ନୂଆଦିଲ୍ଲୀ, ୧୭/୧୧: ହରିୟାଣାର ନୁହରେ ପୁଣି ଥରେ ଉତ୍ତେଜନା ଦେଖା ଦେଇଛି । ପୂଜା କରିବାକୁ ମହିଳା ଯାଉଥିବା ବେଳେ ପଥରମାଡ଼ ହୋଇଛି । ଗୁରୁବାର ରାତିରେ ମସଜିଦକୁ ମହିଳାମାନେ ଯାଉଥିବା ବେଳେ କିଛି ଛୁଆ ଢେଲା ଫିଙ୍ଗିଥିଲେ । ଏଥିରେ ୮ ଜଣ ମହିଳା ଆହତ ହୋଇଥିବା ପୋଲିସ କହିଛି ।
‘ଆମ ପାଖରେ ୩ ଜିଲ୍ଲା, ୧୦ ବିଧାୟକ, ଗଢ଼ିବୁ ଅଲଗା ସରକାର’ କେନ୍ଦ୍ର ସରକାରଙ୍କୁ କୁକି ସମ୍ପ୍ରଦାୟର ଅଲ୍ଟିମେଟମ୍
ନୁହ ଏସପି ନରେନ୍ଦ୍ରଙ୍କ ଅନୁସାରେ, ମହିଳାମାନେ ପୂଜା ପାଇଁ ଯାଉଥିବା ବେଳେ କିଛି ଛୁଆ ଢେଲା ଫିଙ୍ଗୁଥିବାର ଭିଡିଓ ମିଳିଛି । ଏହି ଘଟଣା ଗୁରୁବାର ରାତି ପ୍ରାୟ ୮ଟା ୨୦ରେ ଘଟିଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଫୁଟେଜରେ ଥିବା ଛୁଆଙ୍କୁ ପୋଲିସ ପଚରାଉଚରା କରିବ ବୋଲି କହିଛି । ଏନେଇ ପୋଲିସ ଏତଲା ରୁଜୁ କରିଛି ।
ଜୁଲାଇ ୩୧ରେ ନୁହରେ ହିଂସା ଦେଖା ଦେଇଥିଲା । ସେତେବେଳେ ଦଙ୍ଗାକାରୀ ଜଣଙ୍କୁ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ୨ ହୋମଗାର୍ଡ ଓ ଜଣେ କିରାଣି ଥିଲେ । ବିଶ୍ୱ ହିନ୍ଦୁ ପରିଷଦର ବ୍ରଜ ମଣ୍ଡଳ ଶୋଭାଯାତ୍ରା ସମୟରେ ଏହି ସାମ୍ପ୍ରଦାୟିକ ହିଂସା ଘଟିଥିଲା । ଏପରିକି ଏହି ହିଂସା ପଡ଼ୋଶୀ ଗୁରୁଗ୍ରାମ ଓ ଅନ୍ୟ ସ୍ଥାନକୁ ବ୍ୟାପିଥିଲା ।