୁବାର ରାତି ସୁଦ୍ଧା ଉଦ୍ଧାର ହେବେ ୪୦ ଶ୍ରମିକ

ପୋଙ୍ଗୁଲେଟି ଶ୍ରୀନିବାସ ଅଭିଯୋଗ କରିଛନ୍ତି, ବିଜେପିର ବି ଟିମ୍ ହେଉଛି ବିଆରଏସ୍ । ଏବେ ହେଉଥିବା ରେଡ୍ ଶାସକ ଦଳର ପ୍ରରୋଚନାରେ କେନ୍ଦ୍ରୀୟ ଏଜେନ୍ସି କରୁଛି । ବିଗତ କିଛିଦିନ ଧରି କଂଗ୍ରେସ ନେତାଙ୍କ ଘରେ ଟାର୍ଗେଟ୍ ରେଡ୍ ହେଉତିବା କହିଛନ୍ତି ଶ୍ରୀନିବାସ ରେଡ୍ଡୀ ।

Copyright © 2022 - Summa Real Media Private Limited. All Rights Reserved.