ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ଜିଲ୍ଲାର ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ସ୍ବାସ୍ଥ୍ୟ ବ୍ୟବସ୍ଥା ପରଖିଲେ କାୟାକଳ୍ପ ଟିମ

ମାଲକାନଗିରି,୨୮/୨ :ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା ପରଖିବା ସହିତ ରୋଗୀସେବା ଠାରୁ ଅନ୍ୟାନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ଦ୍ଦେଶକ ଡା. ପ୍ରମୋଦ କୁମାର ଦେଙ୍କ ନେତୃତ୍ବରେ ଡା. ବିଜୟ କୁମାର, ଡା ହୃଷୀକେଶ ସାହୁଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଆଜି ମାଲକାନଗିରି ଜିଲ୍ଲା ହସ୍ପିଟାଲ, ଚିତ୍ରକୋଣ୍ଡା ଓ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି।

ହସ୍ପିଟାଲର ମୂଖ୍ୟ ୮ଟି ବିଭାଗ ସହିତ ଅନ୍ୟାନ ବିଭାଗ ଉପରେ ଏହି ଟିମ୍ ତର୍ଜମା କରି ନିଜର ରେଟିଂ ପଏଣ୍ଟ ପ୍ରଦାନ କରିବା ପାଇଁ ହସ୍ପିଟାଲର ସ୍ବଚ୍ଛତା, ରୋଗୀ ସେବା, ପରିବେଶ ଉପରେ ଏହି ଟିମ୍ ଗୁରୁତ୍ବାରୋପ କରିଥିଲେ । ଏହି ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୱାର୍ଡ, କାର୍ଯ୍ୟାଳୟ, ଶୌଚାଳୟ ସହ ବିଭିନ୍ନ ବିଭାଗ ବୁଲି ତଦାରଖ କରିଥିଲେ । ଏଥି ସହ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ, ଜିଲ୍ଲା ହସ୍ପିଟାଲ ଏଡିଏମଓ ଡାକ୍ତର ଅନିଲ ମିଶ୍ର ଓ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଙ୍କ ସହିତ ଏହି ଟିମ୍ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଅଙ୍କିତ ଜୈନ, ସଚୀନ ଗୌଡ଼, ହରିବନ୍ଧୁ ଦେଶିଆନାୟକ,ସୁଶାନ୍ତ ବିଶ୍ୱାଳ ପ୍ରମୁଖ  ଉପସ୍ଥିତ ଥିଲେ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.